ଓଡିଶା

odisha

ETV Bharat / sukhibhava

ଏହିସବୁ ସ୍ଥାନରେ ଛୁଟି କାଟନ୍ତୁ, ଲୋକାଲ ଡିସ୍‌ର ମଜା ନିଅନ୍ତୁ

ସ୍ବାଧୀନତା ଦିବସ ଅବସରରେ ଛୁଟି ମନାଇବାକୁ ଯୋଜନା କରୁଛନ୍ତି କି, ତେବେ ଜାଣନ୍ତୁ ଏହିସବୁ ସ୍ଥାନ ବାବଦରେ, ଯେଉଁଠାରେ ଆପଣଙ୍କ ଛୁଟିକୁ କରିପାରିବେ ସ୍ମରଣୀୟ । ଅଧିକ ପଢନ୍ତୁ

ଏହିସବୁ ସ୍ଥାନରେ ନିଅନ୍ତୁ ସ୍ବାଧୀନତା ଦିବସର ମଜା: ଛୁଟି କାଟନ୍ତୁ, ଲୋକାଲ ଡିସ୍‌ର ସ୍ବାଦ ଚାଖନ୍ତୁ
ଏହିସବୁ ସ୍ଥାନରେ ନିଅନ୍ତୁ ସ୍ବାଧୀନତା ଦିବସର ମଜା: ଛୁଟି କାଟନ୍ତୁ, ଲୋକାଲ ଡିସ୍‌ର ସ୍ବାଦ ଚାଖନ୍ତୁ

By

Published : Aug 13, 2022, 4:53 PM IST

ନୂଆଦିଲ୍ଲୀ: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ମନାଉଛି ସାରା ଦେଶ । ପ୍ରତିଟି ଦେଶବାସୀ ସ୍ବାଧୀନତାକୁ ବେଶ୍ ଧୁମ୍ ଧାମ୍‌ରେ ମନାଇବା ସହ ସ୍ମରଣୀୟ କରନ୍ତୁ ବୋଲି କେନ୍ଦ୍ର ସରକାର ଟୋଲ୍ ଗେଟ୍ ଫି ମଧ୍ୟ ଛାଡ କରିଛନ୍ତି । ଆପଣ ମଧ୍ୟ ଦେଶର ବିଭିନ୍ନ ଐତିହ୍ୟ ଏବଂ ପର୍ଯ୍ୟଟନସ୍ଥଳୀ ଭ୍ରମଣ କରିବାର ପ୍ଲାନିଂରେ ଅଛନ୍ତି କି ? ତେବେ ଆମେ ନିମ୍ନରେ କେତେକ ପର୍ଯ୍ୟଟନସ୍ଥଳୀ ବାବଦରେ ଆଲୋଚନା କରୁଛୁ, ଏଥର ସ୍ବାଧୀନତା ଦିବସକୁ ଅଧିକ ସ୍ମରଣୀୟ କରିପାରିବେ ।

ଏହିସବୁ ସ୍ଥାନରେ ଛୁଟି କାଟନ୍ତୁ, ଲୋକାଲ ଡିସ୍‌ର ମଜା ନିଅନ୍ତୁ

Villa in the hills, Manali, Himachal Pradesh

ମୋନାଲିର ବିସ ନଦୀର ପୃଷ୍ଠଭୂମି, ପାହାଡର ସୁନ୍ଦର ଦୃଶ୍ୟ ଏବଂ ସବୁଜ ବନାନୀ ଆପଣଙ୍କ ଭ୍ରମଣକୁ କରିବ ମଜାଦାର । ଏଠାରେ ରହିବା ପାଇଁ କରାଯାଇଥିବା ବ୍ୟବସ୍ଥା ହୋଟେଲର ପରିବେଶ ଅପେକ୍ଷାକୃତ ଲାଭଦାୟକ । କାରଣ ଏଠାରେ ମସଲାଯୁକ୍ତ ଖାଦ୍ୟ ଠାରୁ ପାହାଡୀ ହାତରନ୍ଧା ଖାଦ୍ୟ ମିଳିଥାଏ ଏବଂ ଛାତ ଉପରୁ ପ୍ରାକୃତିକ ଦୃଶ୍ୟ ମାନସିକ ଶାନ୍ତି ଦେଇଥାଏ ।

