ହାଇଦ୍ରାବାଦ: ମସ୍ତିଷ୍କ ହେଉଛି ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏଥିରେ ସାମାନ୍ୟ ତ୍ରୁଟି ଏକ ଗୁରୁତର ବିପଦ ସୃଷ୍ଟି କରିପାରେ। ମସ୍ତିଷ୍କରେ 10 ବିଲିୟନରୁ ଅଧିକ ନ୍ୟୁରନ୍ ଅଛି ଯାହା ସୂଚନା ଆଦାନ ପ୍ରଦାନ କରେ, ସରଳ ଶବ୍ଦରେ ଏହା ଆମ ଶରୀରର କମାଣ୍ଡ୍ ସେଣ୍ଟର୍ । ଯାହା ଶରୀରକୁ ଗତି କରିବାରେ ସାହାଯ୍ୟ କରେ । ଏହା ବ୍ୟତୀତ, ଏହା ଥଣ୍ଡା, ଉତ୍ତାପ, ସୁଖ, ଦୁଃଖ ଭଳି ଅନେକ ଭାବନାକୁ ଅନୁଭବ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଯଦି ଏଥିରେ ସାମାନ୍ୟ ବ୍ୟାଘାତ ହୁଏ, ତେବେ ମସ୍ତିଷ୍କରେ ରକ୍ତସ୍ରାବ ଏବଂ ମସ୍ତିଷ୍କ ଷ୍ଟ୍ରୋକ୍ ଭଳି ପରିସ୍ଥିତି ଉପୁଜିପାରେ ।
ପୋଷକ ତତ୍ତ୍ୱ ଏବଂ ଅମ୍ଳଜାନ ମସ୍ତିଷ୍କରେ ସଠିକ୍ ଭାବରେ ପହଞ୍ଚି ନପାରିଲେ ମସ୍ତିଷ୍କ ଶିରାରେ ଅବରୋଧ ଆରମ୍ଭ ହୁଏ । ଫଳରେ ମସ୍ତିଷ୍କ ଆଘାତ କିମ୍ବା ଅନ୍ୟାନ୍ୟ ରୋଗ ହୋଇଥାଏ । ଏହି ରୋଗ ବିପଦ ସମୟରେ ବିଭିନ୍ନ ଲକ୍ଷଣ ଦେଖାଯାଏ । କ'ଣ ସେହି ସବୁ ଲକ୍ଷଣ, ଜାଣନ୍ତୁ...
ବିଶେଷଜ୍ଞଙ୍କ ଅନୁଯାୟୀ, ଶିରାରେ ଅବରୋଧ ସମସ୍ୟାକୁ ଚିକିତ୍ସା ଭାଷାରେ ବ୍ରେନ୍ ଭେନୋସ୍ ଥ୍ରୋମ୍ବୋସିସ୍ କୁହାଯାଏ । ବ୍ୟକ୍ତିର ମସ୍ତିଷ୍କର ଶିରାରେ ରକ୍ତ ଜମାଟ ବାନ୍ଧିବା ପରେ ଏହି ଅବସ୍ଥା ସୃଷ୍ଟି ହୁଏ । ଏହା ମସ୍ତିଷ୍କରେ ରକ୍ତସ୍ରାବ କରାଇପାରେ । ରକ୍ତ ଜମାଟ ଶିରାକୁ ଅବରୋଧ କରେ, ଯେଉଁ କାରଣରୁ ଶିରାରେ ଚାପ ଅତ୍ୟଧିକ ବଢିଯାଏ । ଏହି କାରଣରୁ ସ୍ନାୟୁ ନଷ୍ଟ ହୋଇଯାଏ କିମ୍ବା ଫୁଲିବାରେ ସମସ୍ୟା ଦେଖାଦେଇଥାଏ ।
ଏହା ମଧ୍ୟ ପଢନ୍ତୁ:-ଆଉ ଯିବନି କର୍କଟ ଓ ହୃଦ୍ରୋଗରେ ଜୀବନ ! 10 ବର୍ଷ ମଧ୍ୟରେ ଆସିଯିବ ସଞ୍ଜିବନୀ
ମସ୍ତିଷ୍କ ଶିରାରେ ଅବରୋଧର ଲକ୍ଷଣ
ପ୍ରବଳ ମୁଣ୍ଡବିନ୍ଧା
ଅସ୍ପଷ୍ଟ ଦର୍ଶନ
ବାନ୍ତି
କହିବାରେ ଅସୁବିଧା
ଅନ୍ୟମାନଙ୍କ ସହିତ ଯୋଗାଯୋଗ କରିବାରେ ଅସୁବିଧା
ଧ୍ୟାନର ଅଭାବ
ଶରୀରର ଗୋଟିଏ ପାର୍ଶ୍ୱରେ ଅସ୍ଥିରତା
ଷ୍ଟ୍ରୋକ୍
ସ୍ମୃତି ସମସ୍ୟା