ଓଡିଶା

odisha

ETV Bharat / sukhibhava

Viral Fever ଏଡାଇବା ପାଇଁ ଖାଦ୍ୟରେ ଆଣନ୍ତୁ ଏହିସବୁ ପରିବର୍ତ୍ତନ - ସ୍ବାସ୍ଥ୍ୟ ମନ୍ତ୍ର

ଶୀତଋତୁର ଆଗମନ କାରଣରୁ ବର୍ତ୍ତମାନ ସମୟରେ ଭାଇରାଲ ଫିବର୍ ହେବାର ଆଶଙ୍କା ରହିଛି(The risk of viral fever increases in the changing season) । ଏହା ଏକ ଗୁରୁତ୍ବପୂର୍ଣ୍ଣ ସମସ୍ୟା ହୋଇନଥିଲେ ମଧ୍ୟ ନାନା ଶାରୀରିକ ପୀଡା ଭୋଗିବାକୁ ପଡିଥାଏ । ତେଣୁ ଖାଦ୍ୟରେ କେତେକ ପରିବର୍ତ୍ତନ ମାଧ୍ୟମରେ ଆପଣ ଏଥିରୁ ରକ୍ଷା ପାଇପାରିବେ । ଅଧିକ ପଢନ୍ତୁ

Viral Fever ଏଡାଇବା ପାଇଁ ଖାଦ୍ୟରେ ଆଣନ୍ତୁ ଏହିସବୁ ପରିବର୍ତ୍ତନ
Viral Fever ଏଡାଇବା ପାଇଁ ଖାଦ୍ୟରେ ଆଣନ୍ତୁ ଏହିସବୁ ପରିବର୍ତ୍ତନ

By

Published : Oct 10, 2022, 11:07 AM IST

ହାଇଦ୍ରାବାଦ: ଧିରେ ଧିରେ ପାଣିପାଗରେ ପରିବର୍ତ୍ତନ ହେଉଥିବାରୁ ଅଧିକାଂଶ ଲୋକଙ୍କୁ ଭାଇରାଲ ଫିବର(The risk of viral fever increases in the changing season) ହେବାର ଆଶଙ୍କା ରହୁଛି । ଆପଣ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ କରୁଥିବେ । ମାତ୍ର ଏହା ଏକ ଗୁରୁତର ଚିନ୍ତାର ବିଷୟ ନୁହେଁ ତଥାପି ଏଥିରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ପାଖାପାଖି ଗୋଟିଏ ସପ୍ତାହ ଲାଗିପାରେ । ଏହିସମୟରେ ଆପଣଙ୍କୁ ନାନା ଶାରୀରିକ ପୀଡା ଦେଇ ଗତି କରିବାକୁ ପଡିପାରେ । ତେଣୁ ଏହି ସମୟରେ କେଉଁ କେଉଁ ଖାଦ୍ୟ ଗ୍ରହଣ କରିବେ ଏବଂ କେଉଁ ଖାଦ୍ୟକୁ ଏଡାଇବେ ସେ' ଉପରେ ନିମ୍ନରେ ବର୍ଣ୍ଣନା କରାଯାଇଛି(what to eat and what not in fever)...

ଭାଇରାଲ୍ ଜ୍ୱରରେ କ'ଣ ଖାଇବା ଏବଂ କ'ଣ ଏଡାଇବେ:-

Viral Fever

ଋତୁ ପରିବର୍ତ୍ତନ କାରଣରୁ ଜ୍ୱର, ଥଣ୍ଡା, ମୁଣ୍ଡବିନ୍ଧା ଏବଂ ଶରୀରରେ ଯନ୍ତ୍ରଣା(viral fever) ହେବା ସାଧାରଣ କଥା । ପାଣିପାଗ ବ୍ୟତୀତ ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ଦୂଷିତ ପାଣିରେ ଥିବା ଜୀବାଣୁ ଏବଂ ଭୂତାଣୁ କାରଣରୁ ଭାଇରାଲ୍ ଜ୍ୱର ମଧ୍ୟ ସଂକ୍ରମଣ ବିସ୍ତାର କରିପାରେ । ଭାଇରାଲ୍ ଜ୍ୱରର ଅନେକ ସାଧାରଣ ଲକ୍ଷଣ ଅଛି, ଯେପରିକି ଉଚ୍ଚ ଜ୍ୱର, ବାନ୍ତି, ମୁଣ୍ଡବିନ୍ଧା, ଶରୀର ଯନ୍ତ୍ରଣା, ଦୁର୍ବଳତା ଏବଂ ଥକାପଣ । ଏହାକୁ ଅବହେଳା କରାଯିବା ଉଚିତ୍ ନୁହେଁ । କାରଣ ଏହି ଜ୍ୱର ବୃଦ୍ଧି ପାଇ ଡେଙ୍ଗୁ ଏବଂ ମ୍ୟାଲେରିଆର ରୂପ ନେଇପାରେ ।

ଭାଇରାଲ୍ ଜ୍ୱରରୁ ତୁରନ୍ତ ଉପଶମ ପାଇଁ ଆପଣଙ୍କର ଖାଦ୍ୟର ଯତ୍ନ ନେବା ଅତ୍ୟନ୍ତ ଜରୁରୀ, ଯାହା ଦ୍ବାରା ଶରୀରର ପ୍ରତିରକ୍ଷା ପ୍ରଣାଳୀ ଦୃଢ ରହିଥାଏ ଏବଂ ଏହାକୁ ରୋଗ ସହ ଲଢିବା ପାଇଁ ଶକ୍ତି ପ୍ରଦାନ କରିଥାଏ । ଆସନ୍ତୁ ଜାଣିବା, ଭାଇରାଲ୍ ଜ୍ୱରରେ କିପରି ଖାଦ୍ୟର ଯତ୍ନ ନେବେ...

