ହାଇଦ୍ରାବାଦ:ଆମର ଦୈନନ୍ଦିନ ଜୀବନୀରେ ଜାଗ୍ରତ ହେବାଠୁ ଆରମ୍ଭ କରି ଶୋଇବା, ଖାଇବା ପିଇବା ଏବଂ ବ୍ୟାୟାମ କରିବା ପର୍ଯ୍ୟନ୍ତ ସବୁକିଛିର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡିଥାଏ । ଅନେକ ଖରାପ ଅଭ୍ୟାସ ମଧ୍ୟ ଗମ୍ଭୀର ରୋଗ ସୃଷ୍ଟି କରେ । ଏପରି ପରିସ୍ଥିତିରେ, ଯଦି ସକାଳେ କିଛି କାମ କରିବା ପୂର୍ବରୁ ସତର୍କ ହେବା ଉଚିତ୍ । କାରଣ ଏହି ଅଭ୍ୟାସ ଯୋଗୁଁ ଗୁରୁତର ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପାରନ୍ତି । ସକାଳେ କଣ କରିବା କ୍ଷତିକାରକ ହୋଇପାରେ, ଜାଣନ୍ତୁ...
ମୋବାଇଲ୍ ଫୋନ୍ ବ୍ୟବହାର
ଅନେକ ଲୋକ ସକାଳୁ ଆଖି ଖୋଲୁ ଖୋଲୁ ମୋବାଇଲ୍ ଫୋନ୍ ବ୍ୟବାହର କରିବାର ଅଭ୍ୟାସ ଅଛି । ବିଛଣା ପାଖରେ ଫୋନ୍ ସହ ଶୋଇବା ଏବଂ ସକାଳୁ ଉଠିବା ମାତ୍ରେ ଏହାକୁ ବ୍ୟବହାର କରିବା ଦ୍ବାରା ଅନେକ ସମୟ ନଷ୍ଟ ହୋଇପାରେ । କରାଣ ଏହା ଦ୍ବାରା ଥକ୍କାପଣ ଏବଂ ମୁଣ୍ଡ ଭାରୀ ହୋଇପାରେ । ଏଥିସହ ଏହା ଦିନର ଆରମ୍ଭକୁ ମଧ୍ୟ ଖରାପ କରିପାରେ ।
ନକାରାତ୍ମକ ଚିନ୍ତାଧାରା
ଯଦି ସକାଳୁ ଉଠିବା ପରେ ଯେବେ ବି ବିରକ୍ତ ଏବଂ ଦୁଃଖ ଅନୁଭବ କରନ୍ତି, ତେବେ ଆପଣ ଅନୁଭବ କରିବେ ଯେ ଦିନଟି ଭଲରେ ଯିବ ନାହିଁ । କୌଣସି କାର୍ଯ୍ୟ ସଠିକ୍ ଭାବରେ ହେବ ନାହିଁ । ଏପରି ପରିସ୍ଥିତିରେ, ସକାଳେ ଉଠିବା ପରେ ନକାରାତ୍ମକ ଚିନ୍ତାଧାରା ମନରେ ଆଣିବାକୁ ଦେବା ଉଚିତ୍ ନୁହେଁ ।
ବ୍ୟାୟାମଠାରୁ ଦୂରତା