ଓଡିଶା

odisha

By

Published : Jul 9, 2023, 6:30 PM IST

ETV Bharat / sukhibhava

ଅଫିସରେ ଅଧିକା ସମୟ ବସି କାମ କରୁଛନ୍ତି କି, ହୋଇପାରେ ଏହି ରୋଗ

ଅଫିସରେ କାମ କରିବା ସମୟରେ ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟକୁ ବହୁତ ଅଣଦେଖା କରନ୍ତି। ନିକଟରେ ଏକ ସର୍ଭେରୁ ଜଣାପଡିଛି ଯେ, ଅଫିସରେ କାର୍ଯ୍ୟରତ କର୍ମଚାରୀ ସାଧାରଣତଃ ମେଦବହୁଳତା, ଡାଇବେଟିସ ଏବଂ ହୃଦ୍‌ରୋଗ ଭଳି ରୋଗର ଶିକାର ହୁଅନ୍ତି । ଅଧିକ ପଢନ୍ତୁ

ଅଫିସରେ ଅଧିକା ସମୟ ବସି କାମ କରୁଛନ୍ତି କି, ହୋଇପାରେ ଏହି ରୋଗ
ଅଫିସରେ ଅଧିକା ସମୟ ବସି କାମ କରୁଛନ୍ତି କି, ହୋଇପାରେ ଏହି ରୋଗ

ହାଇଦ୍ରାବାଦ: ସୁସ୍ଥ ଜୀବନ ପାଇଁ ସନ୍ତୁଳିତ ଖାଦ୍ୟ ଏବଂ ବ୍ୟାୟାମର ଆବଶ୍ୟକତା ଉପରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସମୟ ସମୟରେ ଦୃଷ୍ଟି ଆକର୍ଷଣ କରିଛନ୍ତି । କିନ୍ତୁ ଅଫିସ୍ ଚାକିରି ହେତୁ ସୁସ୍ଥ ଜୀବନର ନିୟମ ଭଙ୍ଗ କରୁଛନ୍ତି ଲୋକେ । ନିକଟରେ ହୋଇଥିବା ଏକ ଅନୁସନ୍ଧାନରେ କୁହାଯାଇଛି ଯେ ଅଫିସରେ କାର୍ଯ୍ୟ କରୁଥିବା 10 ଜଣଙ୍କ ମଧ୍ୟରୁ 6 ଜଣ ମେଦବହୁଳତାର ଶିକାର ହୁଅନ୍ତି । ଏଥିସହ ଡାଇବେଟିସ ଏବଂ ହୃଦ୍‌ରୋଗ ଭଳି ଅନ୍ୟାନ୍ୟ ରୋଗର ମଧ୍ୟ ଶିକାର ହୋଇଥାନ୍ତି । ଏହାର ପ୍ରମୁଖ କାରଣ ହେଉଛି ଅସନ୍ତୁଳିତ ଖାଦ୍ୟ ଏବଂ ବ୍ୟାୟାମର ଅଭାବ ।

ବିଶେଷଜ୍ଞମାନେ କହିଛନ୍ତି ଯେ, ଅଫିସରେ ଦୀର୍ଘ ସମୟ ବସି କାର୍ଯ୍ୟ କରିବା ସମୟରେ ଲୋକମାନେ ପ୍ରାୟତଃ ନିଜ ଓଜନ ପ୍ରତି ଅସାବଧାନତା ଅବଲମ୍ବନ କରନ୍ତି ଏବଂ ସେହି ସମୟରେ ଡାଇବେଟିସ ମଧ୍ୟ ଏକ ସାଇଲେଣ୍ଟ୍‌ କିଲର ପରି କାମ କରେ । ଏଭଳି ପରିସ୍ଥିତିରେ ମେଦବହୁଳତା ଦ୍ରୁତ ଗତିରେ ବଢ଼ିଯାଏ ଏବଂ ଏହା ସହିତ ହୃଦ୍‌ରୋଗର ଆଶଙ୍କା ବଢିଯାଏ।

