ଓଡିଶା

odisha

ETV Bharat / sukhibhava

ଆଲର୍ଜି ସହ ଷ୍ଟ୍ରେସ୍‌ର ସଂପର୍କ : ନୂଆ ଅଧ୍ୟୟନ - ଆଲର୍ଜି ସହ ଷ୍ଟ୍ରେସ୍‌

ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ୍ ମୋଲିକ୍ୟୁଲାର ସାଇନ୍ସରେ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି ଯେ, ନୂଆ ଅଧ୍ୟୟନରୁ ମାଷ୍ଟ୍ ସେଲଗୁଡିକର ବୃଦ୍ଧିରେ ସହାୟକ ହେବା ପାଇଁ ସିଆରଏଚ୍ ମେକାନିଜିମ ସଂପର୍କରେ ଅଧିକ ସ୍ପଷ୍ଟ ତଥ୍ୟ ମିଳିପାରିବ । ଅଧିକ ପଢନ୍ତୁ...

ଆଲର୍ଜି ସହ ଷ୍ଟ୍ରେସ୍‌ର ସଂପର୍କ : ନୂଆ ଅଧ୍ୟୟନ
ଆଲର୍ଜି ସହ ଷ୍ଟ୍ରେସ୍‌ର ସଂପର୍କ : ନୂଆ ଅଧ୍ୟୟନ

By

Published : Mar 27, 2021, 5:14 PM IST

ଏକ ନୂଆ ଅଧ୍ୟୟନରୁ ଜଣାପଡିଛି ଯେ, ଆଲର୍ଜିକ ପ୍ରତିକ୍ରିୟା ବୃଦ୍ଧି ପଛର କାରଣ ହେଉଛି କୋର୍ଟିକୋଟ୍ରୋପିନ ରିଲିଜିଂ ଷ୍ଟ୍ରେସ ହରମୋନ -ସିଆରଏଚ୍ । ଏହି ହରମୋନ ଚିନ୍ତା ପ୍ରତି ଶରୀରର ପ୍ରତିକ୍ରିୟାର ମୁଖ୍ୟ ଉପାଦାନ ହୋଇଥାଏ । ଏହାଛଡା ପ୍ରଦାହ ସୃଷ୍ଟି କରୁଥିବା ରୋଗଗୁଡିକରେ ମଧ୍ୟ ଏହି ଉପାଦାନର ଉପସ୍ଥିତି ଥାଏ ।

ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ୍ ମୋଲିକ୍ୟୁଲାର ସାଇନ୍ସରେ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି ଯେ, ନୂଆ ଅଧ୍ୟୟନରୁ ମାଷ୍ଟ୍ ସେଲଗୁଡିକର ବୃଦ୍ଧିରେ ସହାୟକ ହେବା ପାଇଁ ସିଆରଏଚ୍ ମେକାନିଜିମ ସଂପର୍କରେ ଅଧିକ ସ୍ପଷ୍ଟ ତଥ୍ୟ ମିଳିପାରିବ । ମାଷ୍ଟସେଲଗୁଡିକ ( ଏମସି ) ମାନବ ନାସିକା ରନ୍ଧ୍ରରେ ବିକଶିତ ହେଉଥିବା ଆଲର୍ଜିର ଏଜେଂଟ୍ ଭାବେ କାମ କରନ୍ତି ।

ଅନେକ ରୋଗୀ ଅଛନ୍ତି, ଯେଉଁମାନେ କି ସେମାନଙ୍କର ଆଲର୍ଜି ପାଇଁ ମନୋବୈଜ୍ଞାନିକ ଅବସାଦକୁ ଦାୟୀ କରିଥାଆନ୍ତି ବୋଲି ଜାପାନର ଓସାକା ସିଟି ବିଶ୍ୱବିଦ୍ୟାଳୟର ଗବେଷକ ମିକା ୟାମାନାକା ତାକାଇଚି କହନ୍ତି । ସେ ନିଜେ ବି ଏଭଳି ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି ବୋଲି ମିକା କହନ୍ତି ।

ମାନବ ଚର୍ମରେ ମାଷ୍ଟସେଲଗୁଡିକର ପତନ ପାଇଁ ଉସୁକାଉଥିବାରୁ ସିଆରଏଚ୍ ଅବସାଦଜନିତ ନାସାଲ ଆଲର୍ଜିରେ ବି ସଂପୃକ୍ତ ଥାଇପାରେ ବୋଲି ଗବେଷଣାକାରୀ ଟିମ୍ କହିଛନ୍ତି । ଯେତେବେଳେ ସିଆରଏଚ୍ ନାସାଲ ପଲିପକୁ୍ ଅର୍ଗାନ କଲଚର୍ ସହ ଯୋଡାଗଲା, ସେତେବେଳେ ମାଷ୍ଟସେଲଗୁଡିକର ସଂଖ୍ୟାରେ ବୃଦ୍ଧି ହୋଇଥିବା ଦେଖାଗଲା ବୋଲି ଗବେଷକମାନେ ଦାବି କରିଛନ୍ତି । ଏହା ଉଭୟ ଏମସି ହ୍ରାସ ଓ ପ୍ରସାର ପାଇଁ ଖୋରାକ ଯୋଗାଏ । ଏହାଛଡା ଏହି ସ୍ଥିତି ଷ୍ଟେମ ସେଲ ଫ୍ୟାକ୍ଟର (ଏସସିଏଫ ) ଏକ୍ସପ୍ରେସନ ବୃଦ୍ଧିରେ ବି ସହାୟକ ହୋଇଥାଏ ।

ସମ୍ଭାବ୍ୟ ଥେରାପଟିକ୍ ଦୃଷ୍ଟିରୁ ମଧ୍ୟ ଗବେଷଣା କରାଯାଇଥିଲା । ଏଥିରୁ ଜଣାପଡିଥିଲା ଯେ, ମାଷ୍ଟ ସେଲଗୁଡିକ ଉପରେ ସିଆରଏଚର ପ୍ରଭାବକୁ ସିଆରଏଚଆ୧ ଜିନ୍ ନକଡାଉନ୍ ପ୍ରତିହତ କରୁଥିଲା । ବହୁସଂଖ୍ୟକ ମାଷ୍ଟ୍ ସେଲ୍ ଓ ମାଉସ ମଡେଲ୍ ଅଫ୍ ରିଷ୍ଟ୍ରେଂଟ ଷ୍ର୍ଟ୍ରେସ୍‌ର ନାସାଲ ମୁକୋସାରେ ହ୍ରାସ ହେଉଥିବା ଗବେଷଣାରୁ ଜଣାପଡିଥିଲା । ଆଂଟାଲାର୍ମିନ ନାମକ ସିଆରଏଚଆର ୧ପ୍ରତିରୋଧକ ଦ୍ୱାରା ଏହା ଅବରୋଧ ହୁଏ ।

ABOUT THE AUTHOR

...view details