ଓଡିଶା

odisha

ETV Bharat / sukhibhava

ଏହି ସବୁ ଲକ୍ଷଣକୁ କରନ୍ତୁନି ଅବହେଳା, ପ୍ରାପ୍ତ ବୟସ୍କ ବେଳକୁ ହୋଇପାରେ ଗମ୍ଭୀର

40 ବର୍ଷ ପରେ ମହିଳାଙ୍କ ଋୁତୁସ୍ରାବ ଅବଧି ଧୀରେ ଧୀରେ ବନ୍ଦ ହେଉଥିବାରୁ ହରମନ୍ ଜନିତ ପରିବର୍ତ୍ତନ ଘଟେ । ଏହି କାରଣରୁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ । ଏସବକୁ କିପରି ଏଡାଇବେ, ଜାଣନ୍ତୁ

By

Published : Apr 7, 2023, 6:53 PM IST

Etv Bharat
Etv Bharat

ହାଇଦ୍ରାବାଦ: ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ ରୋଗ ଦେଖାଯାଏ । ଅନେକ ପ୍ରକାର ରୋଗ ବୟସଗତ କିମ୍ବା ସ୍ବାସ୍ଥ୍ୟ ଅବୋନ୍ନତି କାରଣରୁ ହୋଇପାରେ । ବିଶେଷ କରି ପୁରୁଷମାନଙ୍କର ପ୍ରାପ୍ତ ବୟସ ବେଳକୁ ରୋଗ ହେଉ ଥିବାବେଳେ ମହିଳାମାନଙ୍କର ମାତ୍ର 40 ବର୍ଷ ପରେ ନାନା ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ । ଅନେକ ମହିଳା ଏହି ବୟସରୁ ଗମ୍ଭୀର ରୋଗରେ ମଧ୍ୟ ପୀଡିତ ହୁଅନ୍ତି । 40 ବର୍ଷ ପରେ, ମହିଳାଙ୍କ ଋତୁସ୍ରାବ ଅବଧି ଧୀରେଧୀରେ ବନ୍ଦ ହେଉଥିବାରୁ ହରମନ୍ ଜନିତ ପରିବର୍ତ୍ତନ ଦେଖାଯାଏ । ଏହି କାରଣରୁ ମହିଳାମାନେ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ଏହାକୁ ଏଡାଇବା ପାଇଁ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ୍ ହେବା ଉଚିତ୍ । ଠିକ୍ ସମୟରେ ସ୍ବାସ୍ଥ୍ୟ ପରୀକ୍ଷା ସହ ଡାକ୍ତରଙ୍କ ପରାମର୍ଶ ଆବଶ୍ୟକ । ତେବେ ମହିଳାମାନେ 40 ବର୍ଷ ପରେ କେଉଁସବୁ ଲକ୍ଷଣକୁ ଅଣଦେଖା କରିବା ଅନୁଚିତ, ଜାଣନ୍ତୁ

ମଧୁମେହ: ବର୍ତ୍ତମାନ ସମୟରେ ମଧୁମେହ ଯୁବପିଢିଙ୍କ କ୍ଷେତ୍ରରେ ଦେଖାଯାଉ ଥିଲେ ମଧ୍ୟ 40 ବର୍ଷ ବୟସ ପରେ ମହିଳାଙ୍କଠାରେ ମଧୁମେହ ହେବାର ଆଶଙ୍କା ଅଧିକ ଥାଏ । ଥକ୍କା, ଅତ୍ୟଧିକ ତୃଷ୍ଣା, ବାରମ୍ବାର ପରିସ୍ରା ଲାଗିବା, ଅସ୍ପଷ୍ଟ ଦୃଷ୍ଟିଶକ୍ତି, ଓଜନ ହ୍ରାସ ଆଦି ଲକ୍ଷଣ ଥିଲେ ଅଣଦେଖା କରନ୍ତୁ ନାହିଁ । ଏସବୁ ଲକ୍ଷଣ ମଧୁମେହର ହୋଇପାରେ ।

