ଓଡିଶା

odisha

ETV Bharat / sukhibhava

ଧୂମପାନ ନିଶାରୁ ମୁକୁଳି ପାରୁନଥିଲେ ଆପଣାନ୍ତୁ ଏହି ସବୁ ବିଶେଷ ପଦକ୍ଷେପ

ଧୂମପାନ ହାନୀକାରକ ଜାଣିବା ପରେ ମଧ୍ୟ ଅଧିକାଂଶ ଲୋକେ ଏହାକୁ ଛାଡିପାରି ନଥାନ୍ତି, ଏହାର ମୁଖ୍ୟ କାରଣ ଏଥିରେ ଥିବା ନିକୋଟିନ୍ ଏବଂ ସିଆନାଇଡ୍ ଭଳି ରସାୟନର ମିଶ୍ରଣ । ତେବେ କେତେକ ବିଶେଷ ପଦକ୍ଷେପ ନେଇ ଏହି ନିଶାରୁ ମୁକୁଳି ପାରିବେ(These Best Tips to Help you Stop Smoking) । ଅଧିକ ପଢନ୍ତୁ

ଧୂମପାନ ନିଶାରୁ ମୁକୁଳି ପାରୁନଥିଲେ ଆପଣାନ୍ତୁ ଏହି ସବୁ ବିଶେଷ ପଦକ୍ଷେପ
ଧୂମପାନ ନିଶାରୁ ମୁକୁଳି ପାରୁନଥିଲେ ଆପଣାନ୍ତୁ ଏହି ସବୁ ବିଶେଷ ପଦକ୍ଷେପ

By

Published : Dec 8, 2022, 2:06 PM IST

ହାଇଦ୍ରାବାଦ: ନିକୋଟିନ୍ ଏବଂ ସିଆନାଇଡ୍ ପରି ସିଗାରେଟରେ ଥିବା ଅନେକ ରାସାୟନିକ ପଦାର୍ଥ ହେଉଛି ବିଷ ସଦୃଶ । ଏପରିକି ଏଗୁଡିକ ମଧ୍ୟ ଜୀବନ ନେଇପାରନ୍ତି । ଧୂମପାନର ଭୟାବହତା ବାବଦରେ ଅନେକ ଲୋକ ଜାଣିଥାନ୍ତି, ମାତ୍ର ଏହା ଏପରି ଏକ ନିଶା, ଯାହା ଥରେ ଘାରିବା ପରେ ଆଉ ଛାଡିନଥାଏ । ଯଦି ଏହି ଅଭ୍ୟାସକୁ ଛାଡିବାକୁ ଚାହୁଁଛନ୍ତି, ତେବେ ନିମ୍ନରେ ଦିଆଯାଇଥିବା କେତେକ ଟିପ୍ସ ଅନୁସରଣ କରିପାରିବେ...

1. ଧୂମପାନ ରୋକିବା ପାଇଁ ତାରିଖ ଏବଂ ସମୟ ସେଟ୍ କରି ରଖନ୍ତୁ:-

ଧୂମପାନ ରୋକିବାକୁ ଚାହୁଁଥିଲେ, ପ୍ରଥମେ ଏହି ଅଭ୍ୟାସକୁ ସ୍ବାଭାବିକ କରନ୍ତୁ । ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ତାରିଖ ଏବଂ ସମୟ ସ୍ଥିର କରନ୍ତୁ । ଏହିସବୁ ସମୟରେ କିମ୍ବା ତାରିଖରେ ଧୂମପାନ କରିବି ନାହିଁ ବୋଲି ଏକ ପ୍ରତିଜ୍ଞା ନିଅନ୍ତୁ । ଏପରି କରିବା ଦ୍ବାରା ଧୀରେ ଧୀରେ ଏହି ଅଭ୍ୟାସ ହ୍ରାସ ପାଇପାରେ ।