Viral Fever

ଦୁଗ୍ଧ ଜାତୀୟ ଉତ୍ପାଦ:-

ଭାଇରାଲ୍ ଜ୍ୱର ସମୟରେ ଦୁଗ୍ଧଜାତ ଦ୍ରବ୍ୟ ଅତ୍ୟନ୍ତ ଲାଭଦାୟକ । ଏଥିରୁ ଶରୀରରେ ବହୁ ପରିମାଣର ଖଣିଜ ପଦାର୍ଥ, କ୍ୟାଲସିୟମ୍, ପ୍ରୋଟିନ୍ ଏବଂ ଭିଟାମିନ୍ ମିଳିଥାଏ ।

ସବୁଜ ପତ୍ରଯୁକ୍ତ ପନିପରିବା:-

ଶାଗ, କାଲ୍ ଏବଂ ସୋରିଷ ଭଳି ଖାଦ୍ୟରେ ଅନେକ ପୋଷକ ତତ୍ତ୍ୱ ଭରପୂର ରହିଥାଏ, ଯାହା ଭାଇରାଲ୍ ଜ୍ୱର ପରି ଋତୁକାଳୀନ ରୋଗ ବିରୁଦ୍ଧରେ ଲଢିବାରେ ସହାୟକ ହୋଇଥାଏ ।

ବାଦାମ:-

ବାଦାମରେ ପ୍ରୋଟିନ୍, ସେଲେନିୟମ୍, ଭିଟାମିନ୍, ଭିଟାମିନ୍ ଏ ଏବଂ ଇ ଭଳି ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରକୁ ଶକ୍ତି ଯୋଗାଇଥାଏ ଏବଂ ରୋଗରୁ ରକ୍ଷା କରିଥାଏ ।

ସୁପ୍:-

ସୁପ୍ ଭିଟାମିନ୍, ମିନେରାଲ୍ସ ଏବଂ ପ୍ରୋଟିନର ଏକ ଉତ୍କୃଷ୍ଟ ଉତ୍ସ, ଯାହା ରୋଗୀକୁ ଅଧିକ ସମୟ ପର୍ଯ୍ୟନ୍ତ ହାଇଡ୍ରେଟ୍ ରହିବାକୁ ସାହାଯ୍ୟ କରେ । ସୁପ୍ ଏକ ହାଲୁକା ଖାଦ୍ୟ ହୋଇଥିବାରୁ ସହଜରେ ହଜମ ହୋଇଯାଏ ।

ଭାଇରାଲ୍ ଜ୍ୱରରେ ଏହି ଖାଦ୍ୟରୁ ଦୂରେଇ ରୁହନ୍ତୁ...

ଶର୍କରା ଖାଦ୍ୟ:-

ଶର୍କରା ଖାଦ୍ୟ ଏବଂ ପାନୀୟ ଭାଇରାଲ୍ ଜ୍ୱରରେ ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଇପାରେ, ତେଣୁ ଏଗୁଡିକୁ ଏଡାଇବା ଉଚିତ୍ । ତେବେ ଶର୍କରା ଜାତୀୟ ଖାଦ୍ୟ, ଯେପରି କ୍ୟାଣ୍ଡିସ କେକ୍, କୁକିଜ୍, ସ୍ବିଟ୍ ରୋଲ୍ସ, ପେଷ୍ଟ୍ରି, ଆଇସ-କ୍ରିମ, ସଫ୍ଟ ଡ୍ରିଙ୍କ୍ସ ଇତ୍ୟାଦି ସେବନରୁ ଦୂରେଇ ରହନ୍ତୁ ।

କଫିନ୍ ପାନୀୟ ଏବଂ ମଦ୍ୟପାନ:-

ଜ୍ୱରରେ ଅଧିକ ତାପମାତ୍ରା କାରଣରୁ ଡିହାଇଡ୍ରେସନ୍ ସମସ୍ୟା ବଢିଯାଏ, ଏପରି ପରିସ୍ଥିତିରେ ଏହି ପାନୀୟଗୁଡିକ ଭାଇରାଲ୍ ଫିବର୍ ଆଶଙ୍କାକୁ ବୃଦ୍ଧି କରିଥାଏ । ସେଥିପାଇଁ ଜ୍ୱରରେ ଏପରି ପାନୀୟ ବଦଳରେ ପାଣି, ଲେମ୍ବୁ, ଜୁସ୍ ଏବଂ ନଡ଼ିଆ ପାଣି ପିଅନ୍ତୁ ।

ABOUT THE AUTHOR

...view details