ଓଡିଶା

odisha

By

Published : Oct 26, 2022, 7:40 AM IST

ETV Bharat / sukhibhava

Study: ଚକ୍ଷୁ ସମ୍ବନ୍ଧୀୟ ସମସ୍ୟା ଦୂର କରେ ସବୁଜ ଚଷମା

ଏକ ନୂତନ ଅନୁସନ୍ଧାନ ଅନୁଯାୟୀ, ଦିନକୁ ଅଧିକ ଘଣ୍ଟା ସବୁଜ ଚଷମା (green spectacles) ପିନ୍ଧିବା ଦ୍ୱାରା ଚକ୍ଷୁ ସମସ୍ୟା ଦୂର ହୋଇଥାଏ । ଅଧିକ ପଢନ୍ତୁ

Study: ଚକ୍ଷୁ ସମ୍ବନ୍ଧୀୟ ସମସ୍ୟା ଦୂର କରେ ସବୁଜ ଚଷମା
Study: ଚକ୍ଷୁ ସମ୍ବନ୍ଧୀୟ ସମସ୍ୟା ଦୂର କରେ ସବୁଜ ଚଷମା

ୱାଶିଂଟନ: ସବୁଜ ଚଷମା ପିନ୍ଧିବା ଦ୍ବାରା ଚକ୍ଷୁ ସମସ୍ୟା ଦୂର ହୋଇଥାଏ । ଆଜ୍ଞା ହଁ, ଏକ ନୂତନ ଅନୁସନ୍ଧାନ ଅନୁଯାୟୀ, ଦିନକୁ ଅଧିକ ଘଣ୍ଟା ସବୁଜ ଚଷମା (green spectacles) ପିନ୍ଧିବା ଦ୍ୱାରା ଯନ୍ତ୍ରଣା ସମ୍ବନ୍ଧୀୟ ଚିନ୍ତା କମିଯାଏ ଏବଂ ଫାଇବ୍ରୋମିଆଲଜିଆ ରୋଗୀ ଏବଂ ଅନ୍ୟମାନେ କ୍ରନିକ ଯନ୍ତ୍ରଣା ଥିବା ଓପିଓଡ୍ସ ସମସ୍ୟାକୁ କମ୍ ହୋଇପାରେ(Green eyeglasses helps to reduce pain related anxiety) । ANESTHESIOLOGY 2022 ବାର୍ଷିକ ସଭାରେ ଏହି ଅନୁସନ୍ଧାନ ଉପସ୍ଥାପିତ ହୋଇଛି ।

ଅଧ୍ୟୟନର ମୁଖ୍ୟ ଲେଖକ ତଥା ଡ୍ୟୁକ୍ ଆନାସ୍ଥେସିଓଲୋଜି ଏବଂ ଡ୍ୟୁକ୍ ହେଲଥ୍, ଚାପେଲ୍ ହିଲ୍, ଉତ୍ତର କାରୋଲିନାର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ପଦ୍ମ ଗୁଲୁର କହିଛନ୍ତି ଯେ, ଅନୁସନ୍ଧାନରୁ ଜଣାପଡିଛି ଯେ, ସବୁଜ ଆଲୋକର କିଛି ତରଙ୍ଗ ମସ୍ତିଷ୍କରେ ଥିବା ପଥକୁ ଉତ୍ସାହିତ କରିଥାଏ । ଫାଇବ୍ରୋମିଆଲଜିଆ ଏବଂ ଅନ୍ୟାନ୍ୟ ପ୍ରକାରର କ୍ରନିକ ଯନ୍ତ୍ରଣା ଥିବା ରୋଗୀଙ୍କ ମଧ୍ୟରେ ଓପିଓଡ୍ସ ବ୍ୟବହାରକୁ ହ୍ରାସ କରିବା ପାଇଁ ଅତିରିକ୍ତ ଚିକିତ୍ସାର ଜରୁରୀ ଆବଶ୍ୟକତା ରହିଛି ଏବଂ ସବୁଜ ଚଷମା ବ୍ୟବହାର କରିବା ସହଜ ।

