ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଓଜନ ବୃଦ୍ଧିକୁ ନେଇ ଚିନ୍ତିତ । ଏଥିପାଇଁ, ସେମାନେ ଜିମରେ ଘଣ୍ଟା ଘଣ୍ଟା ବ୍ୟାୟମ କରିବା ସହ ହେଭି ଡାଏଟ୍ ମଧ୍ୟ ଅନୁସରଣ କରନ୍ତି । ଯଦି ବୟସ ତୁଳନାରେ ଓଜନ ବୃଦ୍ଧି ଘଟେ ତେବେ ଏହା ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିପାରେ । ତେବେ ଭୁଲ୍ ଜୀବନଶୈଳୀ ଏବଂ ଖାଦ୍ୟରେ ଅନିୟମିତତାକୁ ଅନେକ ଲୋକେ ଓଜନ ବୃଦ୍ଧିର କାରଣ ବୋଲି ଭାବିଥାନ୍ତି । ଏହା ମଧ୍ୟ କେତେକାଂଶରେ ସତ । କିନ୍ତୁ ଆପଣ ଜାଣନ୍ତି କି ଅନେକ ରୋଗ ରହିଛି ଯାହା ଦ୍ବାରା ଓଜନ ବୃଦ୍ଧି ପାଇଥାଏ ବୋଲି ?
ଆଜ୍ଞା ହଁ ଓଜନ ବଢିବାର କାରଣ ମଧ୍ୟ ରୋଗ ହୋଇପାରେ (Some disease reason for weight gain) । ଏହି ଆର୍ଟିକିଲରେ, ଆମେ ଆପଣଙ୍କୁ ଏପରି କିଛି ରୋଗ ବିଷୟରେ କହିବାକୁ ଯାଉଛୁ, ଯାହା ଶୀଘ୍ର ଓଜନ ବୃଦ୍ଧି ହେବାର କାରଣ ଭାବରେ ବିବେଚନା କରାଯାଇପାରେ । ନିମ୍ନରେ ସେ' ବାବଦରେ ଆଲୋଚନା କରାଯାଇଛି...
ଟାଇପ୍ 2 ଡାଇବେଟିସ୍
ଯଦି ଶରୀରର ରକ୍ତରେ ଶର୍କରା ସ୍ତର ସଠିକ୍ ନଥାଏ, ତେବେ ଏହି ଅବସ୍ଥାରେ ଓଜନ ମଧ୍ୟ ବୃଦ୍ଧି କିମ୍ବା ହ୍ରାସ ହୋଇପାରେ । ବିଶେଷଜ୍ଞଙ୍କ ଅନୁଯାୟୀ, ଯେତେବେଳେ ଶରୀରରେ ଇନସୁଲିନ୍ ପ୍ରଭାବିତ ହୁଏ, ସେତେବେଳେ ଆମେ ମଧୁମେହ ରୋଗୀ ହୋଇଥାଉ । ଅନୁସନ୍ଧାନ ଅନୁଯାୟୀ, ଟାଇପ୍ 2 ଡାଇବେଟିସ୍ ଥିବା 10 ଜଣଙ୍କ ମଧ୍ୟରୁ 8 ଜଣ ଓଜନ ବୃଦ୍ଧିରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଆହୁରି ମଧ୍ୟ, ଯେଉଁମାନେ ଅଧିକ ଓଜନିଆ ହୋଇଥିବେ, ସେମାନଙ୍କର ମଧୁମେହ ରୋଗ ହୋଇପାରେ । ଯଦି ଆପଣଙ୍କର ମଧୁମେହର ଏକ ଜେନେଟିକ୍ ଲିଙ୍କ୍ ରହିଛି, ତେବେ ବର୍ତ୍ତମାନ ଓଜନ ହ୍ରାସ କରିବା ଆରମ୍ଭ କରନ୍ତୁ ।