ସୂଚନା ଅନୁସାରେ, ନାଗପଡାସ୍ଥିତ ଜିଏସ୍ଟି ଭବନରେ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ଦଶ ଜଣଙ୍କ ମଧ୍ୟରୁ ପ୍ରତି 6 ଜଣ ମୋଟାପଣର ଶିକାର ହୁଅନ୍ତି ଏବଂ ଏହି କାରଣରୁ ସେମାନଙ୍କ ଶରୀରରେ ଅନ୍ୟାନ୍ୟ ରୋଗ ହେବାର ଆଶଙ୍କା ରହିଥାଏ । ଏଭଳି ପରିସ୍ଥିତିରେ ଜଣା ପଡିଛି ଯେ ଅଫିସରେ କାମ କରିବା ସମୟରେ ଲୋକମାନେ ସେମାନଙ୍କ ସ୍ୱାସ୍ଥ୍ୟକୁ ବହୁତ ଅଣଦେଖା କରନ୍ତି । ଫଳରେ ଅଧିକାଂଶ କର୍ମଚାରୀଙ୍କ ମେଦବହୁଳତା, ବିପି ଏବଂ ଡାଇବେଟିସର ସମସ୍ୟା ଅଧିକ ରହିଛି ।

ଏହା ମଧ୍ୟ ପଢନ୍ତୁ: ଗର୍ଭାବସ୍ଥାରେ ମେଦ ଉଭୟ ମାଆ-ଛୁଆ ପାଇଁ ବିପଦ

ସର୍ଭେରେ କୁହାଯାଇଛି ଯେ 18 ପ୍ରତିଶତ ଲୋକ ପ୍ରଥମ ଥର ଜାଣିବାକୁ ପାଇଲେ ଯେ ସେମାନେ ଡାଇବେଟିସ ରୋଗର ଶିକାର ହୋଇଛନ୍ତି । ଅଫିସରେ ଦୀର୍ଘ ସମୟ ଧରି ବସି କାମ କରିବା ଦ୍ବାରା କେବଳ ମୋଟାପଣ ନୁହେଁ, ଏହି କାରଣରୁ ଡାଇବେଟିସ, ଉଚ୍ଚ ରକ୍ତଚାପ ଏବଂ ହାର୍ଟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ବଢିଥାଏ । ଏହାକୁ ଏଡାଇବା ପାଇଁ, ନିତିଦିନିଆ ଜୀବନରେ ପରିବର୍ତ୍ତନ ଆଣିବା ଆବଶ୍ୟକ । ଯୋଗ ସହ ବ୍ୟାୟାମ ଏବଂ ମଦ୍ୟପାନର ମାତ୍ରା ହ୍ରାସ କରିବା ଉଚିତ୍ । ଏହା ସହିତ, ଏକ ସନ୍ତୁଳିତ ଖାଦ୍ୟ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ ।

ଯଦି ଅଫିସରେ ଘଣ୍ଟା ଘଣ୍ଟା ଧରି ବସି କାର୍ଯ୍ୟ କରୁଛନ୍ତି, ତେବେ ହାଡର ମଧ୍ୟ ସମସ୍ଯା ଦେଖାଯାଏ । ଏପରି ପରିସ୍ଥିତିରେ, କାମ ମଧ୍ୟରେ କିଛି ସମୟ ଚାଲିବା ଆବଶ୍ୟକ । ବାରମ୍ବାର ଚା' ଏବଂ କଫି ବଦଳରେ ସୁସ୍ଥ ପାନୀୟଜଳ ପିଇବା ଉଚିତ୍ । ଏଥିସହ ଠିକ୍ ସମୟରେ ଖାଇବା ସହ ସୁସ୍ଥ ଖାଦ୍ୟ ଖାଇବା ଦରକାର । ଏହା ବ୍ୟତୀତ ନିୟମିତ ବ୍ୟାୟାମ ଏବଂ ଯୋଗ କରିବା ଉଚିତ । ଏହି ରୁଟିନ୍ ଅନୁଯାୟୀ ସର୍ବଦା କାମ କରିବା ଦ୍ବାରା ଅଫିସ୍ ଜୀବନରେ ମଧ୍ୟ ବଢୁଥିବା ଓଜନକୁ ନିୟନ୍ତ୍ରଣ କରାଯାଇପାରିବ ।

For All Latest Updates

TAGGED:

Obesity

ABOUT THE AUTHOR

...view details