ହାଇଦ୍ରାବାଦ: କାଜଲ ଆମ ଆଖିର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ, କାଜଲ ଲଗାଇବା ଦ୍ବାରା ଆଖିରେ ସଠିକ୍ ଆକୃତି ଆସିଥାଏ ଏବଂ ଆଖି ଆକର୍ଷଣୀୟ ଦେଖାଯାଏ । ଆହୁରି ମଧ୍ୟ, କାଜଲ୍ ଲଗାଇବା ଦ୍ବାରା ଷ୍ଟାଇଲିସ୍ ଏବଂ ଚେହେରା ଅଧିକ ବୋଲ୍ଡ ଏବଂ ଉଜ୍ଜ୍ୱଳ ହୋଇଯାଏ । କିନ୍ତୁ ଆପଣ ଜାଣନ୍ତି କି ପ୍ରତିଦିନ କାଜଲ ଲଗାଇବା ଦ୍ୱାରା ଆଖି ଉପରେ କୁପ୍ରଭାବ ପଡିଥାଏ ବୋଲି(kajal Effect on eye) ?
ବାସ୍ତବରେ, ଯଦି ଆପଣ ପ୍ରତିଦିନ କାଜଲ ଲଗାନ୍ତି ଏବଂ ଗୋଟିଏ ଦିନ ଲଗାଇବାକୁ ଭୁଲି ଯାଆନ୍ତି, କିମ୍ବା ସମୟ ଅଭାବରୁ ନ ଲଗାଇ ପାରନ୍ତି, ତେବେ ଆଖି ଭିନ୍ନ ଦେଖାଯିବା ଏବଂ ଆଖିର ଚର୍ମରେ ମଧ୍ୟ ପରିବର୍ତ୍ତନ ଆସିଥିବା ଅନୁଭବ କରିଥିବେ ନିଶ୍ଚୟ । ସେହିପରି ନିୟମିତ କାଜଲ ଲଗାଇବା ଦ୍ବାରା ଆଖିରେ ମଧ୍ୟ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ(kajal Sight Effect) । ନିମ୍ନରେ ଏନେଇ ଅଧିକ ବର୍ଣ୍ଣନା କରାଯାଇଛି...
ଆଖିରେ ଆଲର୍ଜି ଆଶଙ୍କା:-
ଯଦି ଆପଣ ପ୍ରତିଦିନ କାଜଲ ଲଗାନ୍ତି, ତେବେ ଏହା ଆଖିରେ ଆଲର୍ଜି ପ୍ରତିକ୍ରିୟା ସୃଷ୍ଟି କରିପାରେ । ବିଶେଷକରି ଯଦି ଆପଣ ବଜାରରୁ କିଣାଯାଇଥିବା ରାସାୟନିକ କାଜଲ ବ୍ୟବହାର କରନ୍ତି, ତେବେ ଏହି ମସ୍କୋରା ଆଖିରେ ପ୍ରତିକ୍ରିୟା ସୃଷ୍ଟି କରିପାରେ, ଯାହା ଆପଣଙ୍କ ଆଖିରେ କୁଞ୍ଚନ ଏବଂ ଅନ୍ୟାନ୍ୟ ସମସ୍ୟାର କାରଣ ହେବ । ତେଣୁ ଘରେ ତିଆରି କାଜଲ ପ୍ରୟୋଗ କରିବାକୁ ଚେଷ୍ଟା କରନ୍ତୁ ।
ବୃଦ୍ଧି ପାଏ ଡାର୍କ ସର୍କଲ:-
ନିଶ୍ଚିତ ଭାବେ ଚିହ୍ନଟ କରିଥିବେ ଯେ, ନିୟମିତ କାଜଲ ଲଗାଇବା ଦ୍ବାରା ଆଖି ଚାରିପାଖରେ ଡାର୍କସର୍କଲ ଜମା ହୋଇରହୁଛି । ଏହି ଡାର୍କ ସର୍କଲଗୁଡିକ ସହଜରେ ଦୂରେଇ ଯାଏ ନାହିଁ ଏବଂ ଯେତେବେଳେ ଆପଣ କାଜଲ ପ୍ରୟୋଗ ନକରି ବାହାରକୁ ଯାଆନ୍ତି, ଏହି ବୃତ୍ତାକାର ଡାର୍କସର୍କଲ ଦେଖାଯାଇଥାଏ ।