ଓଡିଶା

odisha

ETV Bharat / sukhibhava

ଓ୍ବାର୍କଆଉଟ କରିବା ପୂର୍ବରୁ ଚା' ପିଉଛନ୍ତି କି ? ଶରୀର ଉପରେ କେଉଁ ପ୍ରଭାବ ପଡିବ ଜାଣନ୍ତୁ - ଓ୍ବାର୍କଆଉଟ ପୂର୍ବରୁ କେଉଁ ଚା ପିଇବା ଉଚିତ

ଓ୍ବାର୍କଆଉଟ କରିବା ପୂର୍ବରୁ ଚା' ପିଉଛନ୍ତି କି ? କେଉଁ ଚା' ଶରୀର ପାଇଁ ଉପଯୋଗୀ ଚିନ୍ତିତ ରହିଛନ୍ତି କି ? ଚା' ଶରୀର ଉପରେ କେଉଁ ପ୍ରଭାବ ପକାଏ ଜାଣନ୍ତୁ

Best Time to Drink Green Tea
Best Time to Drink Green Tea

By ETV Bharat Odisha Team

Published : Oct 7, 2023, 6:09 PM IST

ହାଇଦ୍ରାବାଦ:ଅଧିକାଂଶ ଲୋକଙ୍କ ଦିନର ଆରମ୍ଭ ଚା'ରୁ ହୋଇଥାଏ । ଭାରତରେ ଏଭଳି କମ ଲୋକ ରହିଛନ୍ତି ଯେଉଁମାନେ କି ଚା' ପିଇନଥାନ୍ତି । ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କି ଦିନକୁ ଅତି କମରେ 3ରୁ 4 ଥର ଚା' ପିଇଥାଆନ୍ତି । କିଛି ଲୋକ ଭାବନ୍ତି ଚା' ବିନା ସେମାନଙ୍କର ଦିନ ଭଲ ଯାଇନଥାଏ । ସୁଖ ହେଉକି ଦୁଃଖ ସର୍ବଦା ଚା' ଆବଶ୍ୟକ ହୋଇଥାଏ । ତେବେ ଜାଣନ୍ତୁ ବ୍ୟାୟାମ କରିବା ପରେ ନା ବ୍ୟାୟାମ କରିବା ପୂର୍ବରୁ ଚା ପିଇବା ଆବଶ୍ୟକ ।

ବ୍ୟାୟାମ କରିବା ପୂର୍ବରୁ ସର୍ବଦା ମନରେ ଗୋଟିଏ ପ୍ରଶ୍ନ ଆସିଥାଏ ଚା' ପିଇବା ପରେ ବ୍ୟାୟାମ କରିପାରିବେ କି ? ତେବେ ଏନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, ଚା' ପିଇବାର 1 ଘଣ୍ଟା ପରେ ହିଁ ବ୍ୟାୟାମ କରିବା ଉଚିତ । ପିଇବାର 1 ଘଣ୍ଟା ପରେ ବ୍ୟାୟାମ କରିବା ଦ୍ବାରା କୌଣସି ସମସ୍ୟା ହେବାର ସମ୍ଭାବନା ନଥାଏ । ଯଦି ଆପଣ ଯଥାସମ୍ଭବ ଫିଟ୍ ରହିବାକୁ ଚାହାଁନ୍ତି, ତେବେ ବ୍ୟାୟାମ ପୂର୍ବରୁ ଚା ପିଇବା ବଦଳରେ କିଛି ସ୍ବାସ୍ଥ୍ୟ ଉପଯୋଗୀ ଖାଦ୍ୟ ଡ୍ରାଏଫ୍ରୁଟ୍ସ ଖାଇବା ଉଚିତ ବୋଲି କୁହାଯାଇଛି । ବ୍ୟାୟାମ ପୂର୍ବରୁ ସୁସ୍ଥ ଖାଇବା ଯେପରିକି ଆପଲ୍, କଦଳୀ, ଡାଳିମ୍ବ ଏବଂ ସାପେଟା ଖାଇପାରିବେ । ଏହା ବ୍ୟତୀତ ବ୍ୟାୟାମର ଏକ ଘଣ୍ଟା କିମ୍ବା ଅଧ ଘଣ୍ଟା ପୂର୍ବରୁ ଅଧିକ ପାଣି ପିଇବା ପାଇଁ ପରାମର୍ଶ ଦିଆଯାଇଥାଏ । ତେବେ ସର୍ବଦା ଖାଲି ପେଟରେ ପଇଡ ପିଇବା ଦ୍ବାରା ଶରୀର ଉପର ଏହାର ସୁପ୍ରଭାବ ପଡିଥାଏ ବୋଲି କୁହାଯାଇଛି।

