ହାଇଦ୍ରାବାଦ:ଆଜିକା ସମୟରେ ମଧ୍ୟ କିଛି ଲୋକଙ୍କର ମୁଣ୍ଡ, ନାକ କିମ୍ବା କାନକୁ ବାରମ୍ବାର କୁଣ୍ଡାଇବା ଅଭ୍ୟାସ ରହିଛି। ଆଖି କୁଣ୍ଡାଇ ହେଲେ କୁଣ୍ଡାଇ ପୁଣି ସେହି ହାତର ନଖକୁ ଖାଇ ଥାଆନ୍ତି । ଯଦି ଆପଣଙ୍କର ମଧ୍ୟ ଏହି ଅଭ୍ୟାସ ରହିଛି ତାହେଲେ ହୋଇଯାଆନ୍ତୁ ସାବଧାନ ! ନଚେତ ହୋଇପାରନ୍ତି ରୋଗର ଶିକାର । ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ଅଙ୍ଗଗୁଡ଼ିକୁ କ୍ରମାଗତ ଭାବରେ ସ୍ପର୍ଶ କରିବା ଦ୍ବାରା ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇଥାଏ ।
ବିଶେଷଜ୍ଞଙ୍କ ଅନୁଯାୟୀ, ବୟସ୍କଙ୍କ ତୁଳନାରେ ଏହି ଅଭ୍ୟାସ ସାଧାରଣତଃ ପିଲାମାନଙ୍କଠାରେ ଦେଖାଯାଏ । ନାକ, କାନ ଏବଂ ଆଖିରୁ ହେଉଥିବା ସଂକ୍ରମଣ ଦ୍ବାରା ପେଟରେ ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ । କାରଣ କିଛି ଲୋକ ହାତ ନଧୋଇ ଖାଇବା ଦ୍ବାରା ଉକ୍ତ ଜୀବାଣୁ, କିଟାଣୁ ଶରୀରର ମଧ୍ୟକୁ ପ୍ରବେଶ କରିଥାଆନ୍ତି । ଯାହାକି ପେଟ ସଂକ୍ରମଣର ଏକ ମୁଖ୍ୟ କାରଣ ଅଟେ ।
ଉତ୍ତରପ୍ରଦେଶ ବଳରାମପୁର ହସ୍ପିଟାଲର ବରିଷ୍ଠ ଚିକିତ୍ସକ ଡାକ୍ତର ନରେନ୍ଦ୍ର ଦେବ କହିଛନ୍ତି,"ଅନେକ ଝିଅ ଏପରି ରହିଛନ୍ତି ଯେଉମାନଙ୍କର ମୁହଁକୁ ଛୁଇଁବାର ଅଭ୍ୟାସ ରହିଛି । ମୁହଁରେ ବାରମ୍ବାର ହାତ ମାରି ଥାଆନ୍ତି । ଯେଉଁ କାରଣରୁ ତ୍ବଚାରେ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଥାଏ । କାରଣ ହାତରେ ରହିଥିବା ଝାଳ ଏବଂ ମଇଳା ମୁହଁରେ ଲାଗିଥାଏ । ଏହି କାରଣରୁ ଚର୍ମ ସମସ୍ୟା ବୃଦ୍ଧି ପାଇଥାଏ ।" ତେବେ ନଖ କାମୁଡ଼ିବା ଖରାପ ଅଭ୍ୟାସକୁ ନେଇ ଏକ ରିସର୍ଚ୍ଚ କରାଯାଇଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ, ପ୍ରାୟ 25 ପ୍ରତିଶତ ଯୁବକ ଏବଂ ପାଞ୍ଚ ପ୍ରତିଶତ ବୟସ୍କ ଲୋକଙ୍କର ନଖ କାମୁଡ଼ିବାର ଅଭ୍ୟାସ ରହିଛି । ୪ରୁ ୫ ବର୍ଷର ପିଲାମାନଙ୍କଠାରେ ନଖ କାମୁଡ଼ିବାର ଅଭ୍ୟାସ ଅଧିକ । ଯାହା କିଶୋର ଅବସ୍ଥାରେ ଆହୁରି ବୃଦ୍ଧି ପାଇବାରେ ଲାଗିଛି । ପିଲାମାନଙ୍କର ହାତ ଏବଂ ନଖରେ ଅନେକ ଜୀବାଣୁ ଏବଂ ଜୀବାଣୁ ରହିପାରେ ।
ଏହା ମଧ୍ୟ ପଢନ୍ତୁ:Sunscreen Cause Cancer: ସନସ୍କ୍ରିନ ଯୋଗୁଁ ଚର୍ମ କର୍କଟ ହୋଇପାରେ କି ? ଏହା କହିଲେ ବିଶେଷଜ୍ଞ
