ନୂଆଦିଲ୍ଲୀ:ଦୀର୍ଘମାସ ଧରି ପ୍ରବଳ ଉତ୍ତାପ ପରେ ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରବେଶ କରିଛି । ମୌସୁମୀ ପ୍ରଭାବରେ ତାତିରୁ ମୁକ୍ତି ମିଳିବା ସହ ବର୍ଷାର ମଜା ନେଉଛନ୍ତି ଲୋକେ । ଘରେ ରହି କିଛି ଗରମା ଗରମ ସ୍ନାକ୍ସ ଏବଂ ବୋର୍ଡ ଗେମ୍ସ ସହ ମଜା ନେବାର ଏହା ଉର୍କୃଷ୍ଟ ସମୟ । ବର୍ଷା ସମୟରେ ବୃଦ୍ଧି ପାଉଥିବା ଜୀବାଣୁଙ୍କ କାରଣରୁ ଅନେକ ଲୋକ ଘରେ ରହିବାକୁ ପସନ୍ଦ କରନ୍ତି । କିଛି ଲୋକେ ଏହି ସମୟରେ ମଧ୍ୟ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।
ତେଣୁ ବର୍ଷାଋତୁରେ ଘରକୁ ପରିସ୍କାର ରଖିବା ନିହାତି ଆବଶ୍ୟକ । ଏଥିପାଇଁ ନିମ୍ବ ପତ୍ର ଏକ ଉତ୍କୃଷ୍ଟ ଜିନିଷ । ନିମ୍ବରେ ଥିବା ବ୍ୟାକ୍ଟେରିଆ ଏବଂ ଆଣ୍ଟି-ଫଙ୍ଗଲ୍ ଗୁଣ ପାଇଁ ଜଣାଶୁଣା ଏବଂ ଅନେକ ଲୋକେ ମଧ୍ୟ ପୁରାତନ ଉପଚାର ମଧ୍ୟରୁ ଏହାକୁ ବ୍ୟବହାର କରିଥାନ୍ତି ।
ଜଣେ ଗୃହିଣୀ ବାଣି ଅନିଲକୁମାର କହିଛନ୍ତି ଯେ, "ମୁଁ ମୋ ଜୀବନସାରା ନିମ୍ବ ବ୍ୟବହାର କରୁଛି । ଚର୍ମ ହେଉ କିମ୍ବା ଘରର ଚଟାଣ ପାଇଁ ସବୁଥିରୁ ଜୀବାଣ ମୁକ୍ତ ପାଇଁ ନିମ୍ବ ଉପରେ ଭରସା କରେ । ଚଟାଣକୁ ସଫା ରଖିବା ପାଇଁ ମୌସୁମୀ ସମୟରେ ଏହାର ଆବଶ୍ୟକତା ନିହାତି ରହିଛି, କାରଣ ଏଥିରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ଅଛି । ନିମାଇଲ୍ ହର୍ବାଲ୍ ଫ୍ଲୋର୍ କ୍ଲିନର୍ ହେଉଛି ଏକମାତ୍ର ଜିନିଷ ଯାହା ମୋ ଘରକୁ ଜୀବାଣୁମୁକ୍ତ ରଖବା ପାଇଁ ସହାୟକ ହୋଇଥାଏ । ଏଥିରେ ନିମ୍ବର ଶକ୍ତି ଅଛି ଏବଂ ଏକ ପ୍ରାକୃତିକ ଭାବରେ ସତେଜତା ଏବଂ ଏଥିରେ ଏକ ଦୀର୍ଘସ୍ଥାୟୀ ସୁଗନ୍ଧ ମଧ୍ୟ ରହିଛି ।"