ଓଡିଶା

odisha

ETV Bharat / sukhibhava

ସୁସ୍ମିତା ସେନ୍‌ଙ୍କ ହୃଦ୍‌ଘାତର କାରଣ ଆଡିସନ୍ ଡିଜିଜ୍ ! ଜାଣନ୍ତୁ ଏହି ରୋଗ କଣ - ଆଡିସନ୍ ରୋଗ ଲକ୍ଷଣ

ନିକଟରେ ହୃଦ୍‌ଘାତର ଶିକାର ହୋଇଥିବା ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ ଦେଶର ପ୍ରଥମ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ । ଜାଣନ୍ତି କି, ଏହା ପୂର୍ବରୁ ମଧ୍ୟ ତାଙ୍କର ଏକ ଆଡିସନ୍ ରୋଗ ଥିଲା । ତେବେ ଆଡିସନ୍ ରୋଗ କଣ, ଏହି ସମସ୍ୟା ହୃଦ୍‌ଘାତର କାରକ ସାଜେ କି, ଜାଣନ୍ତୁ

sushmita sen
sushmita sen

By

Published : Mar 5, 2023, 9:34 AM IST

ହାଇଦ୍ରାବାଦ: ନିକଟରେ ହୃଦ୍‌ଘାତର ଶିକାର ହୋଇଥିଲେ ଦେଶର ପ୍ରଥମ ବ୍ରହ୍ମାଣ୍ଡ ସୁନ୍ଦରୀ ତଥା ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ । ଗୁରୁବାର(ମାର୍ଚ୍ଚ 2)ରେ ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ୍ କରି ଜଣାଇଥିଲେ ସୁସ୍ମିତା । ହୃଦୟ ଆମ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ ଏବଂ ତା'ର ଯତ୍ନ ନେବାର ଆବଶ୍ୟକତା ରହିଛି ଇତ୍ୟାଦି ବୁଝାଇ ସେ ଏକ ଭାବପୂର୍ଣ୍ଣ ପୋଷ୍ଟ କରିଥିଲେ । ତାଙ୍କର ଆଞ୍ଜିଓପ୍ଲାଷ୍ଟି ଚାଲିଥିବାର ମଧ୍ୟ ସେ ଉଲ୍ଲେଖ କରିଥିଲେ ।

ପିତାଙ୍କ ସହ ଏକ ଫଟୋ ସେୟାର କରି ସେ ଲେଖିଥିଲେ ଯେ, 'ମୋର କିଛି ଦିନ ପୂର୍ବରୁ ହୃଦଘାତ ଆସିଥିଲା, ଆଞ୍ଜିଓପ୍ଲାଷ୍ଟି କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୋର ହୃଦ୍‌ରୋଗ ବିଶେଷଜ୍ଞ କହିଛନ୍ତି ଯେ, ମୋ ହୃଦୟ ବିଶାଳ ।' ତେବେ ସ୍ବାସ୍ଥ୍ୟକୁ ନେଇ ସୁସ୍ମିତାଙ୍କର ଏହା ପ୍ରଥମ ପୋଷ୍ଟ୍ ନୁହେଁ । ସେ ଏହା ପୂର୍ବରୁ ମଧ୍ୟ 2020ରେ ଏକ ପୋଷ୍ଟ୍ କରିଥିଲେ, ଯେଉଁଥିରେ ତାଙ୍କର ଆଡିସନ୍ ରୋଗ ଥିବା କହିଥିଲେ । 2014ରେ ତାଙ୍କର ଏହି ରୋଗ ଦେଖାଦେଇଥିଲା । ତେବେ ଏହି ଆଡିସନ୍ ରୋଗ କଣ, ଏହା ହୃଦ୍‌ଘାତର କାରଣ ସାଜେ କି, ଯାହା ପରବର୍ତ୍ତୀ ସମୟରେ ସୁସ୍ମିତାଙ୍କ କ୍ଷେତ୍ରରେ ଦେଖାଦେଇଛି, ଜାଣନ୍ତୁ ରୋଗ ବାବଦରେ ସମ୍ପୂର୍ଣ୍ଣ ବିବରଣୀ ।

ଆଡିସନ୍ ରୋଗ କ'ଣ ?

