ୱାଶିଂଟନ୍: ରକ୍ତରେ ପ୍ରଦାହର ଲକ୍ଷଣ ଗର୍ଭାବସ୍ଥାରେ ଡିପ୍ରେସନକୁ ଆକଳନ କିମ୍ବା ଚିହ୍ନଟ କରିପାରେ । ଏକ ନୂତନ ଅଧ୍ୟୟନରୁ ଏହା ଜଣାପଡିଛି ଯେ, ବ୍ଲଡ୍ ମାର୍କର୍ସ ଗର୍ଭବତୀ ମହିଳା ଡିପ୍ରେସନରେ ଅଛନ୍ତି କି ନାହିଁ ଆକଳନ କରିପାରିବ(Blood markers can predict depression in pregnancy) । ତେବେ ପ୍ରଦାହର ଅର୍ଥ ଶରୀରର ଶ୍ବେତ ରକ୍ତ କୋଷରୁ ରାସାୟନିକ ପଦାର୍ଥ ରକ୍ତ କିମ୍ବା ଟିସୁରେ ପ୍ରବେଶ କରେ, ଏହା ଶରୀରକୁ ଅପକାରୀ ଜୀବାଣୁ-ଭୂତାଣୁଙ୍କଠାରୁ ରକ୍ଷା କରିଥାଏ ।
ଏହି ଅନୁସନ୍ଧାନକାରୀ ଟିମ୍ ରକ୍ତରେ ମିଳୁଥିବା 15 ଟି ଜୈବିକ ମାର୍କର(15 biological markers) ସେଟ୍ ଚିହ୍ନଟ କରିଛନ୍ତି, ଯାହା ଜଣେ ଗର୍ଭବତୀ ମହିଳା ଯଦି ଉଦାସୀନତା(Depression) ଅନୁଭବ କରୁଛନ୍ତି ତେବେ ତାହା 83% ସଠିକତା ଭାବେ ଆକଳନ କରିପାରିବ । ଏହି ଅନୁସନ୍ଧାନ ଗର୍ଭାବସ୍ଥାରେ ଉଦାସୀନ ବା ମାନସିକ ଚାପରେ ରହୁଥିବା ମହିଳାମାନଙ୍କୁ ଚିହ୍ନଟ କରିବା ପାଇଁ ଡାକ୍ତରମାନଙ୍କୁ ଏକ ଆବଶ୍ୟକୀୟ ଉପକରଣ ଯୋଗାଇପାରେ, ଯାହାଫଳରେ ସେହି ମହିଳାଙ୍କ ସଠିକ୍ ଚିକିତ୍ସା କରାଯାଇ ପାରିବ ।