ଓଡିଶା

odisha

ETV Bharat / sukhibhava

କେବଳ Vitamin-D ନୁହେଁ ଏହି ସବୁ ଜଟିଳ ରୋଗରୁ ବି ମୁକ୍ତିଦିଏ ସୂର୍ଯ୍ୟକିରଣ

କେବଳ ଭିଟାମିନ୍-ଡି ନୁହେଁ ସ୍ବାସ୍ଥ୍ୟ ଉପରେ ଅନେକ ଉପକାରୀ ପ୍ରଭାବ ପକାଏ ସୂର୍ଯ୍ୟକିରଣ, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । କଣ ସେହି ସବୁ ଗୁଣ, ଜାଣନ୍ତୁ ।

woman practicing yoga
woman practicing yoga

By

Published : Feb 9, 2023, 3:51 PM IST

ହାଇଦ୍ରାବାଦ: ସୂର୍ଯ୍ୟକିରଣରେ ବସିବା ଦ୍ବାରା ଶରୀରକୁ ଭିଟାମିନ୍-ଡି ମିଳିଥାଏ ବୋଲି ପ୍ରାୟ ସମସ୍ତେ ଜାଣିଥିବେ । ବିଶେଷକରି ଶୀତଦିନେ ସୂର୍ଯ୍ୟକିରଣରେ ବସିବା ଫଳରେ ଅନେକ ରୋଗ ଆଶଙ୍କା ମଧ୍ୟ କମିଯାଏ ବୋଲି କୁହାଯାଇଛି । ହେଲେ ଆପଣ ଜାଣନ୍ତି କି ଭିଟାମିନ୍-ଡି ବ୍ୟତୀୟ ସୂର୍ଯ୍ୟକିରଣରୁ ଆହୁରି ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ମିଳିଥାଏ, ଯାହା ଜଟିଳ ରୋଗ ସମସ୍ୟାକୁ ମଧ୍ୟ ଦୂର କରିଥାଏ । କଣ ଏହି ସବୁ ଉପକାରିତା, ଜାଣନ୍ତୁ...

young woman with sunlight

ଭିଟାମିନ୍-ଡି ଶରୀରକୁ କ୍ୟାଲସିୟମ୍ ଏବଂ ଫସଫେଟ୍ ହଜମ କରିବାରେ ସାହାଯ୍ୟ କରିଥାଏ ଯାହା ହାଡ, ଦାନ୍ତ ଏବଂ ମାଂସପେଶୀକୁ ଶକ୍ତିଶାଳୀ ଏବଂ ସୁସ୍ଥ ରଖେ । କେବଳ ଏତିକି ନୁହେଁ, ଅନେକ ଗବେଷଣାରେ ଏହା ମଧ୍ୟ ନିଶ୍ଚିତ ହୋଇଛି ଯେ, କେବଳ ଭିଟାମିନ୍-ଡି ର ଅଭାବ ଯୋଗୁଁ ରିକେଟ୍ ଏବଂ ଅଷ୍ଟିଓପୋରୋସିସ୍ ଭଳି ହାଡ଼ ରୋଗ ହୁଏ । ଭିଟାମିନ୍-ଡି ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହାର ଅଭାବ ବେଳେବେଳେ ଆଲର୍ଜି, ଉଦାସୀନତା, ହାତ ଏବଂ ପାଦରେ ଯନ୍ତ୍ରଣା, ଥକାପଣ, ସ୍ମୃତିଶକ୍ତି ହ୍ରାସ, ଅନିଦ୍ରା, ମଧୁମେହ, ହୃଦ୍‌ରୋଗ, କର୍କଟ, ପ୍ରଦାହ ଏବଂ ସଂକ୍ରମଣର ଆଶଙ୍କାକୁ ବଢାଇଥାଏ ।

woman practicing yoga

ଜର୍ଣ୍ଣାଲ୍ ଅଫ୍ ଇନଭେଷ୍ଟିଗେସନ ଡେର୍ମଟୋଲୋଜି ଅଧ୍ୟୟନ ଅନୁସାରେ, ସୂର୍ଯ୍ୟକିରଣ ଆମ ଶରୀରରେ ସେରୋଟୋନିନ ଏବଂ ମେଲାଟୋନିନ ନାମକ ଦୁଇଟି ଗୁଗୁତ୍ବପୂର୍ଣ୍ଣ ହର୍ମନ କ୍ଷରଣରେ ସାହାଯ୍ୟ କରେ, ଯାହା ଅବସାଦ ଏବଂ ଅନିଦ୍ରା ଭଳି ସମସ୍ୟାରୁ ରକ୍ଷା କରିଥାଏ । ମେଲାଟୋନିନ୍ ହରମୋନ୍ ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମି ଦ୍ୱାରା ଚର୍ମକୁ ପହଞ୍ଚୁଥିବା କ୍ଷତିରୁ ମଧ୍ୟ ରକ୍ଷା କରିଥାଏ । ଏହା ସହିତ ଶରୀରର ସର୍କାଡିୟନ୍ ରିଦମ୍ ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରେ । ଏହା ବ୍ୟତୀତ ସୂର୍ଯ୍ୟକିରଣ ଏକ ପ୍ରାକୃତିକ ଅଟୋକ୍ଲେଭ୍ ଅର୍ଥାତ୍ କୀଟାଣୁନାଶକ ଭଳି ମଧ୍ୟ କାର୍ଯ୍ୟ କରିଥାଏ । ଅନେକ କ୍ଷତିକାରକ ଜୀବାଣୁ ଏବଂ ଭୂତାଣୁ ସୂର୍ଯ୍ୟକିରଣର ସଂସ୍ପର୍ଶରେ ଆସିବା ପରେ ନଷ୍ଟ ହୋଇଯାଇଥାନ୍ତି ।

କେବଳ ଏତିକି ନୁହେଁ, ମେଲାନୋମା ହେବାର ସମ୍ଭାବନା, ଯାହା ସାଧାରଣତଃ ଚର୍ମ କର୍କଟ ପାଇଁ ଦାୟୀ ବୋଲି ବିବେଚନା କରାଯାଏ, ତାହା ସୂର୍ଯ୍ୟକିରଣରେ ବସିବା ଦ୍ବାରା କମ୍ ହୋଇଥାଏ । ସେହିପରି ସୂର୍ଯ୍ୟକିରଣ ଶରୀରରେ ଖୁସି(ହାପି) ହରମୋନ୍ ଯଥା ଏଣ୍ଡୋରଫିନ୍ ନିର୍ଗତ କରିବାରେ ସହାୟକ ହୋଇଥାଏ । ଏଥିପାଇଁ ଯେତେବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟ ଦୃଶ୍ୟମାନ ନହେଲେ ଅନେକ ଲୋକଙ୍କ ମାନସିକ ଅବସ୍ଥା ଦୁର୍ବଳ ହେବାକୁ ଲାଗେ । ଏପରିକି ଅନେକ ଲୋକ ମଧ୍ୟ ସୂର୍ଯ୍ୟକିରଣ ପଡିବା ଫଳରେ ଖୁସି ଅନୁଭବ କରିଥାନ୍ତି ।

ABOUT THE AUTHOR

...view details