ଅଷ୍ଟିଓପୋରୋସିସ୍: 40 ବର୍ଷ ବୟସ ପରେ ହାଡ ଦୁର୍ବଳ ହେବା ସ୍ବାଭାବିକ । ହରମନ୍ ପରିବର୍ତ୍ତନ କାରଣରୁ ଏହି ସମସ୍ୟା ଦେଖାଯାଏ । ଏହାକୁ ଦୂର କରିବା ପାଇଁ କ୍ୟାଲସିୟମ ଗ୍ରହଣ ଏବଂ ଭିଟାମିନ୍-ଡି ସ୍ତର ବଜାୟ ରଖିବା ଆବଶ୍ୟକ ।

କିଡନୀ ଷ୍ଟୋନ୍: ପ୍ରବଳ ପିଠି ଯନ୍ତ୍ରଣା, ପରିସ୍ରାରେ ରକ୍ତ ପଡିବା, ଜ୍ୱର, ଥଣ୍ଡା, ବାନ୍ତି, ଦୁର୍ଗନ୍ଧଯୁକ୍ତ ପରିସ୍ରା ଏବଂ ପରିସ୍ରା ସମୟରେ ଜଳ୍ବନ ହେଉଥିଲେ ଆଦୌ ଅଣଦେଖା କରନ୍ତୁ ନାହିଁ । କାରଣ ଏହି ସବୁ ଲକ୍ଷଣ କିଡନୀ ଷ୍ଟୋନ୍‌ କରିପାରେ ।

ଗଣ୍ଠି ଯନ୍ତ୍ରଣା: 40 ବର୍ଷ ବୟସ ପରେ ଅଧିକାଂଶ ମହିଳା ଆର୍ଥ୍ରାଇଟିସ୍, ଜଏଣ୍ଟ ପେନ୍ ରୋଗରେ ଆକ୍ରାନ୍ତ ହୁଅନ୍ତି । ଗଣ୍ଠିରେ ଯନ୍ତ୍ରଣା ଏବଂ କଠିନତା ହିଁ ଏହି ରୋଗର ଲକ୍ଷଣ । ଯଦି ସଠିକ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହା ଗୁରୁତର ହୋଇପାରେ । ବେଳେବେଳେ ଏହି ସମସ୍ୟା ଅକ୍ଷମତା ଭଳି ସମସ୍ୟା ମଧ୍ୟ ସୃଷ୍ଟି କରିପାରେ ।

ୟୁରିନ୍ ଇନଫେକ୍ସନ: ବାର୍ଦ୍ଧକ୍ୟ କାରଣରୁ ପରିସ୍ରା କରିବାରେ ସାହାଯ୍ୟ କରୁଥିବା ସ୍ନାୟୁଗୁଡ଼ିକ ଦୁର୍ବଳ ହୋଇଯାଏ । ବାର୍ଦ୍ଧକ୍ୟ ସହିତ ବ୍ଲାଡରର ମାଂସପେଶୀ ମୋଟା ହୋଇଯାଏ । ଏହି କାରଣରୁ ବ୍ୟକ୍ତି ପରିସ୍ରା ନିୟନ୍ତ୍ରଣ କରିବାରେ ଅକ୍ଷମ ହୁଅନ୍ତି । କାଶ ଏବଂ ଛିଙ୍କିବା ସମୟରେ ପରିସ୍ରା ହୋଇଯାଏ । ଏସବୁ ସମସ୍ୟା ୟୁରିନ୍ ଇନଫେକ୍ସନ୍ କରିପାରେ । ତେଣୁ ଏଥିପ୍ରତି ଯତ୍ନବାନ ହେବା ଉଚିତ୍ । ଏସବୁ ସମସ୍ୟା ଦେଖା ଦେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ABOUT THE AUTHOR

...view details