ହାଇଦ୍ରାବାଦ:ଗତ କିଛି ବର୍ଷ ମଧ୍ୟରେ ହୋଇଥିବା ଅନେକ ଅଧ୍ୟୟନ ଅଫିସ୍ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ଜଣ ବ୍ୟକ୍ତି ଏକ ଅଫିସ୍ କାମ କରନ୍ତି, ତେବେ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଆବଶ୍ୟକ । ଅଧିକାଂଶ ଲୋକଙ୍କ ଠାରେ ଏକ ଛୋଟ ଭୁଲ ଦେଖାଯାଉଛି, ଯାହା ସ୍ୱାସ୍ଥ୍ୟ ଉପରେ ଅନେକ ଉପାୟରେ ଗୁରୁତର ପ୍ରଭାବ ପକାଉଛି । ଅନୁସନ୍ଧାନରୁ ଜଣାପଡିଛି ଯେ, ଯେଉଁମାନେ ଦୀର୍ଘ ସମୟ ଧରି ବସି କାମ କରନ୍ତି, ଅନ୍ୟମାନଙ୍କ ତୁଳନାରେ ସେମାନଙ୍କ ଠାରେ ଗମ୍ଭୀର ରୋଗର ଆଶଙ୍କା ଅଧିକ ଥାଏ । ଯାହା ଅକାଳ ମୃତ୍ୟୁ ହେବାର ଆଶଙ୍କାକୁ ବୃଦ୍ଧି କରିଥାଏ ।
ଯେତେବେଳେ ଜଣେ ବସି ରହିଥାଏ, ସେତେବେଳେ କମ ଶାରୀରିକ ଶକ୍ତି ଖର୍ଚ୍ଚ ହୋଇଥାଏ । ଗବେଷଣାରେ ଦୀର୍ଘ ସମୟ ଧରି ବସିଥିବା ଅନେକ ଲୋକଙ୍କୁ ସାମିଲ କରାଯାଇଥିଲା । ସେମାନଙ୍କ ନିକଟରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥିଲା । ମୋଟାପଣ, ରକ୍ତଚାପ ବୃଦ୍ଧି, ମଧୁମେହ, ଅଣ୍ଟାରେ ଅଧିକ ଚର୍ବି ଏବଂ ଅସ୍ୱାସ୍ଥ୍ୟକର କୋଲେଷ୍ଟ୍ରଲ ମାତ୍ରା ବୃଦ୍ଧି ଭଳି ସମସ୍ୟା ଦେଖାଯାଇଥିଲା । ମୋଟ ଉପରେ ବିଶେଷଜ୍ଞଙ୍କ କହିବା ଅନୁସାରେ, ଦୀର୍ଘ ସମୟ ଧରି ବସି ରହିବା ହୃଦଘାତ ଏବଂ କର୍କଟ ରୋଗରେ ମୃତ୍ୟୁ ହେବାର ଆଶଙ୍କାକୁ ବୃଦ୍ଧି କରିଥାଏ ।
ହୃଦଘାତର ମାତ୍ରା ଅଧିକ ଥାଏ: ଜାମା କାର୍ଡିଓଲୋଜିରେ ପ୍ରକାଶିତ ଏହି ଗବେଷଣାରୁ ଜଣାଯାଇଛି ଯେ, ଯେଉଁମାନେ ଅଫିସରେ ଦୀର୍ଘ ଘଣ୍ଟା କାମ କରନ୍ତି, ସେମାନଙ୍କ ହୃଦଘାତ ଏବଂ ଷ୍ଟ୍ରୋକ୍ ସମେତ ହୃଦ୍ରୋଗର ଆଶଙ୍କା ଅଧିକ ଥାଏ । ଚାଇନିଜ୍ ଏକାଡେମୀ ଅଫ୍ ମେଡିକାଲ ସାଇନ୍ସ ଏବଂ ପେକିଂ ୟୁନିଅନ ମେଡିକାଲ କଲେଜ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁଯାୟୀ, ଗୋଟିଏ ସ୍ଥାନରୁ 8 ଘଣ୍ଟା କିମ୍ବା ତା ଠାରୁ ଅଧିକ ସମୟ ବସି ରହିବା ହେତୁ ଲୋକଙ୍କ ଠାରେ ହୃଦଘାତ କିମ୍ବା ଷ୍ଟ୍ରୋକ୍ ହେବାର ଆଶଙ୍କା 20 ପ୍ରତିଶତ ଅଧିକ ବୋଲି ଜଣାପଡିଛି । ଦୀର୍ଘ ସମୟ ଧରି ବସିବା ଦ୍ୱାରା ହୃଦଘାତ ହେବାର ଆଶଙ୍କା ପ୍ରାୟ 50 ପ୍ରତିଶତ ବୃଦ୍ଧି ପାଇଥାଏ।