Delhi, Gurugram, Haryana

ସାଙ୍ଗ, ସାଥି କିମ୍ବା ପରିବାର ସହ ସପ୍ତାହନ୍ତର ମଜା ନିଅନ୍ତୁ । ଯଦି ଆପଣ ଏକ ବିଳାସପୂର୍ଣ୍ଣ ଗେଟୱେ ଖୋଜୁଛନ୍ତି, ତେବେ ଦିଲ୍ଲୀ, ଗୁରୁଗ୍ରାମ ଏବଂ ହରିୟାଣା ନିକଟରେ ଥିବା ବିଭିନ୍ନ ସ୍ଥାନ ଭ୍ରମଣ କରନ୍ତୁ ।

Vacation with friends or family in Goa

ଏହିସବୁ ସ୍ଥାନରେ ଛୁଟି କାଟନ୍ତୁ, ଲୋକାଲ ଡିସ୍‌ର ମଜା ନିଅନ୍ତୁ

ଛୁଟିକୁ ଆହୁରି ମଜାଦାର କରିବା ପାଇଁ ଗୋଆ ଭ୍ରମଣ କରନ୍ତୁ । ଗୋଆ ଏପରି ଏକ ସ୍ଥାନ ଯାହା ଯେକୌଣସି ଛୁଟିଦିନକୁ ସର୍ବଶ୍ରେଷ୍ଠ ଅନୁଭବ କରିପାରିବ ! ଯଦି ଆପଣ ଏହି ପର୍ତ୍ତୁଗୀଜ୍ ଷ୍ଟାଇଲ୍ ବୁଟିକ୍ ଭିଲ୍ଲାରେ ଛୁଟି କରିବାକୁ ପସନ୍ଦ କରନ୍ତି, ତେବେ ନିଷ୍ଚିତ ଆସନ୍ତୁ । ଏଠାରେ ନିଜସ୍ବ ପୋଖରୀରେ ଗାଧୋଇବାର ମଜା ନେବା ସାଙ୍ଗକୁ ସମସ୍ତ ପ୍ରକାର ଆଧୁନିକ ସୁବିଧାଗୁଡ଼ିକର ମଧ୍ୟ ବନ୍ଦୋବସ୍ତ କରାଯାଇଛି । ଉଜ୍ଜ୍ୱଳ ଏବଂ ନୀଳ ବାଗା ନଦୀର ସୌନ୍ଦର୍ଯ୍ୟ ଆପଣଙ୍କ ମନ କିଣିନେବ । ଯଦି ଆପଣ ସମୁଦ୍ର କୂଳରେ ବୁଲିବାକୁ ପସନ୍ତ କରନ୍ତି ତେବେ ଗୋଆ ଆପଣଙ୍କୁ ଏକ ସୁନ୍ଦର ଅନୁଭବ ଦେବ ।

ଏହିସବୁ ସ୍ଥାନରେ ଛୁଟି କାଟନ୍ତୁ, ଲୋକାଲ ଡିସ୍‌ର ମଜା ନିଅନ୍ତୁ

Living, Dehradun, Uttarakhand And Ladakh

ଡେରାଡୁନର ସୁନ୍ଦର ପାହାଡିଆ ଅଞ୍ଚଳ ଯେକୌଣସି ବ୍ୟକ୍ତିର ମନ ମୋହିନେବ । ପରିବାର ସହ ବୁଲାବୁଲି ସାଙ୍ଗକୁ ମନୋରଞ୍ଜନର ମଜା ନିଅନ୍ତୁ । ସେହିପରି ଲଦାଖ ମଧ୍ୟ ପର୍ବତ ଏବଂ ଚମତ୍କାର ଦୃଶ୍ୟ ପାଇଁ ବେଶ୍ ଜଣାଶୁଣା । ଲଦାଖର ପ୍ରାକୃତିକ ସୌନ୍ଦର୍ଯ୍ୟ ବାବଦରେ ଶୁଣିଥିବେ ନିଶ୍ଚୟ । ଆପଣ ଜାଣନ୍ତି କି ଏହା ଏକ ଖାଦ୍ୟର ଗନ୍ତାଘର ମଧ୍ୟ । ଏଠାରେ ବିଭିନ୍ନ ପ୍ରକାର ସୁସ୍ବାଦୁ ବ୍ୟଞ୍ଜନ ମିଳିଥାଏ । ତେଣୁ, ଯେତେବେଳେ ଆପଣ ଏହାର ଅନେକ ଉପତ୍ୟକା ଏବଂ ହ୍ରଦ ପରିଦର୍ଶନର ଉପଭୋଗ କରୁଛନ୍ତି ଏହିସମୟରେ ନିଶ୍ଚିତ ରୂପେ ମମୋ ଏଭଂ ଥୁକାପାର ମଜା ନିଅନ୍ତୁ ।

ABOUT THE AUTHOR

...view details