ଓଡିଶା

odisha

ETV Bharat / sukhibhava

ଅନୁସନ୍ଧାନ: ମାନସିକ ଦୁଶ୍ଚିନ୍ତାରେ ଥିବା ବ୍ୟକ୍ତି କୋଭିଡ ଟିକା ନେବାରେ କୁଣ୍ଠିତ ହୁଅନ୍ତି ନାହିଁ - ଟୀକାକରଣ ସହ ମାନସିକ ଦୁଶ୍ଚିନ୍ତା ଜଡିତ କି

ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଅନୁଯାୟୀ, ମାନସିକ ସମସ୍ୟା ବା ଚାପରେ ରହୁଥିବା ବ୍ୟକ୍ତି କୋଭିଡ ଟିକା ନେବାରେ କୁଣ୍ଠିତ ହୁଅନ୍ତି ନାହିଁ(Anxiety disorders have no effect on vaccine hesitancy) ।

ଅନୁସନ୍ଧାନ: ମାନସିକ ଦୁଶ୍ଚିନ୍ତାରେ ଥିବା ବ୍ୟକ୍ତି କୋଭିଡ ଟିକା ନେବାରେ କୁଣ୍ଠିତ ହୁଅନ୍ତି ନାହିଁ
ଅନୁସନ୍ଧାନ: ମାନସିକ ଦୁଶ୍ଚିନ୍ତାରେ ଥିବା ବ୍ୟକ୍ତି କୋଭିଡ ଟିକା ନେବାରେ କୁଣ୍ଠିତ ହୁଅନ୍ତି ନାହିଁ

By

Published : Oct 24, 2022, 1:12 PM IST

ନୂଆଦିଲ୍ଲୀ: ମାନସିକ ସମସ୍ୟା ବା ଚାପରେ ରହୁଥିବା ବ୍ୟକ୍ତି କୋଭିଡ ଟିକା ନେବାରେ କୁଣ୍ଠିତ ହୁଅନ୍ତି ନାହିଁ(Anxiety disorders have no effect on vaccine hesitancy) । ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁମାନେ ଏଙ୍ଗ୍‌ଜାଇଟି(anxiety) ସମସ୍ୟାରେ ଗତି କରୁଛନ୍ତି ସେମାନେ ଏପରି ସମସ୍ୟାରେ ନଥିବା ବ୍ୟକ୍ତିଙ୍କ ତୁଳନାରେ କୋଭିଡ ଟିକା ନେବାରେ କୌଣସି ଦ୍ବିଧା ପ୍ରକଟ କରନ୍ତି ନାହିଁ ।

କାନାଡାର ୱାଟରଲୁ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଏହି ନୂତନ ଅଧ୍ୟୟନରେ ଟିକା ନେବାରେ ଦ୍ୱିଧାବୋଧ, ଚିନ୍ତା ସହ ଜଡିତ ମାନସିକ କାରଣ ଦାୟୀ କି ନୁହେଁ, ସେ ଉପରେ ଅନୁସନ୍ଧାନ କରିବାକୁ ଲକ୍ଷ୍ୟ ରଖିଥିଲେ । ଏଥିରୁ ଜଣାପଡିଛି ଯେ, ଚିନ୍ତା ବ୍ୟସ୍ତତା ଥିବା ବ୍ୟକ୍ତିମାନେ ଟିକା ବିଷୟରେ ଅଧିକ ଦ୍ୱିଧାବୋଧ କରୁ ନଥିଲେ, ବରଂ ସେମାନେ ଟୀକାକରଣର ଅନିଶ୍ଚିତତା କାରଣରୁ ଅସନ୍ତୋଷ ପ୍ରକାଶ କରିଥିଲେ ବୋଲି ଅଧ୍ୟୟନକାରୀ ଡ. ଖ୍ରୀଷ୍ଟେନ୍ ପୁର୍ଡୋନ କହିଛନ୍ତି ।

