ଓଡିଶା

odisha

ETV Bharat / sukhibhava

ପ୍ରଥମ ଦେଖାର ପ୍ରଥମ ଇମ୍ପ୍ରେସନ୍ ଉପରେ ନିର୍ଭରେ କରେ ଆଗକୁ ସମ୍ପର୍କ କିପରି ରହିବ: Study - କେମିତି ଦୃଢ ହେବ ସମ୍ପର୍କ

ଏକ ନୂତନ ଅନୁସନ୍ଧାନ ଅନୁଯାୟୀ, ପ୍ରଥମ ଦେଖାର ପ୍ରଥମ ଇମ୍ପ୍ରେସନ୍ ଆଗକୁ ସମ୍ପର୍କ କିପରି ହେବ ତାହା ନିର୍ଭର କରେ(First impression matters in relationship) । ଅଧିକ ପଢନ୍ତୁ

ପ୍ରଥମ ଦେଖାର ପ୍ରଥମ ଇମ୍ପ୍ରେସନ୍ ଉପରେ ନିର୍ଭରେ କରେ ଆଗକୁ ସମ୍ପର୍କ କିପରି ରହିବ: Study
ପ୍ରଥମ ଦେଖାର ପ୍ରଥମ ଇମ୍ପ୍ରେସନ୍ ଉପରେ ନିର୍ଭରେ କରେ ଆଗକୁ ସମ୍ପର୍କ କିପରି ରହିବ: Study

By

Published : Nov 2, 2022, 7:39 AM IST

କାଲିଫର୍ନିଆ: ପ୍ରଥମ ଦେଖାର ପ୍ରଥମ ଇମ୍ପ୍ରେସନ୍ ସମ୍ପର୍କରେ ମୂଲ୍ୟ ରଖିଥାଏ । ଅର୍ଥାତ୍ ଏହି ପ୍ରଥମ ଇମ୍ପ୍ରେସନରୁ ହିଁ ଆଗକୁ ସମ୍ପର୍କ କିପରି ହେବ ତାହା ନିର୍ଭର କରେ, ଏହି ପ୍ରଥମ ଇମ୍ପ୍ରେସନ୍‌କୁ ନେଇ ଆଗକୁ ବଢିଥାନ୍ତି ଦୁଇ ପାର୍ଟନର । ଏକଥା ଆମେ କହୁନୁ, ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଏହା ସ୍ପଷ୍ଟ ହୋଇଛି । କାଲିଫର୍ନିଆ ୟୁନିଭରସିଟି, ଡେଭିସ୍ ଏହି ରିସର୍ଚ୍ଚ କରିଛନ୍ତି । ପ୍ରୋସିଡିଂସ ଅଫ୍ ଦ ନ୍ୟାସନାଲ ଏକାଡେମି ଅଫ୍ ସାଇନ୍ସରେ ପ୍ରକାଶ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ, ଡେଟିଂର ପ୍ରଥମ ଇମ୍ପ୍ରେସନ୍ ଭବିଷ୍ୟତ ସମ୍ପର୍କ ଉପରେ ନିର୍ଭର କରେ(first impression matters in relationship) ।

ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ପ୍ରାରମ୍ଭିକ ଭାବନା ପରେ ଲୋକମାନେ ସମ୍ଭାବ୍ୟ ରୋମାଣ୍ଟିକ ପାର୍ଟନରଙ୍କ ସହ ଅଧିକ ଯୋଗାଯୋଗ କରିବାକୁ ଚାହାଁନ୍ତି କି ନାହିଁ, ତାହା ପ୍ରଥମ ଇମ୍ପ୍ରେସନ ଉପରେ ପ୍ରଭାବ ପକାଇଥାଏ । ଅଧ୍ୟୟନର ସହ-ଲେଖକ ତଥା ମନୋବିଜ୍ଞାନୀ ଆଲେକଜେଣ୍ଡର ବକ୍ସ୍‌ଟର କହିଛନ୍ତି ଯେ, ଯଦିଓ ପ୍ରଥମ ଇମ୍ପ୍ରେସନ୍ ସେମାନଙ୍କର ଘନିଷ୍ଠତା ଉପରେ ନିର୍ଭର କରିବ ବୋଲି ଆମେ ଅନୁମାନ କରୁଥିଲୁ, କିନ୍ତୁ ଅଧ୍ୟୟନରେ ଏହା ଜାଣି ଆଶ୍ଚର୍ଯ୍ୟ ହେଲୁ ଯେ, ପ୍ରଥମ ସାକ୍ଷାତର ପ୍ରଥମ ଭଲ ଇମ୍ପ୍ରେସନ, ସେମାନଙ୍କୁ ସେତେ ପର୍ଯ୍ୟନ୍ତ ଏକାଠି ରଖିଥାଏ, ଯେତେ ପର୍ଯ୍ୟନ୍ତ ସେମାନେ ପୁନର୍ବାର ଏକାଠି କିମ୍ବା ଉଭୟଙ୍କୁ ସାକ୍ଷାତ କରିନଥିବେ । ଅନ୍ୟ ଅର୍ଥରେ କହିବାକୁ ଗଲେ, ଏହା ପରବର୍ତ୍ତୀ ଡେଟ୍ ପର୍ଯ୍ୟନ୍ତ ସେମାନଙ୍କୁ ଯୋଗାଯୋଗରେ ରଖିଥାଏ ବୋଲି ଆଲେକଜେଣ୍ଡର କହିଛନ୍ତି ।

