ଓଡିଶା

odisha

Longevity: ଅଧିକ ମିଠା ବିଗାଡିବ ମୁଖ ସୌନ୍ଦର୍ଯ୍ୟ ! ଜାଣନ୍ତୁ ୟଙ୍ଗ ରହିବାର ଫର୍ମୁଲା

ଅଧିକ ମିଠା ଖାଇଥିଲେ ସାବଧାନ ! ଶୀଘ୍ର ଆସିବ ବାର୍ଦ୍ଧକ୍ୟ ଏବଂ ବିଗିଡିବ ମୁଖ ସୌନ୍ଦର୍ଯ୍ୟ । ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 5, 2023, 3:45 PM IST

Published : Oct 5, 2023, 3:45 PM IST

ETV Bharat / sukhibhava

Longevity: ଅଧିକ ମିଠା ବିଗାଡିବ ମୁଖ ସୌନ୍ଦର୍ଯ୍ୟ ! ଜାଣନ୍ତୁ ୟଙ୍ଗ ରହିବାର ଫର୍ମୁଲା

Longevity
Longevity

ହାଇଦ୍ରାବାଦ:ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ରୋଗ ବୃଦ୍ଧି ପାଇବା ସହିତ ନକରାତ୍ମକ ପରିବେଶ ପରିସ୍ଥିତି ଯୋଗୁଁ ମନୁଷ୍ୟର ହାରାହାରି ବୟସ ହ୍ରାସ ପାଉଛି । 2020 ସୁଦ୍ଧା ଭାରତରେ ଆୟୁ 69.73 ବର୍ଷକୁ ଖସି ଆସିଛି । ଏନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଦିନକୁ ଦିନ ସଂକ୍ରାମକ ରୋଗର ଆଶଙ୍କା ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ବୟସ ଏବଂ ଚର୍ମ ଉପରେ ପଡୁଛି । ଏହା ବ୍ୟତିତ ବ୍ୟସ୍ତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ବ୍ୟାଘାତ ମଧ୍ୟ ଏକ ପ୍ରମୁଖ କାରଣ ହୋଇଛି ।

ଦୀର୍ଘ ଦିନ ପର୍ଯ୍ୟନ୍ତ ବଞ୍ଚିବାକୁ ହେଲେ ନିରନ୍ତର ଉଦ୍ୟମ ଜରୁରୀ ବୋଲି କୁହାଯାଇଛି । ଜୀବନଶୈଳୀର ଆକ୍ଟିଭିଟି କେବଳ ଆୟୁଷ ହ୍ରାସ କରେ ନାହିଁ ବରଂ ଶରୀର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ଯାହା ଦ୍ବାରା ଅଳ୍ପ ବୟସରେ ଜଣେ ବୃଦ୍ଧ ଭଳି ଦେଖାଯାଇଥାଏ। ତେବେ ନିକଟରେ ଏକ ଅନୁସନ୍ଧାନର ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇଛି । ଯେଉଁମାନେ ଅଧିକ ମିଠା ଏବଂ ଚିନ୍ତାରେ ରହୁଥିଲେ ସେମାନଙ୍କ ଠାରେ ଏହାର ବିପଦ ଅଧିକ ଦେଖାଯାଇଥିବା କୁହାଯାଇଥିଲା । ଅର୍ଥାତ ବୟସ ପୂର୍ବରୁ ବାର୍ଦ୍ଧକ୍ୟ ଦେଖାଯାଇଥିଲା।