ପୁର୍ଡନ୍ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ ଏଙ୍ଗ୍‌ଜାଇଟି ରୋଗ ଶ୍ରେଣୀରେ ନଥିଲେ ସେମାନେ ଟୀକାକରଣରେ ଅନିଶ୍ଚିତତା କାରଣରୁ ଅସନ୍ତୋଷ ପ୍ରକାଶ କରିଥିଲେ, ଯାହା ଟିକା ନେବାରେ ଦ୍ବିଧା ସହ ଜଡିତ ଥିଲା । ଏହି ଅଧ୍ୟୟନ ପାଇଁ, ଅନୁସନ୍ଧାନକାରୀମାନେ 148 ଜଣ ଏଙ୍ଗ୍‌ଜାଇଟିରେ ପୀଡିତ ଏବଂ ସମସ୍ୟା ବିହୀନ ଅଂଶଗ୍ରହଣକାରୀଙ୍କୁ ନେଇ ସର୍ଭେ କରିଥିଲେ । ବ୍ୟକ୍ତିମାନେ ଟୀକାକରଣ ପାଇଁ ଉତ୍ସାହିତ ହେବାର ମୁଖ୍ୟ କାରଣ ଏବଂ ସେମାନେ ଦ୍ୱିଧାବୋଧ କରିବାର ମୁଖ୍ୟ କାରଣଗୁଡିକ ଉପରେ ସର୍ଭେ କରିଥିଲେ ।

ଅଂଶଗ୍ରହଣକାରୀମାନେ ଏହି ଟିକା ପାଇବାକୁ ଦ୍ୱିଧାବୋଧ କରୁଥିବା ସାଧାରଣ କାରଣଗୁଡିକ ଟିକାର ପ୍ରଭାବ, ନୂତନତା ଏବଂ ପ୍ରତିକୂଳ ପ୍ରଭାବର ଭୟ ସହିତ ଜଡିତ ଥିଲା । ଏହାର ବିପରୀତରେ, ଅନ୍ୟମାନଙ୍କୁ ସୁରକ୍ଷା ଦେବା, ଆତ୍ମରକ୍ଷା କରିବା ଏବଂ ପୁନର୍ବାର ସ୍ୱାଭାବିକ ଅବସ୍ଥାକୁ ଫେରିବା ପାଇଁ ଟିକା ନେବାକୁ ଉତ୍ସାହିତ ହୋଇଥିଲେ ବୋଲି ଦର୍ଶାଇଛନ୍ତି । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ଚିନ୍ତା ସହ ଜଡିତ ସମସ୍ୟା ଏବଂ ନଥିବା ଅଂଶଗ୍ରହଣକାରୀମାନେ ଟିକା ନେବା ଦ୍ୱିଧାରେ ଭିନ୍ନ ନଥିଲେ । ଉଭୟ ସମାନ ପ୍ରକାରର କାରଣରୁ ଦ୍ବିଧା ପ୍ରକାଶ କରୁଥିଲେ ।

ଅଧ୍ୟୟନର ମୁଖ୍ୟ ଲେଖକ ଆଲିୟା ମ୍ୟାକନିଲ କହିଛନ୍ତି ଯେ, ଏହି ଅନୁସନ୍ଧାନରୁ ଜଣାପଡିଛି ଯେ, ଉଦ୍‌ବେଗ ଜନିତ ବ୍ୟକ୍ତିମାନେ ଟୀକାକରଣର ଅନିଶ୍ଚିତତା କାରଣରୁ ଚିନ୍ତିତ ହୋଇପାରନ୍ତି, କିନ୍ତୁ ଚିନ୍ତା ଜନିତ ରୋଗରେ ଆକ୍ରାନ୍ତ ବ୍ୟକ୍ତି, ଯେଉଁମାନଙ୍କୁ ଏଙ୍ଗ୍‌ଜାଇଟି ପୀଡିତ କୁହାଯାଉଛି, ସେମାନେ ଟୀକାକରଣକୁ ଚାପ ଏବଂ ଅନିଶ୍ଚିତତା ହ୍ରାସ କରିବାର ଏକ ସୁଯୋଗ ଭାବରେ ଦେଖିପାରନ୍ତି ।

ABOUT THE AUTHOR

...view details