ହାଇଦ୍ରାବାଦ:ଆଜିକା ସମୟରେ ବିଶ୍ବରେ କର୍କଟ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପ୍ରତିବର୍ଷ ଅନେକ ଲୋକ ଏଥିରେ ପୀଡିତ ହୁଅନ୍ତି । ବର୍ତ୍ତମାନ ଏହି ରୋଗକୁ ରୋକିବା ପାଇଁ ଯଦିଓ ଚିକିତ୍ସା ବିଜ୍ଞାନ ବହୁ ଉପଲବ୍ଧି ପାଇଛି, ତଥାପି ଏହାକୁ ସମ୍ପୂର୍ଣ୍ଣ ରୂପେ ମାତ୍ ଦେବା ସହଜ ନୁହେଁ । ଅନେକ କାରଣରୁ ଏହି ରୋଗ ହୋଇଥାଏ । ବଂଶଗତ କାରଣ, ଖରାପ ଜୀବନଶୈଳୀ ସିଗାରେଟ୍, ଧୂମପାନ, ମଦ୍ୟପାନ, ଅତିବାଇଗଣୀ ରଶ୍ମୀ, ପ୍ରଦୂଷଣ, ଚାପ ମଧ୍ୟ ଏହି ରୋଗର ପ୍ରମୁଖ କାରଣ ହୋଇଥାଏ । ତେବେ ଅନେକ ପ୍ରକାରର କର୍କଟ ଅଛି, ସେଥିମଧ୍ୟରୁ ଗୋଟିଏ ହେଉଛି ଟେଷ୍ଟିକୁଲାର କ୍ୟାନ୍ସର । ଡାକ୍ତରଙ୍କ କହିବା ଅନୁସାରେ, ଅନ୍ୟ କର୍କଟ ରୋଗ ଭଳି ଏହି ଟେଷ୍ଟିକୁଲାର କ୍ୟାନ୍ସର ମଧ୍ୟ ପ୍ରାରମ୍ଭରେ ଅନେକ ଲକ୍ଷଣ ଦେଖାଯାଇଥାଏ । ଯଦି ପ୍ରାଥମିକ ଅବସ୍ଥାରେ ରୋଗକୁ ଚିହ୍ନଟ କରାଯାଏ ତେବେ ରୋଗକୁ ମାତ ଦେବାରେ ସମ୍ଭବ ହୋଇପାରିବ ।
ଏହି ବୟସର ପୁରୁଷଙ୍କୁ ଅଧିକ ବିପଦ ଥାଏ:ଡାକ୍ତରଙ୍କ କହିବାନୁସାରେ, ପୁରୁଷମାନଙ୍କ ଟେଷ୍ଟିକଲରେ ଏହି ଟେଷ୍ଟିକୁଲାର କ୍ୟାନ୍ସର ଆରମ୍ଭ ହୁଏ । ଟେଷ୍ଟିକାଲକୁ ଟେଷ୍ଟିସ ମଧ୍ୟ କୁହାଯାଇଥାଏ । ପୁରୁଷଙ୍କ ଠାରେ ଶୁକ୍ରାଣୁ ଏବଂ ଟେଷ୍ଟୋଷ୍ଟେରନ୍ ଏହି ଟେଷ୍ଟିକାଲରେ ଉତ୍ପନ୍ନ ହୋଇଥାଏ । ଟେଷ୍ଟିକାଲରେ ହେଉଥିବା ଏହି କର୍କଟକୁ ଟେଷ୍ଟିକୁଲାର କ୍ୟାନ୍ସର କୁହାଯାଏ । ଯଦିଓ ଏହି କର୍କଟ ରୋଗ ଯେକୌଣସି ବୟସରେ ହୋଇଥାଏ କିନ୍ତୁ ବିଶ୍ବାସ କରାଯାଏ ଯେ, ପୁରୁଷଙ୍କ 15 ରୁ 45 ବର୍ଷ ମଧ୍ୟରେ ଏହି ରୋଗ ହେବାର ଆଶଙ୍କା ଅଧିକ ରହିଥାଏ ।
କ୍ୟାନ୍ସରର ପ୍ରଥମେ ଷ୍ଟେଜରେ ଏହି ସଙ୍କେତ ଦେଖାଯାଇଥାଏ: ୟୁରୋଲୋଜିଷ୍ଟମାନେ କହିଛନ୍ତି ଯେ ଟେଷ୍ଟିକଲରେ ଫୁଲା କିମ୍ବା ଗଣ୍ଠି ଦେଖାଯିବା ଟେଷ୍ଟିକୁଲାରର ସଙ୍କେତ ହୋଇଥାଏ । ଏହା କର୍କଟ ରୋଗ ଚିହ୍ନିବାର ପ୍ରଥମ ଲକ୍ଷଣ ବୋଲି କୁହାଯାଇଥାଏ । ଯଦି ଏହାର ଚିକିତ୍ସା ଠିକ୍ ସମୟରେ କରାଯାଏ ନାହିଁ, ତେବେ କର୍କଟ କୋଷ ଗୁଡ଼ିକ ଶରୀରର ଅନ୍ୟ ଅଙ୍ଗକୁ ଶୀଘ୍ର ବ୍ୟାପିବା ଆରମ୍ଭ କରନ୍ତି । ଯାହା ପରେ ଏହି ରୋଗକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର ହୋଇଯାଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ପିଠି ଯନ୍ତ୍ରଣା, ତଳି ପେଟ ଯନ୍ତ୍ରଣା, ଟେଷ୍ଟିକାଲ ଫୁଲିବା, ସ୍କ୍ରୋଟମ ଭାରି ଭାରି ଲାଗିବା ଭଳି ଲାଗିଥାଏ ।