ହାଇଦ୍ରାବାଦ: ମନୁଷ୍ୟକୃତ ସ୍ବିଟନର ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହା କର୍କଟ ରୋଗର ସମ୍ଭାବନାକୁ ବୃଦ୍ଧି କରିଥାଏ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି । ଏହା ଟାଇପ ୨ ଡାଇବେଟିସ ସହିତ ମେଦ ବହୁଳତା ଓ ହୃଦ ରୋଗ ଜନିତ ସମସ୍ୟା ଉପୁଜାଇଥାଏ । ଆମେରିକାରେ cyclamate ନାମରେ ଏକ ସ୍ବିଟନର ବିକ୍ରି କରାଯାଏ । ୧୯୭୦ ମସିହାରେ ମୂଷାର ବ୍ଲାଡ଼ର କର୍କଟର ବୃ୍ଦ୍ଧି ଯୋଗୁଁ ଏହି ସ୍ବିଟନର କାରଣ ସାଜିଥିଲା । ହେଲେ ମଣିଷ ଆଭ୍ୟନ୍ତରୀଣ ଶରୀରର ଗଠନ ପ୍ରଣାଳୀ ମୂଷାଠୁ ଭିନ୍ନ ହୋଇଥିବା ସତ୍ତ୍ବେ ଏହା ଉପରେ ଗବେଷଣା ହୋଇଥିଲା ।
PLOS Medicine ପ୍ରାୟ ୧ ଲକ୍ଷ ଲୋକଙ୍କୁ ନେଇ ଗବେଷଣା କରଥିଲା । ଏଥିରୁ ଜଣାପଡ଼ିଛି ଯେ ଯେଉଁ ବ୍ୟକ୍ତି ଅଧିକ ମାତ୍ରାରେ ସ୍ବିଟନରର ବ୍ୟବହାର କରେ ସେମାନଙ୍କ ଠାରେ କର୍କଟ ରୋଗ ବୃଦ୍ଧିର ଅଧିକ ଆଶଙ୍କା ରହିଥାଏ । ସ୍ବିଟନରରେ ଥିବା aspartame ଓ acesulfame K ସ୍ତନ କର୍କଟ ଓ ମେଦ ବହୁଳତା ଯୋଗୁଁ ହେଉଥିବା କର୍କଟ ରୋଗର ଅଧିକ ଆଶଙ୍କା ରହିଥାଏ । ଏଥିଲାଗି ଏଭଳି ସ୍ବିଟନରର ବ୍ୟବହାରକୁ ଯଥାସମ୍ଭବ ନିଜ ଫୁଡ଼ ଡାଏରୀରୁ ଦୂରେଇ ରଖିବା ଆବଶ୍ୟକ । ଅନେକ ଖାଦ୍ୟରେ ସ୍ବିଟନରର ବ୍ୟବହାର ହୋଇଥାଏ ।