ବିଶେଷତଃ non-drug ବିକଳ୍ପ, ଫାଇବ୍ରୋମିଆଲଜିଆ ପରି ଭୟଙ୍କର ଏବଂ କ୍ରନିକ ଯନ୍ତ୍ରଣା ଥିବା ରୋଗୀଙ୍କ ପାଇଁ ଉପଲବ୍ଧ । କିନ୍ତୁ ଏହା ଶରୀରରେ ଯନ୍ତ୍ରଣା ସୃଷ୍ଟି କରେ । ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଅନୁଯାୟୀ ଫାଇବ୍ରୋମିଆଲଜିଆ ପ୍ରାୟ 4 ନିୟୁତ ଆମେରିକୀୟ ବୟସ୍କଙ୍କୁ ପ୍ରଭାବିତ କରିଥାଏ । ରୋଗୀମାନଙ୍କ ଠରେ ଯନ୍ତ୍ରଣା ଭୟ ଚିନ୍ତାକୁ ବଢାଇଥାଏ, ଓପିଓଡ୍ସ ବ୍ୟବହାର ବୃଦ୍ଧି ପାଇଥାଏ ବୋଲି ଡାକ୍ତର ଗୁଲୁର୍ କହିଛନ୍ତି ।

ଅନୁସନ୍ଧାନକାରୀମାନେ 34 ଟି ଫାଇବ୍ରୋମିଆଲଜିଆ ରୋଗୀଙ୍କୁ ନେଇ ଏହି ଅଧ୍ୟୟନ କରିଥିଲେ, ଯେଉଁମାନେ ଦୁଇ ସପ୍ତାହ ପାଇଁ ଦିନକୁ ଚାରି ଘଣ୍ଟା ବିଭିନ୍ନ ଚଷମା ପିନ୍ଧିଥିଲେ । 10 ରୋଗୀ ନୀଳ ଚଷମା ପିନ୍ଧିଥିଲେ, 12 ଜଣ ସ୍ୱଚ୍ଛ ଚଷମା ଏବଂ 12 ଜଣ ସବୁଜ ଚଷମା(ଗ୍ରୀନ ସ୍ପେକ୍ଟାକଲ୍ସ) ପିନ୍ଧିଥିଲେ । ସବୁଜ ଚଷମା ପିନ୍ଧିଥିବା ରୋଗୀମାନେ ଅନ୍ୟ ଗୋଷ୍ଠୀର ରୋଗୀଙ୍କ ଅପେକ୍ଷା ଚାରି ଗୁଣ ମାନସିକ ଚିନ୍ତା ହ୍ରାସ ପାଇଥିଲା । ଡକ୍ଟର ଗୁଲୁର କହିଛନ୍ତି ଯେ "ଆମେ ଜାଣିଲୁ ଯେ, ଯଦିଓ ସେମାନଙ୍କର ଯନ୍ତ୍ରଣା ସ୍କୋର ସମାନ ରହିଥିଲା, କିନ୍ତୁ ଯେଉଁମାନେ ସବୁଜ ଚଷମା ପିନ୍ଧିଥିଲେ ସେମାନେ କମ୍ ଓପିଓଏଡ୍ ବ୍ୟବହାର କରିଥିଲେ ଏବଂ ଦର୍ଶାଇଥିଲେ ଯେ, ସେମାନଙ୍କର ଯନ୍ତ୍ରଣା ଯଥେଷ୍ଟ ନିୟନ୍ତ୍ରିତ ହୋଇଛି ।"

ଫାଇବ୍ରୋମିଆଲଜିଆ ରୋଗୀଙ୍କ ପାଇଁ ଆମେ ସବୁଜ ଚଷମା ଚିକିତ୍ସା ପାଇଁ ସୁପାରିଶ କରିବୁ ଏବଂ ଏହା ଉପକାରୀ ହେବ କି ନାହିଁ ତାହା ଜାଣିବା ପାଇଁ ଅନ୍ୟ କ୍ରନିକ ଯନ୍ତ୍ରଣା ଥିବା ରୋଗୀଙ୍କ ଉପରେ ଅଧ୍ୟୟନ କରୁଛୁ ବୋଲି ସେ କହିଛନ୍ତି । ସବୁଜ ଆଲୋକ ସ୍ପେକ୍ଟ୍ରମରେ ଏକ ନିର୍ଦ୍ଦିଷ୍ଟ ତରଙ୍ଗ ଦୈର୍ଘ୍ୟ ଫିଲ୍ଟର୍ କରିବା ପାଇଁ ଚଷମା ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି ବୋଲି ଡକ୍ଟର ଗୁଲୁର୍ କହିଛନ୍ତି । ସେ ଦର୍ଶାଇଛନ୍ତି ଯେ, ସବୁଜ ଚଷମା ପିନ୍ଧିଥିବା ଅଧିକାଂଶ ରୋଗୀ ଭଲ ଅନୁଭବ କରୁଥିବା ରିପୋର୍ଟ କରିଛନ୍ତି ଏବଂ ଏହାକୁ ପିନ୍ଧିବାକୁ ଜାରି ରଖିବାକୁ କହିଛନ୍ତି ।

ABOUT THE AUTHOR

...view details