ଏହା ମଧ୍ୟ ପଢନ୍ତୁ: Jaggery Tea Health Benefits: ଚା’ରେ ଚିନି ବଦଳରେ ଗୁଡ ବ୍ୟବହାର କରନ୍ତୁ, ମିଳିବ ଭରପୂର ଫାଇଦା

ଓ୍ବାର୍କଆଉଟ ପୂର୍ବରୁ କେଉଁ ଚା' ପିଇବା ଉଚିତ୍‌: ଯଦି ଆପଣଙ୍କର ଚା' ପିଇବାର ଅଭ୍ୟାସ ରହିଛି ତେବେ କ୍ଷୀର ଚା' ବଦଳରେ ସ୍ବାସ୍ଥ୍ୟ ଉପଯୋଗୀ ଡ୍ରିଙ୍କ୍ସ ବା ହର୍ବାଲ ଚା' ପିଇପାରିବେ।

  • ଗ୍ରୀନଟି: ଓ୍ବାର୍କଆଉଟ କରିବାର ଏକ ଘଣ୍ଟା ପୂର୍ବରୁ ଗ୍ରୀନ ଟି ପିଇପାରିବେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହି ଚା'ରେ ଆଣ୍ଟିଅକସିଡେଣ୍ଟ ରହିଥାଏ। ଯାହା ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ। ଯଦି ଆପଣ ଓଜନ କମ କରିବାକୁ ଚାହାନ୍ତି ତେବେ ଗ୍ରୀନ ଟି ପିଇପାରିବେ।
  • ବ୍ଲାକ ଟି: ଓ୍ବାର୍କଆଉଟ କରିବା ପୂର୍ବରୁ କ୍ଷୀର ଚା' ବଦଳରେ ବ୍ଲାକ ଟି ପିଇପାରିବେ। କିନ୍ତୁ ଏଥିରେ ଶର୍କରା ଯୁକ୍ତ କରିବା ଅନୁଚିତ। ବିନା ଚିନିର ବ୍ଲାକ ଟି ଶରୀରକୁ ହାଇଡ୍ରେଟ ରଖିଥାଏ। ଓ୍ବାର୍କଆଉଟ କରିବା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ। ବ୍ଲାକ ଟିର ଆପଣ ଲେମ୍ବୁର ଉପଯୋଗ ମଧ୍ୟ କରିପାରିବେ।
  • କେମୋମାଇଲ ଚା': କାମୋମାଇଲ ଫୁଲରୁ ପ୍ରସ୍ତୁତ ଚା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଇଛି। ବଜାରରେ ସହଜରେ ଶୁଖିଲା କେମୋମାଇଲ ଫୁଲ ମିଳିଥାଏ। ଯେଉଁଥିରୁ ଆପଣ ଚା' ପ୍ରସ୍ତୁତ କରି ପିଇପାରିବେ। କାମୋମାଇଲ ଚାରେ ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର ରହିଥାଏ। ଯାହା ଶରୀର ଉପରେ ଭଲ ପ୍ରଭାବ ପକାଇଥାଏ। ବ୍ୟାୟାମ ପୂର୍ବରୁ ଆପଣ କାମୋମାଇଲ ଚା ପିଇପାରିବେ।

ABOUT THE AUTHOR

...view details