ହାଇଦ୍ରାବାଦ: ଆମେ ଆମ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଜୀବନଶୈଳୀକୁ ଦ୍ରୁତଗତିରେ ଆଗେଇ ନେଇଥାନ୍ତି, ଯାହାଦ୍ବାରା ଅଧିକ ସ୍ବାସ୍ଥ୍ୟଗତ ସମସ୍ୟା ବୃଦ୍ଧି ପାଉଛି । ସମୟର ଗତି ସହିତ, ଅଧିକାଂଶ ଲୋକେ ଦୈନନ୍ଦିନ କର୍ମରୁ ନିବୃତ୍ତ ରହି ଫିଟନେସ୍ ଆଡକୁ ମୁହାଁଉଛନ୍ତି । ସୁସ୍ଥ ଦ୍ରବ୍ୟର ଉପଲବ୍ଧତାରେ ଏକ ଉଲ୍ଲେଖନୀୟ ବୃଦ୍ଧି ଦେଖାଯାଉଛି, ଯାହା ପରବର୍ତ୍ତୀ ସମୟରେ ସାମଗ୍ରିକ ସୁସ୍ଥତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି। ତେବେ ରୋଷେଇ ଘରୁ ମିଳୁଥିବା ବିଭିନ୍ନ ଦ୍ରବ୍ୟ ମଧ୍ୟ ସୁସ୍ଥ ଶରୀର ପାଇଁ ଅନେକ ଲାଭଦାୟକ, ଯାହା ପ୍ରକୃତି ଯାତ ।
ରୋଷେଇ ଘରୁ ମିଳୁଥିବା ଜିନିଷଗୁଡ଼ିକ ମଧ୍ୟରୁ ରନ୍ଧନ ତେଲ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ । ଏହି ତେଲ ପାଇଁ ପ୍ରସ୍ତୁତ ହେଉଥିବା ଶୈଳୀ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥି ମଧ୍ୟରୁ cold-pressed coconut oil ବା ପ୍ରାକୃତିକ ଉପାୟରେ ଉତ୍ପାଦିତ ହୋଇଥିବା ନଡିଆ ତେଲ, ଲୋକପ୍ରିୟତା ହାସଲ କରୁଛି । କାରଣ ଏହାର ପ୍ରସ୍ତୁତି ପ୍ରଣାଳୀ ନିଶ୍ଚିତ କରେ ଯେ, ଏଥିରେ ଆଣ୍ଟିଅକ୍ସିଡାଣ୍ଟ କଣ୍ଟେଣ୍ଟ, ସ୍ୱାଦ ଏବଂ ପୁଷ୍ଟିକର ମୂଲ୍ୟ ସଂରକ୍ଷିତ ରହିଛି ।
ଅପରପକ୍ଷେ, ବିଶୋଧିତ ତେଲରୁ କ୍ଷାର, ବ୍ଲିଚିଂ ଏଜେଣ୍ଟ ଏବଂ ଏସିଡ୍ ବ୍ୟବହାର କରି ଚିକିତ୍ସା କରାଯାଏ, ଯାହା ଅନ୍ତିମ ଦ୍ରବ୍ୟକୁ ସ୍ଥିର ସାନ୍ଦ୍ରତା ପ୍ରଦାନ କରିଥାଏ । ସ୍ବାସ୍ଥ୍ୟକର ତେଲ ହେଉଛି cold-pressed virgin coconut oil ବା କୌଣସି ପ୍ରାକୃତିକ ଗୁଣ ହ୍ରାସ ହୋଇନଥିବା ତାଜା ନଡିଆ ତେଲ, ଯାହା ଶକ୍ତି ବୃଦ୍ଧି ଏବଂ HDL (Good) କୋଲେଷ୍ଟ୍ରଲକୁ ବୃଦ୍ଧି କରେ । ନଡ଼ିଆ ତେଲରେ MCTs (Medium Chain Triglycerides) ପ୍ରଚୁର ପରିମାଣରେ ଥାଏ, ଯାହା ଓଜନ ପରିଚାଳନାରେ ସାହାଯ୍ୟ କରିଥାଏ ।
ଭାରତର ଏକ ସ୍ୱାସ୍ଥ୍ୟ ଏବଂ ସୁସ୍ଥକର ବ୍ରାଣ୍ଡର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଡଲି କୁମାର cold-pressed coconut oil ବ୍ୟବହାର ଦ୍ବାରା କି କି ଲାଭ ମିଳିଥାଏ, ତା' ଉପରେ ଆଲୋଚନା କରି ଉପକାରିତା ବାବଦରେ କହିଛନ୍ତି...
ମେଦ ବହୁଳତା ହ୍ରାସ: Medium-chain triglycerides (MCTs), ନଡିଆ ତେଲରେ ପ୍ରଚୁର ପରିମାଣରେ ଥାଏ, MCTs କ୍ୟାଲୋରୀ ସଂଖ୍ୟା ବୃଦ୍ଧି କରିବାରେ ସହାୟକ ହୁଏ, ଫଳସ୍ୱରୂପ, ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।