ଅନୁସନ୍ଧାନକାରୀମାନେ 550 ରୁ ଅଧିକ ଶୀଘ୍ର ଡେଟ୍ କରୁଥିବା ପାର୍ଟନରଙ୍କୁ ପଚାରିଥିଲେ, ଯେଉଁ ପୁରୁଷମାନେ ଡେଟ୍ କରନ୍ତି, ସେମାନେ ସାକ୍ଷାତ କରିଥିବା ସମ୍ଭାବ୍ୟ ପାର୍ଟନରଙ୍କ ପ୍ରତି ସେମାନଙ୍କର ରୋମାଣ୍ଟିକ୍ ଇଣ୍ଟ୍ରେଷ୍ଟକୁ ଆକଳନ କରିଥିଲେ । ଯୁକ୍ତରାଷ୍ଟ୍ର କିମ୍ବା କାନାଡାର ସମସ୍ତ ଅଂଶଗ୍ରହଣକାରୀ ଉଭୟ କଲେଜ ଛାତ୍ର ଏବଂ ଏକ ବ୍ୟଙ୍ଗ ପୁସ୍ତକ ସମ୍ମିଳନୀରେ ଯୋଗଦେଉଥିବା ଲୋକଙ୍କୁ ଅନ୍ତର୍ଭୁକ୍ତ କରିଥିଲେ, ଯେଉଁମାନେ ପରୀକ୍ଷଣ ସମୟରେ 6,600 ରୁ ଅଧିକ ସ୍ପିଡ୍-ଡେଟ(କମ୍ ବ୍ୟବଧାନରେ ପାର୍ଟନରଙ୍କୁ ଭେଟୁଥିବା)ରେ ଯୋଗ ଦେଇଥିଲେ ।

ବକ୍ସଟର କହିଛନ୍ତି ଯେ, ଏହି ଅନୁସନ୍ଧାନ ସାଇକୋଲୋଜି ଅର୍ଥାତ୍ ମନୋବିଜ୍ଞାନ କ୍ଷେତ୍ରରେ ସାହାଯ୍ୟ କରେ, ଆମର ଅଧ୍ୟୟନର ଅନ୍ୟତମ ମୁଖ୍ୟ କଥା ହେଉଛି ଯେ, ଆମେ ପୁରୁଷଙ୍କ ଏକ ନମୁନାକୁ ଅନ୍ତର୍ଭୁକ୍ତ କରିଥିଲୁ, ଯେଉଁଥିରେ ପୁରୁଷ-ପୁରୁଷ ସ୍ପିଡ୍-ଡେଟିଂ ଇଭେଣ୍ଟରେ ଯୋଗ ଦେଇଥିଲେ । ଏହାର ଅର୍ଥ ହେଉଛି ଯେ, ଆମର ଅନୁସନ୍ଧାନ କେବଳ ପୁରୁଷ-ମହିଳା ସମ୍ପର୍କକୁ ବୁଝାଇବା ନୁହେଁ, ପୁରୁଷ-ପୁରୁଷଙ୍କ ସମ୍ପର୍କକୁ ମଧ୍ୟ ବିଚାରକୁ ନେଇଥାଏ । ଆମେ ଆଶା କରୁଛୁ ଯେ ଭବିଷ୍ୟତ ଅଧ୍ୟୟନ ଅନ୍ୟାନ୍ୟ ବିବିଧ ସମ୍ପର୍କକୁ ବିଚାର କରିବ ବୋଲି ବକ୍ସଟର କହିଛନ୍ତି ।

ସ୍ପିଡ୍-ଡେଟିଂ ଇଭେଣ୍ଟ ପରେ, ଅନୁସନ୍ଧାନକାରୀମାନେ ଅଂଶଗ୍ରହଣକାରୀମାନଙ୍କୁ ପରବର୍ତ୍ତୀ ଦୁଇରୁ ତିନିମାସ ମଧ୍ୟରେ ସର୍ଭେ କରିଥିଲେ ଯେ, ସେମାନେ ସାକ୍ଷାତ କରିଥିବା କୌଣସି ସମ୍ଭାବ୍ୟ ପାର୍ଟନରଙ୍କୁ ଡେଟ୍ କରିଛନ୍ତି କି ନାହିଁ ଏବଂ ସମୟ ସହିତ ସେମାନଙ୍କର ରୋମାଣ୍ଟିକ ଭାବନା କିପରି ବଦଳିଛି । ଅନୁସନ୍ଧାନକାରୀମାନେ ଏଥିରୁ ଜାଣିବାକୁ ପାଇଲେ ଯେ, ସେମାନଙ୍କ ସାକ୍ଷାତର ପ୍ରଥମ ଇମ୍ପ୍ରେସନ୍ ପରବର୍ତ୍ତୀ ସାକ୍ଷାତ ପାଇଁ ପ୍ରଭାବ ପକାଏ । ଅର୍ଥାତ୍ ପ୍ରଥମ ଇମ୍ପ୍ରେସନ୍ ହିଁ ସମ୍ପର୍କକୁ ଆଗକୁ ଜାରି ରଖିବା ଦିଗରେ ସହାୟକ ହୋଇଥାଏ ।

ABOUT THE AUTHOR

...view details