ଓଡିଶା

odisha

ETV Bharat / sukhibhava

ଜୀବନଶୈଳୀରେ ଆଣନ୍ତୁ ଏହି ପରିବର୍ତ୍ତନ, ଦୂରହେବ ନିଦ୍ରାହୀନତା ସମସ୍ୟା - ନିଦ୍ରାହୀନତା

ନିଦ୍ରାହୀନତା ନାନା ରୋଗର କାରଣ ହୋଇପାରେ, ଯାହା ବର୍ତ୍ତମାନର ଏକ ମୁଖ୍ୟ ଶାରୀରିକ ସମସ୍ୟା ଭାବରେ ଉଭା ହୋଇଛି । ତେଣୁ ଏହି ସମସ୍ୟାକୁ କିପରି ଦୂର କରିବେ, ଜାଣନ୍ତୁ...

sleeping disorder
sleeping disorder

By

Published : Jan 13, 2023, 5:19 PM IST

ହାଇଦ୍ରାବାଦ: ଗୋଟିଏ ଜିନିଷ, ଯାହା ଶାରୀରିକ ଓ ମାନସିକ ରୋଗ ସବୁକୁ ଭଲ କରିଥାଏ । ତାହା ହେଉଛି ନିଦ । ଜଣେ ବ୍ୟକ୍ତି ଯଦି ସଠିକ୍ ଖାଦ୍ୟ ଗ୍ରହଣ ସାଙ୍ଗକୁ ପର୍ଯ୍ୟାପ୍ତ ଶୋଇଥାନ୍ତି, ତେବେ କୌଣସି ବି ରୋଗ ତାଙ୍କ ପାଖ ମାଡିବନି ! ମାତ୍ର ମହାମାରୀ ପରଠାରୁ ନିଦ୍ରାହୀନତା ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ପରିବର୍ତ୍ତିତ ଜୀବନଶୈଳୀ ସଠିକ୍ ନିଦ କରାଇ ଦେଉନଥିବା ବେଳେ ନିଦର ଅଭାବ ନାନା ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି । ତେଣୁ ଭଲ ନିଦ ପାଇଁ କଣ କରିବା ଆବଶ୍ୟକ ଏବଂ କେଉଁ ସବୁ ଅଭ୍ୟାସକୁ ଦୂରେଇବା ଆବଶ୍ୟକ, ଜାଣନ୍ତୁ...

ନିଦ୍ରାର ଅଭାବରୁ ମୁକ୍ତି ପାଇବାକୁ ଚାହୁଁଥିଲେ ସକାଳେ କିଛି ସମୟ ସୂର୍ଯ୍ୟକିରଣରେ ବସନ୍ତୁ । ଏହି କାରଣରୁ, ଶରୀରରେ ଏକ ଭିନ୍ନ ପ୍ରକାରର ଶକ୍ତି ସୃଷ୍ଟି ହୋଇଥାଏ ଏବଂ ମସ୍ତିଷ୍କରେ ସେରୋଟୋନିନ୍ ସ୍ତର ସଂଶୋଧିତ ହୁଏ । ସୂର୍ଯ୍ୟକିରଣରେ ଥିବା ଭିଟାମିନ D ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ରାତିରେ ଗରମ ଘିଅ ପାଦରେ ମାଲିସ୍ କରିବା ଦ୍ୱାରା ଭଲ ନିଦ ଆସିଥାଏ ।

ଏହା ମଧ୍ୟ ପଢନ୍ତୁ:- କଫି ଲଭର୍‌ଙ୍କ ପାଇଁ ଖୁସି ଖବର, ସେବନ କରୁଥିଲେ ଏହି ସ୍ବାସ୍ଥ୍ୟ ସମସ୍ୟା ହୋଇପାରେ ଦୂର

