ହାଇଦ୍ରାବାଦ:ଜାରି ରହିଛି ଗ୍ରୀଷ୍ମପ୍ରବାହ । ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଏଭଳି ପରିସ୍ଥିତିରେ ଶରୀରରୁ ଜଳୀୟଅଂଶର ମାତ୍ରା କମ ହେଇଯାଉଥିବା ବେଳେ ଅଂଶୁଘାତ ହେବାର ମଧ୍ୟ ଅଧିକ ସମ୍ଭାବନା ରହିଛି । ଏହି ସମୟରେ ଛୋଟ ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ଆଇସକ୍ରିମଠୁ ଆରମ୍ଭ କରି ଆଇସଗୋଲା ଖାଇବା ପାଇଁ ପସନ୍ଦ କରିଥାନ୍ତି । ତେବେ ଆପଣ ଚାହିଁଲେ ଏହାକୁ ଘରେ ମଧ୍ୟ ତିଆରି କରିପାରିବେ । ବିଭିନ୍ନ ଫ୍ଲେବରର ଆଇସଗୋଲାରେ ଭିନ୍ନ ଭିନ୍ନ ପ୍ରକାରର ଭିଟାମିନ ଏବଂ ମିନେରାଲ୍ସ ରହିଥାଏ । ଯଦି ଆପଣଙ୍କୁ ଏହି ଋତୁରେ ଆଇସ ଗୋଲା ଖାଇବା ପାଇଁ ଇଚ୍ଛା ହେଉଛି ତାହାରେ ଫଳ ରସରେ ତିଆରି ଗୋଲା ଖାଆନ୍ତୁ ।
ଆମ୍ବ ପପସିକଲ: ଆମ୍ବ ସାଧାରଣତଃ ଗ୍ରୀଷ୍ମ ଦିନରେ ସାରା ଭାରତ ବର୍ଷରେ ଉପଲବ୍ଧ ଥାଏ । ଏହା ଅଧିକ ମିଠା ଏବଂ ସ୍ବାଦିଷ୍ଟ ହୋଇଥିବାରୁ ଏହାକୁ ଛୋଟଛୁଆ ମଧ୍ୟ ପସନ୍ଦ କରିଥାନ୍ତି । ତେବେ ଆପଣ ଚାହିଁଲେ ଏହାକୁ ଘରେ ତିଆରି କରି ମଧ୍ୟ ଛୋଟ ପିଲାଙ୍କୁ ଖାଇବାକୁ ଦେଇପାରିବେ । ଗ୍ରୀଷ୍ମ ଦିନରେ ଫ୍ରେସ ଆମ୍ବରୁ ଗୋଲା ତିଆରି କରି ଥାଆନ୍ତୁ । ଏହା କିଛି ମାତ୍ରାରେ ଆପଣଙ୍କ ଶରୀରକୁ ଉତ୍ତାପରୁ ରକ୍ଷା କରିବ ।
ତରଭୁଜ ପପସିକଲ: ଆପଣ ତରଭୁଜ ପପସିକଲ ଖାଇ ଉତ୍ତାପରୁ ମୁକ୍ତି ପାଇପାରିବେ । ଏଥରେ 92 ପ୍ରତିଶତ ଜଳ ରହିଥିବାରୁ ଏହା ଶରୀରକୁ ହାଇଡ୍ରେଟ ରଖିବାରେ ସାହାଯ୍ୟ କରିଥାଏ । ତେଣୁ ଆପଣଙ୍କୁ ଗୋଲା ଚା ଚୁସକି ଖାଇବା ପାଇଁ ଇଚ୍ଛା ଥିଲେ ତରଭୁଜରେ ତିଆରି ପପସିକଲ ଖାଆନ୍ତୁ ।