ଓଡିଶା

odisha

By

Published : Sep 17, 2022, 7:41 PM IST

Updated : Sep 17, 2022, 8:49 PM IST

ETV Bharat / sukhibhava

Oral Hygiene: ପ୍ରାରମ୍ଭରୁ ନିଅନ୍ତୁ ପିଲାମାନଙ୍କ ପାଟିର ଯତ୍ନ, ନଚେତ ହୋଇପାରେ ଏହି ସମସ୍ୟା

ଛୋଟ ପିଲାମାନେ ଖାଦ୍ୟ ଗ୍ରହଣ କରୁନଥିବାରୁ ପାଟିର ସ୍ୱଚ୍ଛତାର କୌଣସି ଆବଶ୍ୟକତା ନଥିବା ସାଧାରଣତ ମନେହୁଏ । ମାତ୍ର ଡାକ୍ତରଙ୍କ କହିବା ଅନୁସାରେ ପ୍ରାରମ୍ଭରୁ ଏହି ଅବହେଳା ପିଲାମାନଙ୍କର ଦାନ୍ତ, ମାଢି ଆଦି ସମସ୍ୟା ସୃଷ୍ଟି କରିପାରେ । ତେବେ କିପରି ପିଲାମାନଙ୍କ ଓରାଲ ହାଇଜିନ(Oral Hygiene) ରହିବେ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ...

Oral Hygiene: ପ୍ରାରମ୍ଭରୁ ନିଅନ୍ତୁ ପିଲାମାନଙ୍କ ପାଟିର ଯତ୍ନ, ନଚେତ ହୋଇପାରେ ଏହି ସମସ୍ୟା
Oral Hygiene: ପ୍ରାରମ୍ଭରୁ ନିଅନ୍ତୁ ପିଲାମାନଙ୍କ ପାଟିର ଯତ୍ନ, ନଚେତ ହୋଇପାରେ ଏହି ସମସ୍ୟା

ହାଇଦ୍ରାବାଦ: ସାଧାରଣତ ଲୋକମାନେ ଭାବନ୍ତି ଯେ, ଛୋଟ ପିଲାଟିଏ କିଛି ଖାଏ ନାହିଁ, ତେଣୁ ପାଟିର ସ୍ୱଚ୍ଛତାର କୌଣସି ଆବଶ୍ୟକତା ନାହିଁ । ସେଥିପାଇଁ ଅଧିକାଂଶ ପିତାମାତା ଛୋଟ ପିଲାମାନଙ୍କର ଜିଭ ଏବଂ ମାଢିକୁ ନିୟମିତ ଭାବରେ ସଫା କରନ୍ତି ନାହିଁ, ଯାହା ସମ୍ପୂର୍ଣ୍ଣ ଭୁଲ୍ । ପିଲାଟିର ଜିଭ, ଦାନ୍ତ ଏବଂ ମାଢିକୁ ସୁସ୍ଥ ଏବଂ ରୋଗମୁକ୍ତ(Oral Hygiene) ରଖିବା ଅତ୍ୟନ୍ତ ଜରୁରୀ । ଚିକିତ୍ସକମାନେ ବିଶ୍ବାସ କରନ୍ତି ଯେ, ଏହି ସ୍ବଚ୍ଛତା ନ କରିବା ଦ୍ବାରା ପିଲାମାନଙ୍କ ପାଟିରେ ସଂକ୍ରମଣ, ଦାନ୍ତ ଏବଂ ମାଢି ସମସ୍ୟା ଅଧିକ ହୋଇଥାଏ ।

ଡାକ୍ତରମାନେ କହନ୍ତି ଯେ, ଛୋଟ ପିଲାମାନଙ୍କଠାରେ ପାଚନ ସ୍ବଚ୍ଛତା ପ୍ରତି ଧ୍ୟାନ ନଦେବା କେବଳ ପାଟି ସହିତ ଜଡିତ ସମସ୍ୟା ନୁହେଁ, ଜୀବାଣୁ ସଂକ୍ରମଣ କିମ୍ବା ଅନ୍ୟାନ୍ୟ ସମସ୍ୟାର ଆଶଙ୍କାକୁ ବୃଦ୍ଧି କରିଥାଏ । ତେଣୁ ଏଥିପାଇଁ ପ୍ରାଥମିକ ସ୍ତରରୁ ସତର୍କ ରହିବା ନିହାତି ଜରୁରୀ ।

