ହାଇଦ୍ରାବାଦ:ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଖରାପ ଖାଇବା ଅଭ୍ୟାସ ହେତୁ ଅନେକ ସମସ୍ୟା ଦେଖା ଯାଉଛି । ଏହା ଯୋଗୁଁ ଅସ୍ଥିରତା ବୃଦ୍ଧି ପାଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ତେବେ ଅସ୍ଥିରତା ଏବଂ ନର୍ଭସନେସ୍ ପାଇଁ ଆହୁରି ଅନେକ କାରଣ ଦାୟୀ ବୋଲି କୁହାଯାଇଛି । ଅନେକ ଖାଦ୍ୟ ଯୋଗୁଁ ମଧ୍ୟ ଅସ୍ଥିରତା ବୃଦ୍ଧି ପାଇପାରେ । ତେଣୁ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ, ଖାଇବା ଅଭ୍ୟାସ ଉପରେ ବିଶେଷ ଧ୍ୟାନ ଦେବା ଉଚିତ ଅଟେ। ତେବେ ଜାଣନ୍ତୁ କେଉଁ ଖାଦ୍ୟ ଖାଇବା ଦ୍ବାରା ଅସ୍ଥିରତା ବୃଦ୍ଧି ପାଏ...
ମିଠା ଖାଦ୍ୟ: ଯଦି ଆପଣ କ୍ୟାଣ୍ଡି, ପେଷ୍ଟ୍ରି କିମ୍ବା ଅଧିକ ଶର୍କାର ଯୁକ୍ତ ଖାଦ୍ୟ ଖାଉଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ ! କାରଣ ଏହି ସବୁ ଖାଦ୍ୟ ରକ୍ତରେ ଶର୍କରା ସ୍ତରକୁ ବୃଦ୍ଧି କରିଥାଏ। ଏହି କାରଣରୁ ଦୁଃଖ, ଅସ୍ଥିରତା ବୃଦ୍ଧି ପାଇଥାଏ । ତେଣୁ ମିଠା ଜିନିଷଠାରୁ ଦୂରତା ବଜାୟ ରଖିବା ଜରୁରୀ ବୋଲି ବିଶେଷଜ୍ଞ କହିଛନ୍ତି ।
ମସଲାଯୁକ୍ତ ଖାଦ୍ୟ:ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ମନୋବଳ ଉପରେ ଖରାପ ପ୍ରଭାବ ପକାଇପାରେ । ଏହାକୁ ଖାଇବା ଦ୍ୱାରା ମନୋବଳ ନଷ୍ଟ ହୋଇପାରେ । ଏହି କାରଣରୁ ଅସ୍ଥିରତା ଭଳି ସମସ୍ୟା ଦେଖାଦେଇପାରେ । ତେଣୁ ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ଖାଇବାଠାରୁ ଦୂରେଇ ରହିବା ଉଚିତ ବୋଲି କୁହାଯାଇଛି ।
Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।
ଲୁଣ: ଯଦି ଆପଣ ଅଧିକ ଲୁଣ ଖାଆନ୍ତି କିମ୍ବା ଖାଦ୍ୟରେ ଅତିରିକ୍ତ ଲୁଣ ଗ୍ରହଣ କରିବାର ଅଭ୍ୟାସ ଅଛି ତେବେ ଏହା ଚିନ୍ତା ବି ଅବସାଦ ସମସ୍ୟା ବୃଦ୍ଧି କରିଥାଏ । ତେଣୁ ଅଧିକ ଲୁଣ ଖାଇବା ବନ୍ଦ କରନ୍ତୁ ଏବଂ ଖାଦ୍ୟରେ କେବଳ ଉପଯୁକ୍ତ ପରିମାଣର ଲୁଣ ବ୍ୟବହାର କରିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।