ଓଡିଶା

odisha

ETV Bharat / sukhibhava

ଆର୍ଥ୍ରାଇଟିସ୍ ଯନ୍ତ୍ରଣାକୁ ହ୍ରାସ କରେ ଶାକାହାରୀ ଖାଦ୍ୟଶୈଳୀ

ଶାକାହାରୀ ଖାଦ୍ୟ ପ୍ରଣାଳୀର ଶରୀର ଉପରେ ଭଲ ପ୍ରଭାବ ରହିଥାଏ । ତେବେ ଆର୍ଥ୍ରାଇଟିସ ରୋଗୀଙ୍କ କ୍ଷେତ୍ରରେ ଶାକାହାରୀ ଖାଦ୍ୟ ମଧ୍ୟ ଉପଯୋଗୀ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

By

Published : Apr 8, 2022, 7:32 PM IST

ଆର୍ଥ୍ରାଇଟିସ୍ ଯନ୍ତ୍ରଣାକୁ ହ୍ରାସ କରେ ଶାକାହାରୀ ଖାଦ୍ୟଶୈଳୀ
ଆର୍ଥ୍ରାଇଟିସ୍ ଯନ୍ତ୍ରଣାକୁ ହ୍ରାସ କରେ ଶାକାହାରୀ ଖାଦ୍ୟଶୈଳୀ

ହାଇଦ୍ରାବାଦ: ଶାକାହାରୀ ଖାଦ୍ୟ ପ୍ରାୟତଃ ସୁସ୍ଥ ଜୀବନଶୈଳୀ ପାଇଁ ସହାୟକ ହୋଇଥାଏ । ଏହି ଭେଗାନ ଡାଏଟ୍‌ ଆଣ୍ଠୁଗଣ୍ଠି ବାତ ରୋଗକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହାସହିତ ଓଜନ ହ୍ରାସ ସହିତ କୋଲେଷ୍ଟ୍ରୋଲ ପରିମାଣ ମଧ୍ୟ କମ ରହିଥାଏ । ଏହି ଆର୍ଥ୍ରାଇଟିସ ଏବେ ସାଧାରଣତଃ ଅଧିକ ଲୋକଙ୍କ ନିକଟରେ ଦେଖାଯାଉଥିବା ବେଳେ ଏଥିରେ ଗଣ୍ଠି ଜନିତ ଯନ୍ତ୍ରଣା, ଗଣ୍ଠି ସ୍ଥାନ ଫୁଲିବା ଓ ପରେ ଗଣ୍ଠି ଅକାମି ହୋଇଯିବା ଭଳି ସମସ୍ୟା ଦେଖା ଦେଇଥାଏ ।

ଏକ ଅଧ୍ୟୟନ ଅନୁସାରେ ଏହି ରୋଗରେ ଭୟାବହତା ଜାଣିବା ପାଇଁ ସମସ୍ତଙ୍କର ଭିଜୁଆଲ ଆନାଲୋଗ ସ୍କେଲ(VAS) ବ୍ୟବହାର କରିବାକୁ କୁହାଯାଇଥିଲା । ଏହି ସ୍କେଲ ମାଧ୍ୟମରେ ରୋଗୀଙ୍କ ଆଣ୍ଠୁଗଣ୍ଠି ଯନ୍ତ୍ରଣାର ପରିମାଣ ମପାଯାଇଥାଏ । ଏଥିରେ 'ଆଦୌ କଷ୍ଟ ଅନୁଭବ'ଠୁ 'ସହ୍ୟ ହୋଇପାରୁନଥିବା କଷ୍ଟ' ପର୍ଯ୍ୟନ୍ତ ସ୍ତର ରହିଥିଲା । ଏହି ଯନ୍ତ୍ରଣା ମଧ୍ୟରେ ଆଣ୍ଠୁଗଣ୍ଠି ସ୍ଥାନରେ ଫୁଲା, ଯନ୍ତ୍ରଣା, ଶରୀରର ଗଣ୍ଠି ସ୍ଥାନକୁ ସିଧା ନ କରିପାରିବା ଭଳି ସମସ୍ୟା ରହିଥିଲା । ଏହି ଅଧ୍ୟୟନରେ ଏହି ରୋଗରେ ପୀଡିତ ହୋଇ ପ୍ରାରମ୍ଭିକ ଅବସ୍ଥାରୁ ସୁସ୍ଥତା ଲାଭ କରିଥିବା ୪୪ ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା ।

ଏମାନଙ୍କୁ ୨ ଭାଗରେ ବିଭକ୍ତ କରାଯାଇଥିଲା । ଗୋଟିଏ ଗ୍ରୁପକୁ ୪ ସପ୍ତାହ ପର୍ଯ୍ୟନ୍ତ ଶାକାହାରୀ ଖାଦ୍ୟ ଦିଆଯାଇଥିଲା । ଏହାପରେ ଏମାନଙ୍କୁ ୯ ସପ୍ତାହ ପର୍ଯ୍ୟନ୍ତ ଅନ୍ୟାନ୍ୟ ଖାଦ୍ୟ ଦିଆଯାଇଥିଲା । ସେପଟେ ଦ୍ବିତୀୟ ଗ୍ରୁଫ ପାଇଁ କୌଣସି ଡାଏଟ ପ୍ଲାନ ନଥିଲା । ହେଲେ ସେମାନଙ୍କୁ ଏକ ପ୍ଲାସିବୋ(placebo) କ୍ୟାପସୁଲ ଦିଆଯାଇଥିଲା । ଗବେଷଣାରୁ ଜଣାପଡ଼ିଥିଲା ଯେ ଶାକାହାରୀ ଖାଦ୍ୟ ଖାଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଆଣ୍ଠୁଗଣ୍ଠି ରୋଗର ଯନ୍ତ୍ରଣା କମ ରହିଥିଲା । ହେଲେ ପ୍ଲାସିବୋ କ୍ୟାପସୁଲ ଯନ୍ତ୍ରଣା ଆଗ ଅପେକ୍ଷା ବୃଦ୍ଧି ପାଇଥିଲା ।

ABOUT THE AUTHOR

...view details