ହାଇଦ୍ରାବାଦ:ନଖ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଥାଆନ୍ତି । ନଖକୁ ଠିକ ସମୟରେ ସଫା ନକରିବା ବା ଯତ୍ନ ନନେବା ଦ୍ବାରା ଏହା ଅନେକ ରୋଗର କାରଣ ସାଜିଥାଏ । ତେଣୁ ନଖର ବିଶେଷ ଯତ୍ନ ନେବା ପାଇଁ ପରାମର୍ଶ ଦିଆଯାଇଥାଏ । ନଖ ସୁନ୍ଦର ଦେଖାଯିବା ସହିତ ରୋଗର ଭୟ ମଧ୍ୟ ନଥାଏ । ପ୍ରାୟତଃ ମହିଳାଙ୍କ ଲମ୍ବା ନଖ ପ୍ରତି ଦୁର୍ବଳତା ରହିଥାଏ । କିନ୍ତୁ ଆଜି କାଲିର ବ୍ୟସ୍ତବହୁଳ ଜୀବନ ଯୋଗୁଁ ଏହା ସମ୍ଭବ ହୋଇପାରେ ନାହିଁ । ନଖ ଦୁର୍ବଳ ହେବା ସହିତ ଭାଙ୍ଗି ଯାଇଥାଏ । କିନ୍ତୁ ଆପଣ ଚାହିଁଲେ ନିଜ ନଖକୁ ମସୃଣ ରଖିପାରିବା ସହିତ ହାତ ଓ ପାଦର ସୌନ୍ଦର୍ଯ୍ୟ ବଢାଇ ପାରିବେ । ଏଥିପାଇଁ ନିମ୍ନୋଲିଖିତ କିଛି ଟିପ୍ସ ଆପଣାନ୍ତୁ
ମଶ୍ଚରାଇଜ:ନଖକୁ ସୁସ୍ଥ ଏବଂ ସବଳ ରଖିବା ପାଇଁ ମେନିକ୍ୟୁର, ଟ୍ରିମିଂ, ସେପିଂ, ମେସେଜିଂ ଏବଂ ସମୟ ସମୟରେ ପଲିସ କରିବା ଆବଶ୍ୟକ । ଏହାସହିତ ମଶ୍ଚରାଇଜ ମଧ୍ୟ ନଖ ପାଇଁ ଗୁରୁତ୍ବପୂର୍ଣ୍ଣ । ଏହା ପାଇଁ ବଜାରରେ ଅଏଲ ବା ତେଲ ମଧ୍ୟ ଉପଲବ୍ଧ ରହିଛି । ଏହାକୁ ଲଗାଇ ଧିରେ ଧିରେ ମାଲିସ କରନ୍ତୁ । ବାହ୍ୟ ସ୍ତରକୁ ମଧ୍ୟ ହାଲୁକା ଭାବେ ଘଷନ୍ତୁ । ଏହା ଦ୍ବାରା ନଖ ଡ୍ରାଇ ହେବାରୁ ଏଡାଇ ପାରିବେ । ଏହାସହ ସଂକ୍ରମଣର ଆଶଙ୍କା ମଧ୍ୟ କମ ହୋଇପାରିବ ।
ପଲିସ୍:କେତେକ ବିଶ୍ୱାସ କରନ୍ତି ଯେ ନେଲପଲିସରେ ଥିବା ବିଭିନ୍ନ ରାସାୟନିକ ପଦାର୍ଥ ନଖକୁ କ୍ଷତି ପହଞ୍ଚାଇବାର ସମ୍ଭାବନା ଅଧିକ ରହିଥାଏ । କିନ୍ତୁ ଏହା ଭୁଲ୍ ବୋଲି ବିଶେଷଜ୍ଞମାନେ କହିଛନ୍ତି । କୁହାଯାଏ ଯେ ପାଣିରେ ବାରମ୍ବାର ଓଦା ହେବା ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପରେ ନଖ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ତେଣୁ ଆବଶ୍ୟକ ନହେଲେ ନେଲପଲିସ ଠାରୁ ଦୂରେଇ ରହିବା ସହ ଏସେଟୋନ୍ ଫ୍ରି ନେଲପଲିସ୍ ରିମୁଭର୍ ବ୍ୟବହାର କରିବା ଉଚିତ ବୋଲି କୁହାଯାଇଛି । ଘରକାମ କିମ୍ବା ବଗିଚା କାମ କରିବା ସମୟରେ ଗ୍ଲୋବ୍ସ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି ।
ପ୍ରତି ମୁହୂର୍ତ୍ତରେ ଆମେ କିଛି ନା କିଛି କାର୍ଯ୍ୟ କରିଥାଉ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଅନେକ ସମୟରେ ନଖ ପ୍ରତି ଅବହେଳା କାରଣରୁ ଭାଇରାଲ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ସର୍ବଦା ନଖକୁ ପରିଷ୍କାର ରଖିବା ଜରୁରୀ ବୋଲି କୁହାଯାଇଛି । ତେବେ ଚାହିଁଲେ ଘରେ ମଧ୍ୟ ନଖର ଯତ୍ନ ନେଇ ପାରିବେ । ପ୍ରଥମେ ଏକ ପାତ୍ରରେ କିଛି ପାଣି ନିଅନ୍ତୁ । ଏଥିରେ ଗୋଟିଏ ଚାମଚ ବେକିଂ ସୋଡା ଏବଂ ଲେମ୍ବୁରସ ପକାନ୍ତୁ । ଏଥିରେ 10 ମିନିଟ ହାତକୁ ବୁଡାଇ ରଖନ୍ତୁ । ଏହାପରେ ନଖ ଚାରିପଡେ ଘଷି ହାତକୁ ଧୋଇ ଦିଅନ୍ତୁ । ଏହା ଦ୍ବାରା ନଖରେ ରହିଥିବା ଜୀବାଣୁକୁ ହଟାଇ ପାରିବା ।
ବାୟୋଟିନ: ନଖର ଯତ୍ନ ନେବା ସହିତ ଖାଦ୍ୟ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବା ଜରୁରୀ ଅଟେ । ତେଣୁ ପ୍ରତିଦିନ ବାୟୋଟିନ (ଭିଟାମିନ B) ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ ବୋଲି କୁହାଯାଇଛି । ଅଣ୍ଡା, ବାଦାମ, ଖମ୍ବଆଳୁ, ଛତୁ, କଦଳୀ, ବ୍ରକୋଲି ଇତ୍ୟାଦି ବାୟୋଟିନ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । ତେବେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମାତ୍ରା ଧାର୍ଯ୍ୟ କରିବା ଆବଶ୍ୟକ।