ଅଧିକ ମିଠା ସ୍ବାସ୍ଥ୍ୟପକ୍ଷେ ହାନିକାରକ: ଅତ୍ୟଧିକ ମିଠା କିମ୍ବା ଚିନି ଖାଇବା ଦ୍ୱାରା ରକ୍ତ ଶର୍କରା ବୃଦ୍ଧି ଏବଂ ମଧୁମେହ ପାଇଁ ଏକ ପ୍ରମୁଖ ବିପଦ ବୋଲି ବିବେଚନା କରାଯାଏ । ତେବେ ଏହା କେବଳ ମଧୁମେହର କାରଣ ନୁହେଁ ବରଂ ବାର୍ଦ୍ଧକ୍ୟକୁ ମଧ୍ୟ ବୃଦ୍ଧି କରିଥାଏ । ଚର୍ମ କୋଲାଜେନ୍ ଏବଂ ଏଲାଷ୍ଟିନରେ ତିଆରି ହୋଇଥାଏ । କିନ୍ତୁ ଅଧିକ ଶର୍କରା ଖାଇବା ଦ୍ବାରା କୋଲାଜେନର କ୍ରସ୍-ଲିଙ୍କିଙ୍ଗ୍ ସୃଷ୍ଟି ହୋଇଥାଏ।ଫଳରେ ଚର୍ମ କଠିନ ହୋଇଯାଇଥାଏ । ଅଧିକ ଶର୍କରା ଖାଇବା ଦ୍ବାରା ବିଶେଷତଃ ଏହାର ପ୍ରଭାବ ଚର୍ମ ଉପରେ ପଡିଥାଏ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Milktea: ଚା' ଶୀଘ୍ର ବାର୍ଦ୍ଧକ୍ୟର କାରଣ କି ? କଣ କହୁଛନ୍ତି ଏକ୍ସପର୍ଟ

ଚିନ୍ତା ଦ୍ବାରା ଶୀଘ୍ର ଆସେ ବାର୍ଦ୍ଧକ୍ୟ:ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, କେବଳ ଅଧିକ ଶର୍କରା ନୁହେଁ ବରଂ ଅଧିକ ଚାପ ଯୋଗୁଁ ମଧ୍ୟ ଶୀଘ୍ର ବାର୍ଦ୍ଧକ୍ୟ ଆସିଥାଏ । ଚାପ ପ୍ରଥମେ ସ୍ବାସ୍ଥ୍ୟ ଉପଯୋଗୀ ହରମୋନକୁ ପ୍ରଭାବିତ କରିଥାଏ । କିନ୍ତୁ ଦୀର୍ଘସ୍ଥାୟୀ ଚାପ ହେତୁ କୋଷଗୁଡ଼ିକରେ ପ୍ରଦାହ ଦେଖାଯାଏ ଏବଂ DNA ନଷ୍ଟ ହୁଏ । ତେବେ ଏହି ଅବହସ୍ଥା ଶୀଘ୍ର ବାର୍ଦ୍ଧକ୍ୟର କାରଣ ମଧ୍ୟ ସାଜିପାରେ ବୋଲି କୁହାଯାଇଛି । ଅତ୍ୟଧିକ ଚାପ ନେବା ମାନସିକ ସ୍ୱାସ୍ଥ୍ୟ ତଥା ଶାରୀରିକ ସମସ୍ୟା ପାଇଁ ଏକ ପ୍ରମୁଖ ବିପଦ କାରଣ ଅଟେ ।

ନିୟମିତ ବ୍ୟାୟାମ ଦ୍ବାରା ଦୂର ହୋଇପାରିବ ସମସ୍ୟା: ସର୍ବଦା ୟଙ୍ଗ ଦେଖାଯିବାକୁ ଚାହୁଁଥିଲେ କିମ୍ବା ଅଧିକ ବର୍ଷ ବଞ୍ଚିବାକୁ ଚାହୁଁଥିଲେ ନିୟମିତ ବ୍ୟାୟାମ କରିବା ପ୍ରଭାବଶାଳୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ଦୈନିକ ପ୍ରାୟ 40 ମିନିଟ୍ ବ୍ୟାୟାମ କରିବା ଦ୍ବାରା ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ଠିକ ରହିଥାଏ । ଯାହା ହରମୋନରେ ସନ୍ତୁଳନତା ରଖିବା ସହିତ ବାର୍ଦ୍ଧକ୍ୟକୁ ରୋକିଥାଏ। ଏହା ସହିତ ଭିଟାମିନ ସି ଏବଂ ଡିର ମାତ୍ରା ବୃଦ୍ଧି କରିବା ଜରୁରୀ ଅଟେ ।

ABOUT THE AUTHOR

...view details