ଓଡିଶା

odisha

ଶରୀର ପାଇଁ ଉପାଦେୟ ତମ୍ବା ମୁଦି, ଜାଣନ୍ତୁ କ’ଣ ରହିଛି ଲାଭ...

ପୁରାତନ ଧାତୁ ଭାବେ ଜଣା ଯାଉଥିବା ତମ୍ବାକୁ ପିନ୍ଧିବା ପାଇଁ ପୂର୍ବଜ ତଥା ଘରର ବଡମାନେ ସବୁବେଳେ ପରାମର୍ଶ ଦେଇଥାଆନ୍ତି । ଏହା ନା ଯେ କେବଳ ଶରୀର ସୁସ୍ଥ ରଖିବାରେ ସାହାଯ୍ୟ କରେ ବରଂ ଏହା ଶରୀରକୁ କେତେକ ଜରୁରୀ ପୋଷକ ତତ୍ତ୍ବ ଯୋଗାଇବାରେ ମଧ୍ୟ ସାହାଯ୍ୟ କରେ ।

By

Published : Jul 8, 2020, 6:13 AM IST

Published : Jul 8, 2020, 6:13 AM IST

ETV Bharat / sukhibhava

ଶରୀର ପାଇଁ ଉପାଦେୟ ତମ୍ବା ମୁଦି, ଜାଣନ୍ତୁ କ’ଣ ରହିଛି ଲାଭ...

Copper, effect of copper on health, effectiveness of copper, effect of copper on mind, health news, sukhibhava, ତମ୍ବା, ଶରୀର ଉପରେ ତମ୍ବାର ପ୍ରଭାବ, ତମ୍ବା ଧାତୁର ଉପକାରିତା, ତମ୍ବାର ମନ ଉପରେ ପ୍ରଭାବ, ସ୍ବାସ୍ଥ୍ୟ ଖବର, ସୁଖୀ ଭବ
ଶରୀର ପାଇଁ ଉପାଦେୟ ତମ୍ବା ମୁଦି, ଜାଣନ୍ତୁ କ’ଣ ରହିଛି ଲାଭ...

ହାଇଦ୍ରାବାଦ: ପୁରାତନ ଧାତୁ ଭାବେ ଜଣା ଯାଉଥିବା ତମ୍ବାକୁ ପିନ୍ଧିବା ପାଇଁ ପୂର୍ବଜ ତଥା ଘରର ବଡମାନେ ସବୁବେଳେ ପରାମର୍ଶ ଦେଇଥାଆନ୍ତି । ଏହା ନା ଯେ କେବଳ ଶରୀର ସୁସ୍ଥ ରଖିବାରେ ସାହାଯ୍ୟ କରେ ବରଂ ଏହା ଶରୀରକୁ କେତେକ ଜରୁରୀ ପୋଷକ ତତ୍ତ୍ବ ଯୋଗାଇବାରେ ମଧ୍ୟ ସାହାଯ୍ୟ କରେ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରେ ଓ ଶରୀରରେ ସକାରାତ୍ମକ ଶକ୍ତି ସୃଷ୍ଟି କରେ ।

ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ ଓ ଆଣ୍ଟିମାଇକ୍ରୋବିଆଲ ଗୁଣ ଶରୀର ପାଇଁ ଅତି ଜରୁରୀ ତତ୍ତ୍ବ । କାଜୁ, ଡ୍ରାଏ ଫ୍ରୁଟ, ଗୋଲମରିଚ ଓ ଇଷ୍ଟରେ ମଧ୍ୟ ଏହି ପୋଷକ ତତ୍ତ୍ବ ମହଜୁଦ ରହିଛି । ଏହା କେବଳ ଖାଇବା ଦ୍ବାରା ନୁହେଁ ବରଂ ପିନ୍ଧିବା ଦ୍ବାରା ମଧ୍ୟ ଶରୀରକୁ ଏହାର ସକାରାତ୍ମକ ପ୍ରଭାବ ମିଳିଥାଏ । ଏହା ପିନ୍ଧିବା ଦ୍ବାରା ଏହାର ସକାରାତ୍ମକ ପ୍ରଭାବ ଶରୀର ସମେତ ମନ ଉପରେ ମଧ୍ୟ ପଡିଥାଏ । ଏହାକୁ ଚାହିଁଲେ ଆପଣ ବ୍ରେସଲେଟ କିମ୍ବା ମୁଦି ଆକାରରେ ପିନ୍ଧି ପାରିବେ ।

