ପ୍ରକୃତି ହେଉଛି ସବୁଠାରୁ ବଡ ଆରୋଗ୍ୟ ଶକ୍ତି । ଆଉ ସୁଖୀଭବଃ ୱେଲନେସରେ ପ୍ରାକୃତିକ ଶକ୍ତି ମାଧ୍ୟମରେ ଆପଣଙ୍କୁ ଆରୋଗ୍ୟ, ନବୀକରଣ ଓ ପରିବର୍ତ୍ତନ କରାଯାଏ । ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ସୁଖୀଭବଃ ୱେଲନେସରେ ବିନା ଔଷଧରେ ପାରମ୍ପରିକ ହିଲିଂ ଥେରାପି ଜରିଆରେ ଆପଣଙ୍କର ଆଭ୍ୟନ୍ତରୀଣ ଶକ୍ତିର ପୁନଃସନ୍ତୁଳନ
ସହ ଶରୀର, ମନ ଓ ଆତ୍ମାର ସଂପୂର୍ଣ୍ଣ ସୁସ୍ଥତା ପାଇଁ ବ୍ୟବସ୍ଥା କରାଯାଇଛି। ଏଭଳି ଅଦ୍ୱିତୀୟ ପଦକ୍ଷେପ ସମ୍ପର୍କରେ ଆମକୁ ଅଧିକ ସୂଚନା ଦେଇଛନ୍ତି ସୁଖୀଭବଃ ୱେଲନେସର ନିର୍ଦ୍ଦେଶକ, ଡକ୍ଟର ଅର୍ଚ୍ଚନା ମାମଗେନ । ଭିନ୍ନ ଭିନ୍ନ ଶରୀର ଓ ରୋଗକୁ ଦୃଷ୍ଟିରେ ରଖି ପ୍ରାକୃତିକ ଆରୋଗ୍ୟ ପାଇଁ ବ୍ୟବସ୍ଥା ହୋଇଛି । ଏହା ହିଁ ଏହି ଚିକିତ୍ସା ଶୈଳୀର ସ୍ୱତନ୍ତ୍ରତା ବୋଲି ଡାକ୍ତର ଅର୍ଚ୍ଚନା କହନ୍ତି ।
ଲାଇଫଷ୍ଟାଇଲ ଡିଜାଇନ ପ୍ରୋଗ୍ରାମ
ଡାକ୍ତର ଅର୍ଚ୍ଚନା କହନ୍ତି ଯେ, ସୁଖୀଭବଃ ୱେଲନେସରେ କେବଳ ଯେ, ଥେରାପି ଦିଆଯିବା, ତାହା ନୁହେଁ । ଶରୀରର ସମ୍ପୂର୍ଣ୍ଣ ସୁସ୍ଥତା ଉପରେ ଏଥିରେ ଧ୍ୟାନ ଦିଆଯିବ, ଯାହା ଫଳରେ ଜଣେ ବ୍ୟକ୍ତି ଏଥିରୁ ପୂରା ସ୍ୱାସ୍ଥ୍ୟଗତ ଫାଇଦା ପାଇପାରିବ । ସମ୍ପପୃକ୍ତ ବ୍ୟକ୍ତିଙ୍କୁ ନୂଆ ଶକ୍ତି ଓ ସାମର୍ଥ୍ୟ ମିଳିପାରିବ । ଏଥିପାଇଁ ଏକ ଉପଯୁକ୍ତ କାର୍ଯ୍ୟକ୍ରମର ଯୋଜନା କରାଯାଇଛି । ଏହି କାର୍ଯ୍ୟକ୍ରମ ଅନୁସାରେ ପ୍ରଥମେ ବ୍ୟକ୍ତିର ଶରୀରକୁ ଆମୁଳଚୂଳ ଯାଞ୍ଚ କରାଯାଇ ସମସ୍ୟା ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରାଯିବ । ଆବଶ୍ୟକତା ଅନୁସାରେ ଟ୍ରିଟମେଣ୍ଟ ସଂଖ୍ୟା, ଡାଏଟ ଡିଜାଇନିଂ ଓ ସ୍ୱତନ୍ତ୍ର ଯୋଗ ପାଇଁ ପରାମର୍ଶ ଦିଆଯାଏ । ହଜମ ସମସ୍ୟା, ଅବସାଦ, ଇନସୋମିଆନାର ଚିକିତ୍ସା ପାଇଁ ପ୍ରାକୃତିକ ଓ ପ୍ରାଚୀନ ପାରମ୍ପରକି ଶୈଳୀର ଆରୋଗ୍ୟ ପଦ୍ଧତିକୁ ଦୃଷ୍ଟିରେ ରଖାଯାଇ ଥେରାପି ପ୍ରଦାନ କରାଯାଏ । ଏହାଛଡା ଶରୀରର ଆସ୍ତିକ ସୌନ୍ଦର୍ଯ୍ୟଗତ ସମସ୍ୟା ପ୍ରତି ବି ଦୃଷ୍ଟି ଦିଆଯାଏ । ମନ ଓ ଶରୀର ମଧ୍ୟରେ ସୁସନ୍ତୁଳନ ବଜାୟ ଯେମିତି ରହିବ, ସେଥିପ୍ରତି ମଧ୍ୟ ଏଭଳି ଆରୋଗ୍ୟ ପଦ୍ଧତି ଦ୍ୱାରା ଧ୍ୟାନ ରଖାଯାଏ । ସମସ୍ୟାର ସ୍ୱଭାବକୁ ଦେଖି ଥେରାପି ପାଇଁ ଆବଶ୍ୟକ
