ହାଇଦ୍ରାବଦ: ବିଶ୍ବର ଲକ୍ଷ ଲକ୍ଷ ଲୋକ ହୃଦୟ ସହ ଜଡିତ ବିଭିନ୍ନ ରୋଗରେ ପୀଡିତ । ଏହା ମୁଖ୍ୟ କାରଣ ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟ୍ରଲ ଏବଂ ଧୂମପାନ । ଏହି ସବୁ କାରଣ ସାଙ୍ଗକୁ ଜୀବନଶୈଳୀରେ ପରିବର୍ତ୍ତନ ହୃଦୟ ସ୍ବାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିପାରେ । ଯଦି ଆମେ ଆମର ଓଜନର ଯତ୍ନ ନେଉ ଏବଂ ଏକ ସନ୍ତୁଳିତ ଖାଦ୍ୟ ଖାଉ, ତେବେ ହୃଦୟ ସହିତ ଜଡିତ ସମସ୍ୟାଗୁଡିକ ବହୁ ପରିମାଣରେ ହ୍ରାସ ହୋଇପାରେ । କାରଣ ମେଦବହୁଳତା ଏକ ରୋଗ ନହେଲେ ମଧ୍ୟ ନାନା ରୋଗର କାରଣ ପାଲଟେ ।
ତେଣୁ ସର୍ବଦା ସୁସ୍ଥକର ଖାଦ୍ୟ ଖାଇବା ଉଚିତ୍ । ଫାଇବର ଗ୍ରହଣ ଏବଂ ହୃଦ୍ରୋଗରେ ଉନ୍ନତି ଆଣିବାରେ ଫଳ ଏବଂ ପନିପରିବା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହି ସବୁ ଫଳ ଗୁଡିକ ମଧ୍ୟରୁ ଷ୍ଟ୍ରବେରି ଅନ୍ୟତମ । ଅନୁସନ୍ଧାନରୁ ଜଣାପଡିଛି ଯେ, ହୃଦୟ ସ୍ୱାସ୍ଥ୍ୟ ବଜାୟ ରଖିବାରେ ଷ୍ଟ୍ରବେରି ସହାୟକ ହୋଇପାରେ । ଖାଦ୍ୟରେ ଷ୍ଟ୍ରବେରିକୁ ଅନେକ ଉପାୟରେ ଅନ୍ତର୍ଭୁକ୍ତ କରିପାରିବେ । ତେବେ କିପରି ଷ୍ଟ୍ରବେରିକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବେ, ଜାଣନ୍ତୁ...
ଏହା ମଧ୍ୟ ପଢନ୍ତ:-Breakup Effects Heart: କାହିଁକି ବ୍ରେକ୍-ଅପ୍ ପରେ ହୃଦୟ ଉପରେ ପ୍ରଭାବ ପଡେ, ଜାଣନ୍ତୁ
ଷ୍ଟ୍ରବେରିକୁ ସାଲାଡର ଏକ ଅଂଶ କରନ୍ତୁ:ଷ୍ଟ୍ରବେରିକୁ ସାଲାଡର ଏକ ଅଂଶ କରିପାରିବେ । ବାକି ପନିପରିବା ସହିତ ଏହାକୁ ସାଲାଡ ଭାବରେ ଭୋଜନ ସହିତ ପରିବେଷଣ କରନ୍ତୁ ।