2. ଆଗକୁ ଦେଖନ୍ତୁ:-

ମନେରଖନ୍ତୁ- ସିଗାରେଟ୍ ଆପଣଙ୍କ ଶରୀରର କୌଣସି ଭଲ କାର୍ଯ୍ୟରେ ଆସୁନାହିଁ, ତଥାପି ଆପଣ ଏହାର ନିଶାର ବାହାରି ପାରୁନାହାନ୍ତି । ଏହାର ଅର୍ଥ ସବୁକିଛି ନିକୋଟିନର ପାଦୁର୍ଭାବ କାରଣରୁ ଚାଲୁଛି, ଯାହା ଅତ୍ୟନ୍ତ ସ୍ବାସ୍ଥ୍ୟ ହାନୀକାରକ । ତେଣୁ ଏହା ଭାବନ୍ତୁ ଯେ, ଆପଣ କୌଣସି ମୂଲ୍ୟବାନ ଜିନିଷକୁ ଛାଡୁ ନାହାନ୍ତି, ବରଂ ଏକ କୁଅଭ୍ୟାସଠୁ ଦୂରେଇବାର ପ୍ରୟାସରେ ଅଛନ୍ତି । ତେଣୁ ଆଗକୁ ବଢନ୍ତୁ, ପଛରେ ଥିବା ଯତିକାରକ ନିଶାକୁ ଦୂରେଇବାକୁ ଚେଷ୍ଟା କରନ୍ତୁ ।

3. ଗୋଟିଏ ଶେଷ ସିଗାରେଟ୍ ରଖନ୍ତୁ:-

ବାସ୍ତବରେ, ଏଥିରେ ଆତ୍ମସମର୍ପଣ କରିବାର କିଛି ନାହିଁ, ବରଂ ଆପଣ ଏକ କୁଅଭ୍ୟାସର ବିଲୋପ କରିବାକୁ ଯାଉଛନ୍ତି ବୋଲି ଭାବନ୍ତୁ । ଏକ ନିର୍ଦ୍ଦିଷ୍ଟ ସିଗାରେଟ୍ ରଖନ୍ତୁ ଏବଂ ଏହା ଶେଷ ବୋଲି ଭାବନ୍ତୁ । ଏହି ସିଗାରେଟ୍ ପରେ କୌଣସି ସିଗାରେଟ୍ କିଣିବେ ନାହିଁ କିମ୍ବା ବ୍ୟବହାର କରିବେ ନାହିଁ ବୋଲି ମନସ୍ତ କରନ୍ତୁ । ଏହିପରି ଅଭ୍ୟାସ ନିଶ୍ଚିତ ରୂପେ ସିଗାରେଟର ନିଶାରୁ ମୁକୁଳାଇ ପାରିବ ।

5. ପ୍ରତିଦିନ ସାମାଜିକ ହୁଅନ୍ତୁ:-

ଆପଣ ସିଗାରେଟ୍ ଛାଡିବାକୁ ଚାହୁଁଛନ୍ତି, ତେଣୁ ଧୂମପାନ କରୁଥିବା ଲୋକଙ୍କଠାରୁ ଦୂରେଇ ରହିବା ଯେ, ନିହାତି ଆବଶ୍ୟକ ସେପରି ନୁହେଁ । ସାମାଜିକ ହୁଅନ୍ତୁ, ଅନ୍ୟମାନଙ୍କ ସହ ମିଳାମିଶା କରନ୍ତୁ, ନିଜକୁ ପ୍ରତିବନ୍ଧକ ଲଗାଇବା ଭଳି କୌଣସି ଭାବନା ଆଣିବାକ ଆବଶ୍ୟକ ନାହିଁ । ସାମାଜିକ କାର୍ଯ୍ୟକଳାପରେ ଯୋଗଦାନ କରନ୍ତୁ କିନ୍ତୁ ଧୂମପାନ କରୁଥିବା ଲୋକଙ୍କୁ ଈର୍ଷା କରନ୍ତୁ ନାହିଁ । ବରଂ ଏହା ହୃଦୟଙ୍ଗମ କରନ୍ତୁ ଯେ, ସେମାନେ ଆପଣଙ୍କୁ ଈର୍ଷା କରୁଛନ୍ତି । ଏହିପରି କେତେକ ସକରାତ୍ମକ ଭାବନା ଏବଂ ପଦକ୍ଷେପ ବଳରେ ନିଶ୍ଚିତ ରୂପେ ଧୂମପାନଠୁ ଦୂରେଇ ପାରିବେ ।

ABOUT THE AUTHOR

...view details