ହେଉଥିବା ଅବଧି ଓ ସେସନ ସ୍ଥିତର କରାଯାଏ । କୁହାଯାଏ ଯେ, ବ୍ୟକ୍ତିର ଖାଦ୍ୟ ହିଁ ତାର ମନରେ ପ୍ରତିଫଳିତ ହୋଇଥାଏ । ତେଣୁ ଏକ ନିର୍ଦ୍ଦିଷ୍ଟ ପ୍ରକାର ଆହାର ଥେରାପି ବେଳେ ପ୍ରେସସ୍କ୍ରାଇବ କରାଯାଏ । ଚିକିତ୍ସା ବେଳେ ସେହି ସ୍ୱତନ୍ତ୍ର ଆହାର ଗ୍ରହଣ ବାଧ୍ୟତାମୂଳକ ହୋଇଥାଏ ।
କମ୍ପଲିଟ ମ୍ୟାନେଜମେଣ୍ଟ ପ୍ରୋଗ୍ରାମ
ସୁଖୀଭବଃ ୱେଲନେସରେ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ କଂପ୍ଲିଟ ମ୍ୟାନେଜମେଣ୍ଟ ପ୍ରୋଗ୍ରାମ ଉପରେ ଜୋର ଦିଆଯାଏ । ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଏଠାରେ ଚାଲିଛି ବୋଲି ଆମ ବିଶେଷଜ୍ଞ ସୂଚନା ଦେଇଛନ୍ତି । ବିଭିନ୍ନ ଥେରାପି ସହାୟତାରେ ଜଣେ ନିଜର ଶାରୀରିକ ଓ ମାନସିକ ସମସ୍ୟାର ସମାଧାନ କରିପାରିବ ବୋଲି ସେ କହନ୍ତି ।
୧. ମନଃତୃପ୍ତି : ଅବସାଦ ପରିଚାଳନା କାର୍ଯ୍ୟକ୍ରମ
ଶରୀରକୁ ଅବସାଦ ମୁକ୍ତ ପାଇଁ ଏହି କାର୍ଯ୍ୟକ୍ରମ ଦ୍ୱାରା ଏକ ସାମଗ୍ରିକ ଆଭିମୁଖ୍ୟ ଗ୍ରହଣ କରାଯାଏ । ପ୍ରମାଣିତ ନ୍ୟାଚୁରାଲ ଥେରାପି, ଥେରାପିଟ୍ୟୁକ ଓ ଯୋଗ କ୍ରିୟା ଦ୍ୱାରା ଶରୀରକୁ ଅବସାଦ ମୁକ୍ତ କରାଯାଇପାରିବ । ଏଭଳି ପଦ୍ଧତି ଦ୍ୱାରା ବ୍ୟକ୍ତି ଅବସାଦରୁ ମୁକ୍ତ ହୋଇ ନିଜର ସ୍ୱାଭାବିକ ଶାରୀରିକ ରିଦିମ ଫେରିପାଇବ । ସ୍ୱାସ୍ଥ୍ୟକର ଜୀବନଶୈଳୀ, କମ ଅବସାଦ ଓ ସକାରାତ୍ମକ ପରିବର୍ତ୍ତନ ଉପରେ ଏହି ପଦ୍ଧତି ଫୋକସ କରିଥାଏ ।
୨. ସୁନିଦ୍ରା : ସମୃଦ୍ଧ ନିଦ୍ରା କାର୍ଯ୍ୟକ୍ରମ
ପାରମ୍ପରିକ ଆୟୁର୍ବେଦିକ ଥେରାପି ଓ ନ୍ୟାଚୁରୋପ୍ୟାଥି ଚିକିତ୍ସାରୁ ଏହା ପ୍ରେରଣା ନେଇଥାଏ । ଏହି କାର୍ଯ୍ୟକ୍ରମରେ ନ୍ୟାଚୁରୋପାଥିକ ଲାଇଫଷ୍ଟାଇଲ ପରାମର୍ଶ, ଚେରମୂଳି ଓ ନ୍ୟୁଟ୍ରିଏଟ ପ୍ରତିକାର, ହାଇଡ୍ରୋଆରୋମାଟିକ ଇମର୍ସନ ଭଳି ବ୍ୟବସ୍ଥା ଥାଏ, ଯହା କି
ନିଦ୍ରାହୀନତା ସମସ୍ୟାର ସମାଧାନ ପାଇଁ ଉଦ୍ଦିଷ୍ଟ ।
୩. ସଞ୍ଜିବନୀ
ଏହି କାର୍ଯ୍ୟକ୍ରମ ଜରିଆରେ ନ୍ୟାଚୁରାଲ ଥେରାପି, ଥେରାପ୍ୟୁଟିକ ଓ ଯୋଗ କ୍ରିୟାର ପ୍ରମାଣିକ କମ୍ବିନେସନ ପ୍ରୟୋଗ କରାଯାଇଥାଏ । ଶରୀରରୁ ଯନ୍ତ୍ରଣା ମୁକ୍ତ ସହ ଆପଣଙ୍କଠାରେ ନୂଆ ଶକ୍ତି ଓ ସାମର୍ଥ୍ୟ ପାଇଁ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ । ଡାଏଟ ମ୍ୟାନେଜମେଣ୍ଟ ମଧ୍ୟ ଏହି କାର୍ଯ୍ୟକ୍ରମର ଏକ ମୁଖ୍ୟ ଅଂଶ । ଏହି ଥେରାପି ଯନ୍ତ୍ରଣା ହ୍ରାସ କରିଥାଏ, ସ୍ନାୟୁ ଲୁବ୍ରିକେସନ ଓ ବେକବୋଝ ହାଲୁକା କରେ ।
୪. ସମମକୋରୋଥି