ସେହିପରି, ଖାଦ୍ୟରେ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଅନ୍ତର୍ଭୁକ୍ତ କରନ୍ତୁ । ଏହା ନିଦ୍ରାହୀନତାର ସମସ୍ୟାକୁ ଦୂର କରିଥାଏ । ପ୍ରତିଦିନ ସକାଳେ ଉଠିବା ପରେ 4ରୁ 5ଟି ଆଲମୋଣ୍ଡ ଖାଆନ୍ତୁ । ଏହି କାରଣରୁ, ଶରୀରରେ ଜିଙ୍କ୍, ମ୍ୟାଗ୍ନେସିୟମ୍ ପରି ଅତ୍ୟାବଶ୍ୟକ ଖଣିଜ ପଦାର୍ଥର ଅଭାବ ପୂରଣ ହୁଏ, ଯଦି ସମ୍ଭବ ହୁଏ, ପ୍ରତିଦିନ ସନ୍ଧ୍ୟାରେ ଏକ କନ୍ଦ ଆଳୁ ଖାଆନ୍ତୁ କାରଣ ଏହା ଶରୀରରେ ମେଲାଟୋନିନ୍ ସ୍ତରକୁ ଠିକ୍ ରଖେ । ଭିଟାମିନ-ସି ରେ ଭରପୁର କିୱି ଫଳ ଅଧିକ ପୋଷକ ଯୋଗାଇଥାଏ । ଏହି ଫଳରେ ବି ମେଲାଟୋନିନ, ଫୋଲେଟ୍‌, ମ୍ୟାଗ୍ନେସିୟମ ଆଦି ରହିଥାଏ, ଯାହା କି ନିଦ୍ରା ବର୍ଦ୍ଧକ ଉପାଦାନ ଭାବେ ଜଣାଶୁଣା ।

ସେହିପରି ଆମ ମଧ୍ୟରେ ଅନେକ କୁଅଭ୍ୟାସ ରହିଛି, ଯାହା ସିଧାସଳଖ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ତେଣୁ ଚର୍ବିଯୁକ୍ତ ଓ ମସାଲା ଖାଦ୍ୟ ନ ଖାଇବା । ଶୀଘ୍ର ହଜମ ହୋଇ ପାରୁନଥିବା ଖାଦ୍ୟ, କଫି, ଏନର୍ଜି ଡ୍ରିଙ୍କ ଓ ମଦ ପିଅନ୍ତୁ ନାହିଁ । ଡାର୍କ ଚକୋଲେଟ୍ ମଧ୍ୟ ଖାଆନ୍ତୁ ନାହିଁ । ଦିନରେ ଶୁଅନ୍ତୁ ନାହିଁ । ଦିନବେଳେ ଶାରୀରିକ ଭାବେ ଫିଟ୍ ରୁହନ୍ତୁ । ଯୋଗଧ୍ୟାନ କରି ଅବସାଦ ଦୂର କରନ୍ତୁ । ପ୍ରାଣାୟମ ବି କରନ୍ତୁ । ବେଡରୁମକୁ ପରିଷ୍କାର ରଖନ୍ତୁ । ବେଡରୁମକୁ ଅନ୍ଧାରୁଆ ଓ ଥଣ୍ଡା ରଖନ୍ତୁ । ଏହିପରି ଜୀବନଶୈଳୀରେ କେତେକ ପରିବର୍ତ୍ତନ ଆଣିପାରିଲେ ସୁଖ ନିଦ୍ରା ପାଇପାରିବେ ।

Disclaimer:ଉପରସ୍ତ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ । ଯଦି ଆପଣଙ୍କ କ୍ଷେତ୍ରରେ ଜଟିଳ ନିଦ୍ରା ସମସ୍ୟା ଦେଖା ଦେଉଛି ତେବେ ନିଶ୍ଚିତ ରୂପେ ଡାକ୍ତରଙ୍କ ପରାମର୍ଶ କରାଇ ନିଅନ୍ତୁ ।

ABOUT THE AUTHOR

...view details