ନାକ ସଂକ୍ରମଣରୁ ଦୂରେଇ ରହିବା ଉଚିତ୍:ଡାକ୍ତର ନରେନ୍ଦ୍ର ଦେବଙ୍କ ମୁତାବକ, "ଛୋଟ ପିଲାମାନେ ପ୍ରାୟତଃ ନାକରେ ଆଙ୍ଗୁଠି ଭର୍ତ୍ତି କରି ଥାଆନ୍ତି । ଛୋଟ ଛୁଆଙ୍କ କ୍ଷେତ୍ରରେ ବୁଝିବା ଶକ୍ତି ନଥିବାକୁ ପରିବାର ଲୋକେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ପିଲାମାନଙ୍କ ବ୍ୟତୀତ ବୟସ୍କମାନେ ମଧ୍ୟ ଆଖି ପରି ଆଙ୍ଗୁଠି ସାହାଯ୍ୟରେ କାନ ଏବଂ ନାକକୁ ସଫା କରନ୍ତି । କିନ୍ତୁ କେବେ ଭାବନ୍ତି ନାହିଁ ଯେ, ଏହା ସଂକ୍ରମଣର କାରଣ ସାଜିପାରେ । ନାକ କୁଣ୍ଡାଇବା ଦ୍ବାରା ହାତର ଜୀବାଣୁ ନାକ ଭିତରକୁ ଯାଇଥାଏ । ଏହାଦ୍ବାରା ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଥାଏ । ପ୍ରତ୍ୟେକ ଥର ନାକ ସଫା କରିବା ପରେ କେହି ହାତ ଧୋଇନଥାନ୍ତି । ତେଣୁ ସଂକ୍ରମଣର ଆଶଙ୍କା ଅଧିକ ରହିଥାଏ । ଏଭଳି ସ୍ଥଳେ ପରିଷ୍କାର ପରିଚ୍ଛନ୍ନତା ରହିବା ଆବଶ୍ୟକ ।"
କାନ: ଆଙ୍ଗୁଠିରେ କାନ ସଫା କରିବା ମଧ୍ୟ ଏକ ଖରାପ ଅଭ୍ୟାସ । ଆଙ୍ଗୁଠି କିମ୍ବା ଅନ୍ୟ କୌଣସି ଜିନିଷ କାନରେ ଭର୍ତ୍ତିକରିବା ଉଚିତ ନୁହେଁ ବୋଲି ଡାକ୍ତର କହିଛନ୍ତି । କାନକୁ ଆଙ୍ଗୁଠି ସାହାଯ୍ୟରେ ସଫା କରିବା ଦ୍ବାରା ନଖରେ ମଇଳା ବାହାରକୁ ଆସିଥାଏ । ଖାଦ୍ୟ ଗ୍ରହଣ କରିବା ସମୟରେ ହାତ ନଧୋଇ ଖାଇବା ଦ୍ବାରା ଅନେକ ରୋଗ ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଥାଏ ବୋଲି ଡାକ୍ତର କହିଛନ୍ତି । ପେଟରେ ସଂକ୍ରମଣ ହେବାର ସମ୍ଭାବନା ମଧ୍ୟ ରହିଥାଏ । ଅନ୍ୟପଟେ ନଖରେ କାନ କୁଣ୍ଡାଇବା ଦ୍ବାରା କାନର ଭିତର ଅଂଶ କ୍ଷତି ହେବାର ସମ୍ଭାବନା ରହିଥାଏ ବୋଲି ଡାକ୍ତର କହିଛନ୍ତି ।
ଆଖି:ବଳରାମପୁର ଡାକ୍ତରଖାନାର ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡାକ୍ତର ସଞ୍ଜୀବ କହିଛନ୍ତି ଯେ, "କିଛି ଲୋକଙ୍କର ଆଖି ଘଷିବାର ଅଭ୍ୟାସ ଅଛି । ଏହା ଯନ୍ତ୍ରଣା ହେତୁ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ହେଉ ଲୋକମାନେ ତୁରନ୍ତ ଆଖିକୁ ଘଷି ଦେଇଥାଆନ୍ତି । ପରବର୍ତ୍ତୀ ସମୟରେ ଏହା ଅତ୍ୟଧିକ ସମ୍ବେଦନଶୀଳ ହୋଇଥାଏ । କାରଣ ଏହା ଦ୍ବାରା ସଂକ୍ରମଣ ହେବାର ସମ୍ଭବନା ଅଧିକ ରହିଥାଏ । ଆଖିଧରା ରୋଗ ମଧ୍ୟ ଶୀଘ୍ର ବ୍ୟାପିବାର ସମ୍ଭାବନା ରହିଥାଏ । ଯଦି ଆପଣ ଏକ ରୁମାଲରେ ଆଖି ପୋଛୁଛନ୍ତି ତାହେଲେ ତାହା ଅନ୍ୟ କେହି ବ୍ୟବହାର କରିବା ଉଚିତ ନୁହେଁ । କାରଣ ଏହା ଅନ୍ୟ କୌଣସି ବ୍ୟକ୍ତି ବ୍ୟବହାର କରିବା ଦ୍ବାରା ଆଖି ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଥାଏ ।"
କହିରଖୁଛି କି, ଏଭଳି ଅଭ୍ୟାସ ପାଇଁ ଆଖି, ନାକ ଏବଂ କାନର ସଂକ୍ରମଣ ଅଧିକା ଦେଖାଯାଇଥାଏ । ଏଭଳି ଅଭ୍ୟାସରୁ ଦୂରେଇ ରହିବା ଦ୍ବାରା ସୁସ୍ଥ ରହି ପାରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