ହାଇଦ୍ରାବାଦ:କିଛି ମାସର ଅନ୍ତରାଳ ପରେ ପୁଣିଦିନକୁ ଦିନ ବିପଜ୍ଜନକ ହେଉଛି କୋଭିଡ ସଂକ୍ରମଣ । ଅନେକ ରୋଗର କାରଣ ସାଜିଥିବା କୋରୋନା ଭାଇରସକୁ ନେଇ ଏବେ ଏକ ସାଘାଂତିକ ତଥ୍ୟ ସାମ୍ନାକୁ ଆସିଛି । କୋଭିଡ ଭୂତାଣୁ ସ୍ୱର ଉପରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି ଏକ ରିପୋର୍ଟରେ କୁହାଯାଇଛି । ନିକଟରେ ହୋଇଥିବା ଅଧ୍ୟୟନରେ ବୈଜ୍ଞାନିକମାନେ ଏହି ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ତେବେ ଏହି ଭାଇରସ କେବଳେ ସ୍ୱାଦ ଏବଂ ଗନ୍ଧ ନୁହେଁ ବରଂ ଗଳାର ସ୍ୱରକୁ ମଧ୍ୟ ପ୍ରଭାବିତ କରିପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି । କୋଭିଡ 19 କାରଣରୁ ଭୋକାଲ କର୍ଡ ପାରାଲିସେସର ପ୍ରଥମ ମାମଲା ସାମ୍ନାକୁ ଆସିଛି ।
ସ୍ୱର ପାଇଁ କେତେ ଘାତକ କୋରୋନା ଭାଇରସ: ଆମେରିକାର ମାସାଚୁସେଷ୍ଟ ଚକ୍ଷୁ ଏବଂ କର୍ଣ୍ଣ ବିଭାଗର ଅନୁସନ୍ଧାନକାରୀମାନେ କହିଛନ୍ତି, କୋରୋନା ଭାଇରସ ସ୍ନାୟୁ ପ୍ରଣାଳୀରେ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ । ଏହା ଦ୍ବାରା ଭୋକାଲ କୋର୍ଡ ଅର୍ଥାତ ସ୍ବରତନ୍ତ୍ରରେ ପାରାଲିସେସ ହେବାର ଏକ ମାମଲା ଦେଖିବାକୁ ମିଳିଥିଲା । ତେବେ ଜର୍ଣ୍ଣନ ପେଡିଆଟ୍ରିକ ପତ୍ରିକାରେ ଏହା ପ୍ରକାଶିତ ହୋଇଥିବା ବେଳେ କୋରୋନା ଭାଇରସ ଯୋଗୁଁ ଅନ୍ୟାନ୍ୟ ଗୁରୁତର ସମସ୍ୟା ମଧ୍ୟ ହୋଇପାରେ ବୋଲି କୁହାଯାଇଛି ।
ଶିଶୁର ସ୍ୱର ଛଡ଼ାଇ ନେଲା କୋରୋନା: ରିପୋର୍ଟ ଅନୁସାରେ, SARS-CoV-2ରେ ସଂକ୍ରମିତ ହେବାର କିଛି ଦିନ ପରେ 15 ବର୍ଷୀୟ ନାବାଳିକାକୁ ନିଶ୍ବାସ ନେବାରେ ସମସ୍ୟା ଦେଖାଯାଇଥିଲା। ତେବେ ହସ୍ପିଟାଲରେ ଭର୍ତ୍ତି କରିବା ପରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଥିଲା। କୋଭିଡ ଭାଇରସର ପ୍ରଭାବ ଯୋଗୁଁ ନାବାଳିକାର ଭୋକାଲ୍ କର୍ଡ ପାରାଲିସେସ ହୋଇଥିବା ଜଣାପଡିଥିଲା। ପୂର୍ବରୁ ହିଁ ନାବାଳିକାକ ଆଙ୍ଗ୍ଜାଇଟି ଏବଂ ଆସ୍ଥମା ସମସ୍ୟା ରହିଥିଲା । ତେବେ ଏଣ୍ଡୋସ୍କୋପିକ୍ ଟେଷ୍ଟ ପରେ ଏହି ତଥ୍ୟ ପ୍ରକାଶ କରାଯାଇଥିଲା ।