ହାଇଦ୍ରାବାଦ:ଆପଣ ଶାକାହାରୀ କି ? ଯଦି ହଁ ହୋଇଯାଆନ୍ତୁ ସାବଧାନ! ଶାକାହାରୀ ଖାଦ୍ୟ ପ୍ରାୟତଃ ମାଂସାସୀ ଖାଦ୍ୟ ଅପେକ୍ଷା ସ୍ୱାସ୍ଥ୍ୟକର ବୋଲି ବିବେଚନା କରାଯାଏ ଏବଂ ଏଥି ମଧୁମେହ, ମୋଟାପଣ, ହୃଦରୋଗ ଏବଂ କେତେକ କର୍କଟ ରୋଗର ଆଶଙ୍କା କମ୍ ଥାଏ । କିନ୍ତୁ ଶାକାହାରୀ ଖାଦ୍ୟ ଖାଉଥିବା ଲୋକଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଅଧ୍ୟୟନ ସାମ୍ନାକୁ ଆସିଛି । ଏହି ଅଧ୍ୟୟନରେ ଦାବି କରାଯାଇଛି ଯେ, ଶାକାହାରୀ ଲୋକଙ୍କ ମଧ୍ୟରେ ହିପ ଫ୍ରାକ୍ଚର ହେବାର ଆଶଙ୍କା ମାଂସାହାରୀ ଲୋକଙ୍କ ତୁଳନାରେ 50 ପ୍ରତିଶତ ଅଧିକ ହୋଇଥାଏ । ଅଧ୍ୟୟନରେ କୁହାଯାଇଛି ଯେ ଯେଉଁ ମହିଳାମାନେ ନିୟମିତ ଭାବେ ଶାକାହାରୀ ଖାଦ୍ୟ ଖାଆନ୍ତି, ସେମାନଙ୍କ ପାଖରେ ହିପ୍ ଫ୍ରାକ୍ଚର ହେବାର ଆଶଙ୍କା ଅଧିକ ରହିଥାଏ । ଏନେଇ ଲିଡସ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଉଭୟ ପୁରୁଷ ଏବଂ ମହିଳାଙ୍କ ସମେତ 4,13,914 ଲୋକଙ୍କ ତଥ୍ୟକୁ ନେଇ ଯାଞ୍ଚ କରାଯାଇଥିଲା ।
ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ମାଂସ ଖାଉଥିବା ପୁରୁଷଙ୍କ ଅପେକ୍ଷା ଶାକାହାରୀ ପୁରୁଷମାନଙ୍କର ହିପ ଫ୍ରାକ୍ଚର ହେବାର ଆଶଙ୍କା ଅଧିକ ଥାଏ । 2006 ରୁ 2010 ମଧ୍ୟରେ ଅନୁସନ୍ଧାନରେ ଜଡିତ ଲୋକଙ୍କ ଉପରେ ଗବେଷଣା କରାଯାଇଥିଲା । ଏହି ଅନୁସନ୍ଧାନରେ ଅଂଶଗ୍ରହଣକାରୀମାନେ ସେମାନଙ୍କର ଖାଦ୍ୟ ବିଷୟରେ ସୂଚନା ଦେଇଥିଲେ । ଏହି ଲୋକମାନଙ୍କର ତଥ୍ୟ ସେମାନଙ୍କର ଡାକ୍ତରଖାନା ରେକର୍ଡ ସହିତ ସଂଯୁକ୍ତ ଥିଲା । 2021 ମସିହାରେ ରେକର୍ଡ ହୋଇଥିବା ତଥ୍ୟରେ ଦେଖାଯାଇଥିଲା ଯେ, ହିପ ଫ୍ରାକ୍ଚର ରୋଗୀଙ୍କ ଅଭିଯୋଗ ଅଧିକା ରହିଥିଲା । 4,13,914 ଅଂଶଗ୍ରହଣକାରୀଙ୍କ ମଧ୍ୟରୁ 3503 ଜଣଙ୍କ ମଧ୍ୟରେ ହିପ ଫ୍ରାକ୍ଚର ମାମଲା ଦେଖିବାକୁ ମିଳିଥିଲା ।
ଏହା ମଧ୍ୟ ପଢନ୍ତୁ: ବୃଦ୍ଧାବସ୍ଥାରେ Vegetarian ମହିଳାମାନଙ୍କ ଅଧିକଥାଏ ହିପ୍ ଫ୍ରାକ୍ଚର ସମ୍ଭାବନା