ତମ୍ବାର ଶରୀର ଉପରେ ରହିଥିବା ସକାରାତ୍ମକ ପ୍ରଭାବ:

ରୋଗପ୍ରତିରୋଧକ ଶକ୍ତି:

ଏହା ରକ୍ତ ଶୁଦ୍ଧ କରିବା ସହ ରକ୍ତ ସଞ୍ଚାଳନକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ । ଏହା ଶରୀର ଉପରେ ଅନ୍ୟ ଧାତୁର ନକାରାତ୍ମକ ପ୍ରଭାବ ମଧ୍ୟ ପକାଇବାକୁ ଦିଏ ନାହିଁ ।

ହୃତପିଣ୍ଡର କାର୍ଯ୍ୟକାରିତା ବଢାଏ:

ଏହା ହୃତପିଣ୍ଡ ସୁସ୍ଥ ରଖିବା ସହ ରକ୍ତଚାପ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ । ତେଣୁ ରକ୍ତଚାପ ଜନିତ ସମସ୍ୟା ଥିଲେ ଏହି ଧାତୁ ଶରୀର ପାଇଁ ଉପାଦେୟ ସାବ୍ୟସ୍ତ ହୋଇପାରେ ।

ହୃତପିଣ୍ଡରେ ରକ୍ତ ନଳୀକୁ ସୁସ୍ଥ ରଖେ:

ଏହା ହୃତପିଣ୍ଡରେ ଥିବା କୋଲାଜେନ, ଇଲାଷ୍ଟିନ ଓ ଫାଇବରର କ୍ଷମତା ବୃଦ୍ଧି ସହ ଶରୀରରେ ରକ୍ତ ନଳୀକାକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

ହାଡ ଶକ୍ତ କରେ:

ଏହା ଗଣ୍ଠି ଦରଜ ଦୂର କରିବା ସହ ହାଡ ଶକ୍ତ କରିବାରେ ସାହାଯ୍ୟ କରିଥାଏ । କେବଳ ସେତିକି ହାଡ ଜନିତ ବିଭିନ୍ନ ରୋଗରୁ ମଧ୍ୟ ଏହା ଉପଶମ ଦେଇଥାଏ ।

ଆଣ୍ଟି ଏଜିଂ ପ୍ରଭାବ:

ଏହା ଶରୀର ଉପରେ ବାର୍ଦ୍ଧକ୍ୟର ପ୍ରଭାବ କମାଇଥାଏ । ଶରୀରରେ ଇଲାଷ୍ଟିକର ସାନ୍ଦ୍ରତା ବୃଦ୍ଧି ସହ କୋଲାଜେନ ବା ଚର୍ମ ଓ କେଶକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

ଆଧ୍ୟାତ୍ମିକ ଓ ଜ୍ୟୋତିର୍ବିଦ ବିଶ୍ବାସ:

ଏହା ଆଖପାଖରେ ଥିବା ନକାରାତ୍ମକ ଶକ୍ତିକୁ ଦୂର କରିବାରେ ସାହାଯ୍ୟ କରେ । ରାଗ ଓ ଚିନ୍ତା ଆଦି ଦୂର କରିବାରେ ଏହା ସାହାଯ୍ୟ କରେ । ଏହାର ଶରୀର, ମନ ଓ ମସ୍ତିଷ୍କ ଉପରେ ଆଧ୍ୟାତ୍ମିକ ପ୍ରଭାବ ରହିଛି । ତେଣୁ ଏକ ତମ୍ବା ମୁଦି ପିନ୍ଧିବା ଦ୍ବାର ଆପଣଙ୍କ ବ୍ୟକ୍ତିତ୍ବରେ ମଧ୍ୟ ବିକାଶ ହୋଇଥାଏ ।

ଏସବୁ ବ୍ୟତୀତ ନିକଟରେ ୟୁନିଭର୍ସିଟି ଅଫ ସାଉଥମ୍ପଟନରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ ଏହା ଶ୍ବାସକ୍ରିୟା ଜନିତ ଭୂତାଣୁ ସଂକ୍ରମଣରୁ ରକ୍ଷା ଦେଇଥାଏ । ଅନ୍ୟ ଶବ୍ଦରେ କହିବାକୁ ଗଲେ ସାର୍ସ ଓ ମର୍ସଜନିତ ଭୂତାଣୁ ସଂକ୍ରମଣରୁ ମଧ୍ୟ ଏହା ରକ୍ଷା ଦେଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details