ଓଡିଶା

odisha

ETV Bharat / sukhibhava

Diabetes Test: ମଧୁମେହ ରୋଗୀଙ୍କ ପାଇଁ କାହିଁକି ଆବଶ୍ୟକ ସୁଗାର ସ୍ପାଇକ୍ସ ଟେଷ୍ଟ ? - କଣ ପାଇଁ ଆବଶ୍ୟକ ସୁଗାର ସ୍ପାଇକ୍ସ ଟେଷ୍ଟ

ମଧୁମେହ ରୋଗୀଙ୍କ ପାଇଁ କଣ ପାଇଁ ଆବଶ୍ୟକ ସୁଗାର ସ୍ପାଇକ୍ସ ଟେଷ୍ଟ ? କେତେବେଳେ କରିବେ ଏହି ପରୀକ୍ଷା ଜାଣନ୍ତୁ।

Diabetes Test
Diabetes Test

By

Published : Jun 28, 2023, 4:03 PM IST

ହାଇଦ୍ରାବାଦ:ଖରାପ ଜୀବନଶୈଳୀ ଏବଂ ଖାଦ୍ୟ ଯୋଗୁଁ ମଧୁମେହ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପୂର୍ବରୁ 50 ବର୍ଷ ବୟସ ପରେ ହିଁ ଜଣେ ମଧୁମେହ ରୋଗରେ ଆକ୍ରାନ୍ତ ହେଉଥିଲେ। କିନ୍ତୁ ବର୍ତ୍ତମାନ ଲୋକେ 30 ବର୍ଷ ବୟସରେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି। କହିବାକୁ ଗଲେ ଆଜି କାଲି ଘରେ ଘରେ ମଧୁମେହ ରୋଗୀ ରହିଛନ୍ତି। ଯଦି ଆପଣ ମଧୁମେହକୁ ନିଜଠାରୁ ଦୂରରେ ରଖିବାକୁ ଚାହାଁନ୍ତି, ତେବେ ଜୀବନଶୈଳୀରେ ଉନ୍ନତି ଆଣିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏହି ରୋଗରେ ପୀଡିତ ବ୍ୟକ୍ତି ପ୍ରତିଦିନ ରକ୍ତରେ ଶର୍କରା ସ୍ତର ଯାଞ୍ଚ କରିବା ଉଚିତ୍। ବ୍ଲଡ ସୁଗାର ସ୍ପାଇକ୍ସ ଟେଷ୍ଟ ମଧ୍ୟ କରିବା ଆବଶ୍ୟକ ।

କେବେକେବେ ବ୍ଲଡ ସୁଗାର ଟେଷ୍ଟ କରିବା ଉଚିତ: ଦୀର୍ଘ ସମୟ ଧରି ରକ୍ତରେ ଶର୍କରା ସ୍ତରର ଉପସ୍ଥିତି ହେତୁ ମଧୁମେହ ସମସ୍ୟା ଦେଖାଦେଇପାରେ। ସେଥିପାଇଁ ପ୍ରତ୍ୟେକ ଦୁଇ କିମ୍ବା ତିନି ଦିନର ବ୍ୟବଧାନରେ ସ୍ପାଇକ୍ସ ଟେଷ୍ଟ ମଧ୍ୟ କରାଯିବା ଉଚିତ। ଡାକ୍ତରମାନେ କହିଛନ୍ତି ଯେ ମଧୁମେହ ରୋଗୀମାନେ ଖାଇବା ପୂର୍ବରୁ ଏବଂ ମଧ୍ୟାହ୍ନ ଭୋଜନ ପରେ ସୁଗାର ଲେବଲ ବା ସ୍ତରର ପରୀକ୍ଷା କରିବା ଆବଶ୍ୟକ। ମଧ୍ୟାହ୍ନ ଭୋଜନ ପରେ ଯଦି ଶର୍କରା ସ୍ତର ଅଧିକ ଥାଏ, ଏହାର ଅର୍ଥ ହେଉଛି ଆପଣ ନିଜ ଖାଦ୍ୟରେ ପରିବର୍ତ୍ତନ କରିବା ଉଚିତ୍। ଏପରି ଅବସ୍ଥାରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥିବା କାର୍ବସ୍ ବା କାର୍ବୋହାଇଟ୍ରେଟ ଖାଦ୍ୟ ଖାଇବା ଉଚିତ୍। କଠିନ ଶସ୍ୟ, ସବୁଜ ପନିପରିବା ଖାଇବା ଅଧିକ ଲାଭଦାୟକ ଅଟେ। ରକ୍ତରେ ଶର୍କରା ସ୍ତର ବୃଦ୍ଧିକୁ ସାଇର୍ସ ସୁଗାର କୁହାଯାଏ।

