ହାଇଦ୍ରାବାଦ: ବ୍ୟସ୍ତବହୁଳ ଜୀବନ, ବ୍ୟସ୍ତବହୁଳ କାର୍ଯ୍ୟସୂଚୀ, ସ୍କ୍ରିନିଂ ସମୟ ବୃଦ୍ଧି(ଲାପଟପ୍/ଫୋନରେ ବ୍ୟବହାର) ଏବଂ ନିଦ୍ରା ଅଭାବ ହେତୁ ଥକ୍କା ଏକ ସାଧାରଣ ସମସ୍ୟା ହୋଇଗଲାଣି । ଏହି ସମସ୍ୟା ବର୍ତ୍ତମାନ ଅଧିକାଂଶ ଲୋକଙ୍କୁ ସ୍ବାସ୍ଥ୍ୟ ଜନିତ ସମସ୍ୟାରେ ପକାଉଛି । ବିଶେଷ କରି ବର୍ତ୍ତମାନ ସମୟରେ କୌଣସି କାମରେ ମନ ନ ଲାଗିବା କିମ୍ବା ସାମାନ୍ୟ କାମ କରିବା ପରେ ଥକା ଅନୁଭବ ସାଧାରଣ ହୋଇଗଲାଣି । ଏଥିରେ ରକ୍ଷା ପାଇବା ପାଇଁ ଡାଏଟ୍ରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି, ତେହେ ଖାଦ୍ୟରେ କି ପରିବର୍ତ୍ତନ ଆଣିବେ, ଜାଣନ୍ତୁ...
ପୁଷ୍ଟିକର ବିଶେଷଜ୍ଞଙ୍କ କହିବା ଅନୁସାରେ, ଯେତେବେଳେ ଆମେ ଅଧିକ କ୍ଳାନ୍ତ ଅନୁଭବ କରୁ, ଆମ ଶରୀର କ୍ରମାଗତ ଭାବରେ ଦୁର୍ବଳ ହୋଇଯାଏ ସେତେବେଳେ ଆମକୁ ଖାଦ୍ୟରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି । ପ୍ରୋଟିନ୍, ଭିଟାମିନ୍ ଅଭାବ କିମ୍ବା ସଠିକ୍ ପରିମାଣର ଖାଦ୍ୟ ଗ୍ରହଣ କରୁନଥିବାରୁ ଏପରି ହୋଇଥାଇପାରେ । ତେଣୁ ଖାଦ୍ୟରେ କେଉଁ କେଉଁ ଉପାଦାନ ଯୋଗ କରିବେ ସେ ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି ।
ପାଳଙ୍ଗ- ବିଶେଷଜ୍ଞଙ୍କ ଅନୁଯାୟୀ, ପାଳଙ୍ଗ ଭିଟାମିନ୍-ବି ଏବଂ ଲୌହରେ ଭରପୂର ଏକ ଉପାଦାନ । ଏହା ଶକ୍ତିରେ ପରିପୂର୍ଣ୍ଣ ଯାହା ଥକ୍କାପଣକୁ ହ୍ରାସ କରିଥାଏ । ଏହି ଗାଢ ସବୁଜ ପତ୍ରର ପନିପରିବାରେ ପୋଷକ ତତ୍ତ୍ୱ ରହିଥାଏ, ଯାହା ଶକ୍ତି ବୃଦ୍ଧିରେ ସାହାଯ୍ୟ କରେ । ଏଥିରେ ଥିବା ଲୌହ ଶରୀରର କୋଷକୁ ଅମ୍ଳଜାନ ବହନ କରିବାରେ ସାହାଯ୍ୟ କରିଥାଏ । ଶରୀରରେ କମ୍ ଲୌହ ସ୍ତର ଥକ୍କାପଣ ପାଇଁ ଦାୟୀ ହୋଇପାରେ । ତେଣୁ ତୁରନ୍ତ ଖାଦ୍ୟରେ ପାଳଙ୍ଗ ସାମିଲ କରନ୍ତୁ ।
କଦଳୀ- ପୋଟାସିୟମର ଏକ ଉତ୍କୃଷ୍ଟ ଉତ୍ସ ହେଉଛି କଦଳୀ । ଶକ୍ତି ସ୍ତରରୁ ବୃଦ୍ଧି କରିଥାଏ, କେବଳ ଗୋଟିଏ କଦଳୀ ଖାଇବା ଦ୍ବାରା ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟାୟାମ କରିବା ପାଇଁ ଶକ୍ତି ମିଳିଥାଏ । ବ୍ୟାୟାମ ପୂର୍ବରୁ କଦଳୀ ଖାଇବା ଲାଭଦାୟକ ।
ଅଣ୍ଡା- ପ୍ରୋଟିନର ଏକ ଉତ୍କୃଷ୍ଟ ଉତ୍ସ ହେଉଛି ଅଣ୍ଡା । ଶରୀରକୁ ନିରନ୍ତର ଶକ୍ତି ଯୋଗାଇବାରେ ଅଣ୍ଡା ସହାୟକ ହୋଇଥାଏ । ସିଝା କିମ୍ବା ଅଣ୍ଡା ଆମ୍ଲେଟ୍ ଖାଇପାରିବେ ।