ୱାଶିଂଟନ: ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯଥେଷ୍ଟ ନିଦ ନିହାତି ଗୁରୁତ୍ୱପୂର୍ଣ୍ଣ । ବିଶେଷକରି କିଶୋରମାନଙ୍କ ପାଇଁ ସଠିକ୍ ପରିମାଣରେ ଅର୍ଥାତ୍ ଗୋଟିଏ ଦିନରେ 8 ଘଣ୍ଟା ଶୋଇବା ଏକାନ୍ତ ଆବଶ୍ୟକ । କାରଣ କମ୍ ନିଦ କାରଣରୁ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ହୋଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି । ଏହି ପରିପ୍ରେକ୍ଷୀରେ ଏକ ନୂତନ ଅନୁସନ୍ଧାନ ଅନୁଯାୟୀ, ଯେଉଁ କିଶୋର-କିଶୋରୀମାନେ ରାତିରେ ଆଠ ଘଣ୍ଟାରୁ କମ୍ ଶୋଇଥାନ୍ତି, ଯଥେଷ୍ଟ ନିଦ ଥିବା ସାଥୀମାନଙ୍କ ତୁଳନାରେ ଅଧିକ ଓଜନ ବୃଦ୍ଧି ଅର୍ଥାତ୍ ମୋଟା ହେବାର ସମ୍ଭାବନା ଅଧିକ(Lack of sleep a contributor to obesity in teenagers) ।
ସେହିପରି ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ, କମ୍ ନିଦ କାରଣରୁ ଅନ୍ୟାନ୍ୟ ଅସ୍ୱାସ୍ଥ୍ୟକର ବୈଶିଷ୍ଟ୍ୟ ଗୁଡିକ ହେବାର ସମ୍ଭାବନା ଅଧିକ ଥିଲା, ଯେପରିକି ମଧ୍ୟଭାଗରେ ଅଧିକ ଚର୍ବି, ଉଚ୍ଚ ରକ୍ତଚାପ ଏବଂ ଅସ୍ୱାଭାବିକ ରକ୍ତ ଲିପିଡ ଏବଂ ଗ୍ଲୁକୋଜ ସ୍ତର । ଅଧ୍ୟୟନ ଲେଖକ ଜେସସ୍ ମାର୍ଟିନେଜ୍ ଗୋମେଜ କହିଛନ୍ତି ଯେ "ଆମର ଅଧ୍ୟୟନରୁ ଜଣାପଡିଛି ଯେ, ଅଧିକାଂଶ କିଶୋରମାନେ ପର୍ଯ୍ୟାପ୍ତ ପରିମାଣରେ ଶୋଇପାରୁ ନାହାଁନ୍ତି ଏବଂ ଏହା ଅତ୍ୟଧିକ ଓଜନ ଏବଂ ଅନ୍ୟାନ୍ୟ କାରଣ ସହ ଜଡିତ, ଯାହା ଓଜନ ବୃଦ୍ଧିକୁ ପ୍ରୋତ୍ସାହିତ କରିଥାଏ ଏବଂ ଭବିଷ୍ୟତରେ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ ।"
ଖରାପ ଶୋଇବା ଅଭ୍ୟାସ ଅତ୍ୟଧିକ ସ୍କ୍ରିନରେ ସମୟ ବିତାଇବା ଅର୍ଥାତ୍ କମ୍ପ୍ୟୁଟର, ମୋବାଇଲ୍ କିମ୍ବା ବୈଦ୍ୟୁତିକ ଉପକରଣ ସହ ଜଡିତ କି ନାହିଁ ସେ' ଉପରେ ଜାଣିବା ପାଇଁ ଅଧିକ ଅନୁସନ୍ଧାନ କରୁଛୁ ବୋଲି ଜେସସ୍ କହିଛନ୍ତି । ଏହି ଅଧ୍ୟୟନ 1,229 କିଶୋରମାନଙ୍କ ମଧ୍ୟରେ ଶୋଇବା ଅବଧି ଏବଂ ସ୍ୱାସ୍ଥ୍ୟ ମଧ୍ୟରେ ଥିବା ସମ୍ପର୍କ ଉପରେ ପରୀକ୍ଷା କରିଥିଲା । ଅଂଶଗ୍ରହଣକାରୀଙ୍କର ହାରାହାରି ବୟସ 12 ବର୍ଷ ଥିବାବେଳେ ସମାନ ସଂଖ୍ୟକ ବାଳକ ଏବଂ ବାଳିକାଙ୍କୁ ଅନ୍ତର୍ଭୂକ୍ତ କରାଯାଇଥିଲା ।
ଉତ୍ତମ ସ୍ୱାସ୍ଥ୍ୟ ପାଇଁ, ଆମେରିକୀୟ ଏକାଡେମୀ ଅଫ୍ ସ୍ଲିପିଂ ମେଡିସିନ୍ 6ରୁ 12 ବର୍ଷ ବୟସ୍କଙ୍କ ପାଇଁ ରାତିରେ 9 ରୁ 12 ଘଣ୍ଟା ଏବଂ 13 ରୁ 18 ବର୍ଷ ବୟସ୍କଙ୍କ ପାଇଁ 8 ରୁ 10 ଘଣ୍ଟା ଶୋଇବାକୁ ପରାମର୍ଶ ଦେଇଥାଏ । ବିଶ୍ଳେଷଣକୁ ସରଳ କରିବାକୁ, ଅଧ୍ୟୟନଟି 8 ଘଣ୍ଟା କିମ୍ବା ତା’ଠାରୁ ଅଧିକ ଶୋଇବାକୁ ଉତ୍କୃଷ୍ଟ ଭାବରେ ବ୍ୟବହୃତ ହୋଇଥିଲା । ଅଂଶଗ୍ରହଣକାରୀମାନଙ୍କୁ ଅତି କ୍ଷୁଦ୍ର ନିଦ୍ରା (7 ଘଣ୍ଟାରୁ କମ୍), କ୍ଷୁଦ୍ର ନିଦ୍ରା (7 ରୁ 8 ଘଣ୍ଟା), ଏବଂ ସର୍ବୋତ୍କୃଷ୍ଟ (8 ଘଣ୍ଟା କିମ୍ବା ଅଧିକ) ଶ୍ରେଣୀଭୁକ୍ତ କରାଯାଇଥିଲା ।