ଏକ୍ସରସାଇଜ ବା ବ୍ୟାୟାମ ସାହାଯ୍ୟ କରିବ: ସୁଗାର ସ୍ପାଇକ୍ସ ପରୀକ୍ଷା କରିବା ପରେ, ଯଦି ଶର୍କରା ସ୍ତର ଅଧିକ ରହିଥାଏ ତେବେ ଆପଣ ଶାରୀରିକ କାର୍ଯ୍ୟ କରିବା ଉଚିତ୍। ପ୍ରତିଦିନ ବ୍ୟାୟାମ କରିବା ଆବଶ୍ୟକ। ବାହାରକୁ ଯାଇନପାରିଲେ ଘରେ ମଧ୍ୟ ବ୍ୟାୟାମ କରିବା ଆବଶ୍ୟକ। ଯୋଗ ଏବଂ ପ୍ରାଣାୟାମ ବହୁତ ଲାଭଦାୟକ। ଏହା ବ୍ୟତୀତ ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ପ୍ରତିଦିନ ଅତି କମରେ 7-8 ଗ୍ଲାସ୍ ପାଣି ପିଇବା ପାଇଁ ଏକ୍ସପର୍ଟ ପରାମର୍ଶ ଦେଇଛନ୍ତି।

ଏହା ମଧ୍ୟ ପଢନ୍ତୁ: ଅନୁସନ୍ଧାନ: ଅଧିକ ଚିନି ସେବନ ସାଜିପାରେ ଉଚ୍ଚ ରକ୍ତଚାପର କାରଣ

ତେବେ ଉଲ୍ଲେଖନୀୟ ବିଷୟ ଯେ, ଏକ ଅନୁସନ୍ଧାନକୁ ଜଣାପଡିଛି ଯେ, ଅଧିକ ଚିନି ସେବନ ସାଜିପାରେ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଉଭୟ ଲୁଣ ଏବଂ ଚିନି ରକ୍ତଚାପ (ବିପି) ବୃଦ୍ଧି ସହିତ ଜଡିତ। ବିଭିନ୍ନ ଅଧ୍ୟୟନରେ କ୍ରମାଗତ ଭାବରେ ଦର୍ଶାଯାଇଛି ଯେ, ରକ୍ତଚାପ ବୃଦ୍ଧିରେ ଲୁଣ ଏକ ପ୍ରମୁଖ କାରଣ ଅଟେ। ଏହି ବିପଦକୁ ଧ୍ୟାନରେ ରଖି ଫିନଲ୍ୟାଣ୍ଡ ଏବଂ ବ୍ରିଟେନ ଭଳି ଦେଶ ଲୁଣର ମାତ୍ରା ହ୍ରାସ କରାଯାଇଥିଲା। କିନ୍ତୁ ଲୁଣ ହ୍ରାସ କରିବା ପର୍ଯ୍ୟାପ୍ତ ନୁହେଁ ବରଂ ଚିନି ମଧ୍ୟ ଏହାର କାରଣ ସାଜିପାରେ ବୋଲି ଅଧ୍ୟୟନରେ କୁହାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details