ଆରମ୍ଭରୁ ପରିଷ୍କାର ପରିଚ୍ଛନ୍ନତା ଗୁରୁତ୍ୱପୂର୍ଣ୍ଣ:-

ଦିଲ୍ଲୀର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଇରା ବୈଷ୍ଣବ କହିଛନ୍ତି ଯେ, କେବଳ ପିଲାମାନଙ୍କର ଦାନ୍ତ ଉଠିବା ପରେ ନୁହେଁ ବରଂ ଆରମ୍ଭରୁ ପିଲାମାନଙ୍କ ପାଟିରେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ । ଅନେକ ଥର ଆମେ ଦେଖୁ ଯେ, ଛଅ ମାସରୁ କମ୍ ପିଲାମାନଙ୍କ ଜିଭରେ କ୍ଷୀର ଜମା ହେବା ଆରମ୍ଭ କରେ, ଏହି କାରଣରୁ ସେମାନଙ୍କର ଜିଭ ଧଳା ହୋଇଯାଏ ଏବଂ ଅନେକ ଥର ଧଳା ରଙ୍ଗର ଦାଗ ମଧ୍ୟ ଦେଖାଯାଏ । ଏଥିପାଇଁ ପିଲାମାନଙ୍କ ପାଟି ଗନ୍ଧ କରିବା ସହ ଅନ୍ୟାନ୍ୟ ପାଟି ସମସ୍ୟା ମଧ୍ୟ ହୋଇପାରେ ।

ଡ. ଇରା ବୈଷ୍ଣବ ଶିଶୁରୋଗ ବିଶେଷଜ୍ଞ କହିଛନ୍ତି ଯେ, ସାଧାରଣତ ପିଲାମାନଙ୍କର ଛଅ ମାସରୁ ଦାନ୍ତ ଉଠିବା ଆରମ୍ଭ କରିଥାଏ ଏବଂ ଏହି ସମୟ ପର୍ଯ୍ୟନ୍ତ ପିଲାମାନଙ୍କର ଖାଦ୍ୟ ଗ୍ରହଣ ମଧ୍ୟ ଆରମ୍ଭ ହୁଏ । ଏପରିସ୍ଥିତିରେ, ଯଦି ପିଲାଟିର ପାଟିର ସ୍ୱଚ୍ଛତା ଆରମ୍ଭରୁ ଯତ୍ନ ନିଆନଯାଏ, ତେବେ ସେମାନଙ୍କ ପାଟିରେ ଜୀବାଣୁ ବୃଦ୍ଧି ହେବାର ସମ୍ଭାବନା ବଢିଯାଏ, ଯାହା କେବଳ ସେହି ସମୟରେ ନୁହେଁ ଭବିଷ୍ୟତରେ ମଧ୍ୟ ପିଲାମାନଙ୍କଠାରେ ପାଟିରେ ସଂକ୍ରମଣ ହେବାର ଆଶଙ୍କା ବଢାଇଥାଏ ଏବଂ ଦାନ୍ତ ରୋଗ ଯେପରିକି ସେନ୍ସିଟିଭିଟି, ପାଇରିଆ କିମ୍ବା କାଭିଟି ହୋଇଥାଏ ।

ପାଟି ସଫା କରିବେ କିପରି:- ଡ. ଇରା ବୈଷ୍ଣବ କହିଛନ୍ତି ଯେ, ଅତି ଛୋଟ ପିଲା କିମ୍ବା ପିଲାମାନଙ୍କର ପାଟି ସଫା କରିବାର ସବୁଠାରୁ ନିରାପଦ ତଥା ସହଜ ଉପାୟ ହେଉଛି ଏକ ନରମ ଏବଂ ପରିଷ୍କାର କପଡାକୁ ଉଷୁମ ପାଣିରେ ଭିଜାଇ ଶିଶୁର ମାଢି ଏବଂ ଜିଭକୁ ନିୟମିତ ସଫା କରାଯିବା ଉଚିତ୍ । ଯେତେବେଳେ ଦାନ୍ତ ଉଠିବା ଆରମ୍ଭ କରେ, ସେତେବେଳେ ମଧ୍ୟ ହାଲୁକା ଭାବେ ଦାନ୍ତ ସଫା କରିବା ଉଚିତ୍ । ତେବେ ସଫା କରିବା ସମୟରେ ଧ୍ୟାନ ରଖିବା ଉଚିତ୍, ଯେପରି ଶିଶୁର ମାଢି ଏବଂ ଦାନ୍ତ ଉପରେ ଅଧିକ ଚାପ ନ ପଡେ । ଏହା ବ୍ୟତୀତ ପିଲାମାନଙ୍କ ପାଇଁ ବଜାରରେ ଉପଲବ୍ଧ ଥିବା ଅତି ନରମ ଟୁଥ୍ ବ୍ରଶରେ ଦାନ୍ତ ସଫା କଲେ ଭଲ ପ୍ରଭାବ ପଡିଥାଏ ।

Last Updated : Sep 17, 2022, 8:49 PM IST

ABOUT THE AUTHOR

...view details