ଆଡିସନ୍ ରୋଗ ଏକ ଅଟୋଇମ୍ୟୁୋନ ରୋଗ । ଏହାକୁ ମଧ୍ୟ ଆଡ୍ରେନାଲ୍ ଇନ୍‌ସଫିସିଏନ୍ସି କୁହାଯାଏ । ଏହି ରୋଗ ଅତ୍ୟନ୍ତ ଗମ୍ଭୀର ଏବଂ ବିପଜ୍ଜନକ । ଡାକ୍ତରଙ୍କ କହିବା ଅନୁସାରେ, ଏହି ରୋଗ ସାଧାରଣତଃ ମହିଳାମାନଙ୍କଠାରେ ଦେଖାଯାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେଲେ ଏହି ରୋଗ ଲକ୍ଷଣ ଦେଖାଯାଏ । ଏହାର ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପଡିଥାଏ । ଆଡିସନ୍ ରୋଗରେ, ଆଡ୍ରେନାଲ୍ ଗ୍ରନ୍ଥିଗୁଡିକ କମ୍ କର୍ଟିସୋଲ୍ ତିଆରି କରନ୍ତି ।

ଏହା ମଧ୍ୟ ପଢନ୍ତୁ:-ହୃଦଘାତର ଶିକାର ହୋଇଥିଲେ ମିସ୍ ୟୁନିଭର୍ସ ସୁସ୍ମିତା, ସୋସିଆଲ ମିଡିଆରେ ଦେଲେ ସୂଚନା

ଆଡିସନ୍ ରୋଗ ଏବଂ ହୃଦଘାତ ମଧ୍ୟରେ ଏକ ସଂଯୋଗ ଅଛି କି ?

ଶରୀରରେ କ୍ରନିକ୍ କର୍ଟିସୋଲ୍ ଅଭାବ ହେତୁ ଆଡିସନ୍ ରୋଗୀମାନେ ହୃଦ୍‌ରୋଗରେ ଆକ୍ରାନ୍ତ ହୁଅନ୍ତି । କର୍ଟିସୋଲ ହେଉଛି ଏକ ହରମୋନ୍, ଯାହା ପ୍ରତିରକ୍ଷା ପ୍ରଣାଳୀର ସ୍ତର ଏବଂ ପ୍ରଦାହକୁ ନିୟନ୍ତ୍ରଣ କରିଥାଏ । ଏହାର ଅଭାବ ଏହି ପ୍ରଣାଳୀରେ ଅସନ୍ତୁଳନ ସୃଷ୍ଟି କରିପାରେ, ଯାହା ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟ୍ରଲ ଏବଂ ଆଥେରୋସ୍କ୍ଲେରୋସିସ୍ ହୋଇପାରେ । ଏହିସବୁ ରୋଗ ହୃଦରୋଗ ପାଇଁ ବିପଦ ସଙ୍କେତ । ଆଡିସନ୍ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସଠିକ୍ ହରମୋନ୍ ରିପ୍ଲେସମେଣ୍ଟ ଥେରାପି କରିବାକୁ ପଡିଥାଏ । ନିୟମିତ ଯାଞ୍ଚ ଏବଂ ସଠିକ୍ ଜୀବନଶୈଳୀ ହୃଦୟ ସ୍ୱାସ୍ଥ୍ୟ ଉପରେ ସୁପ୍ରଭାବ ପକାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ।

ଏହି ଲକ୍ଷଣଗୁଡ଼ିକୁ ଅଣଦେଖା କରନ୍ତୁ ନାହିଁ

ଆଡିସନ୍ ରୋଗ ଭାରତରେ ପ୍ରାୟ 10,000 ରୁ 20,000 ଲୋକଙ୍କୁ ପ୍ରଭାବିତ କରିଥାଏ, ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଥାଆନ୍ତି । ରୋଗର ଲକ୍ଷଣ ତୁରନ୍ତ ଚିହ୍ନଟ କରିବାର ଆବଶ୍ୟକତା ରହିଛି, ନଚେତ୍ ଏହା ପରବର୍ତ୍ତୀ ସମୟରେ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ । ଏହି ରୋଗ ହେଲେ ରୋଗୀଙ୍କ କ୍ଷେତ୍ରରେ ପ୍ରାୟତଃ ଥକା, ମାଂସପେଶୀ ଦୁର୍ବଳତା, ଓଜନ ହ୍ରାସ ଭଳି ସମସ୍ୟା ଦେଖାଯାଏ । ଆହୁରି ମଧ୍ୟ, ରୋଗୀଙ୍କ ଚର୍ମର ରଙ୍ଗ କଳା ପଡି ଯାଇପାରେ । କେତେକ ରୋଗୀ ପେଟରେ ଯନ୍ତ୍ରଣା, ବାନ୍ତି, ଝାଡ଼ା ଏବଂ ଲୁଣିଆ ଖାଦ୍ୟ ଖାଇବାକୁ ଇଚ୍ଛା କରିଥାନ୍ତି । ଆଡିସନ୍ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କର ମନୋବଳ ପରିବର୍ତ୍ତନ ସାଙ୍ଗକୁ ମାନସିକ ଚିନ୍ତା ମଧ୍ୟ କରିପାରନ୍ତି ।

Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ABOUT THE AUTHOR

...view details