ହାଇଦ୍ରାବାଦ:ଆଜିକା ସ୍ବାର୍ଥପର ଦୁନିଆରେ ଅନେକ ପରିବାରରେ କଳହ, ପାରିବାରିକ ଅଶାନ୍ତି ଦେଖାଯାଉଛି । ପରିଣତ ବୟସରେ ପିତାମାତାଙ୍କୁ ଅଣଦେଖା କରୁଛନ୍ତି ସନ୍ତାନ । ଫଳରେ ଅନେକ କ୍ଷେତ୍ରରେ ମାନସିକ ଭାରସାମ୍ୟ ହରାଇ ବସିଥାଆନ୍ତି ପରିବାର ମୁଖିଆ । ସେହିଭଳି ଲୋକଙ୍କ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି । ପରିଣତ ବୟସରେ ଏକା ରହିବା ଅପେକ୍ଷା କୁକୁର ଏବଂ ବିଲେଇକୁ ଘରେ ପାଳିବା ଦ୍ବାରା ମାନସିକ ସ୍ବାସ୍ଥ୍ୟ ଉପରେ ସୁପ୍ରଭାବ ପକାଇଥାଏ ବୋଲି ଏକ ରିସର୍ଚ୍ଚରେ କୁହାଯାଇଛି ।
ଏହି ଅଧ୍ୟୟନ ଜାମା ନେଟଓ୍ବର୍କ ଓପନ ନାମକ ଏକ ପତ୍ରିକାରେ ପ୍ରକାଶିତ ହୋଇଛି । ଅନୁସନ୍ଧାନକାରୀମାନେ କହିଛନ୍ତି, ପରିଣତ ବୟସରେ ଗୃହପାଳିତ ପଶୁଙ୍କ ସହ ରହୁଥିବା ବ୍ୟକ୍ତିଙ୍କର ସ୍ମୃତିଶକ୍ତି ଏବଂ ଶବ୍ଦ ପ୍ରବାହରେ ହ୍ରାସ ହୋଇନଥିଲା । ପରିବାର ସଦସ୍ୟଙ୍କ ଅପେକ୍ଷା ଗୃହପାଳିତ ପଶୁଙ୍କୁ ରଖିଥିବା ବ୍ୟକ୍ତିଙ୍କ ନିକଟରେ ଏହାର ସୁପ୍ରଭାବ ଅଧିକ ଦେଖାଯାଇଥିଲା ବୋଲି କୁହାଯାଇଛି । ବୈଜ୍ଞାନିକମାନେ ଅନୁମାନ କରିଥିଲେ ଯେେ, 65 ବର୍ଷରୁ ଅଧିକ ବୟସ ପରେ ପ୍ରାୟ 10ରୁ 20 ପ୍ରତିଶତ ବ୍ୟକ୍ତିଙ୍କର ସାମାନ୍ୟ ଜ୍ଞାନଗତ ଦୁର୍ବଳତା ଦେଖାଯାଇଥାଏ । ଏହା ଡିମେନ୍ସିଆର ପ୍ରାରମ୍ଭିକ ସଙ୍କେତ ବୋଲି କୁହାଯାଇଛି ।
ବୈଜ୍ଞାନିକଙ୍କ କହିବା ଅନୁସାରେ, ଗୃହପାଳିତ ପଶୁ ରହିବା ଦ୍ବାରା ଏକୁଟିଆପଣ ଦୂର ହେବା ସହିତ ସ୍ମୃତିଶକ୍ତି ଏବଂ ଶବ୍ଦ ପ୍ରବାହକୁ ମଧ୍ୟ ହ୍ରାସ କରାଯାଇପାରିବ । ଏହି ଅଧ୍ୟୟନରେ 50 ବର୍ଷରୁ ଅଧିକ ବୟସର ପ୍ରାୟ 7,945 ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା ।