ଓଡିଶା

odisha

ETV Bharat / sukhibhava

Strawberry benefits: ପ୍ରତିଦିନ ଖାଆନ୍ତୁ ଷ୍ଟ୍ରବେରୀ, ବିକଶିତ ହେବ ମସ୍ତିଷ୍କ - ଷ୍ଟ୍ରେବେରୀ ଖାଇଲେ ହେବ ମସ୍ତିଷ୍କ ବିକାଶ

ଷ୍ଟ୍ରବେରୀ ଖାଇବା ଦ୍ବାରା ସ୍ୱାସ୍ଥ୍ୟରେ ଉନ୍ନତି ଆସିଥାଏ । ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଷ୍ଟ୍ରବେରୀ ଖାଇବା ଦ୍ବାରା ହୃଦରୋଗ, ମସ୍ତିଷ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥାଏ । ଅଧିକ ପଢନ୍ତୁ

Strawberry benefits
Strawberry benefits

By

Published : Jul 31, 2023, 4:14 PM IST

ହାଇଦ୍ରାବାଦ:ସର୍ବଦା ସୁସ୍ଥକର ଖାଦ୍ୟ ଖାଇବା ଉଚିତ୍ । ଅନୁସନ୍ଧାନରୁ ଜଣାପଡିଛି ଯେ, ହୃଦୟ ସ୍ୱାସ୍ଥ୍ୟ ବଜାୟ ରଖିବାରେ ଷ୍ଟ୍ରବେରି ସହାୟକ ହୋଇପାରେ । ନିକଟରେ କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ, ପ୍ରତିଦିନ ଷ୍ଟ୍ରବେରି ଖାଇବା ଦ୍ୱାରା କଗ୍ନିଟିଭ (ମସ୍ତିଷ୍କ ବିକାଶ), ଉଚ୍ଚ ଆଣ୍ଟିଅକ୍ସିଡାଣ୍ଟ କ୍ଷମତା ଏବଂ ରକ୍ତଚାପକୁ ଠିକ ରଖିଥାଏ । ଏହି ଅଧ୍ୟୟନରେ 66ରୁ 78 ବର୍ଷ ବୟସର 35 ସୁସ୍ଥ ପୁରୁଷ ଏବଂ ମହିଳାଙ୍କ ଉପରେ କରାଯାଇଥିଲା । ଅଂଶଗ୍ରହଣକାରୀମାନେ 26 ଗ୍ରାମ ଶୁଖିଲା ଷ୍ଟ୍ରବେରି ପାଉଡର ଖାଇଲେ, ଯାହା ପ୍ରତ୍ୟେକ ଦିନ ଆଠ ସପ୍ତାହ ପାଇଁ ଷ୍ଟ୍ରବେରିର ଦୁଇ ସେବନ ସହିତ ସମାନ ରହିଥିଲା।

ଷ୍ଟ୍ରବେରି ଖାଇବା ପରେ, ଜ୍ଞାନଗତ କାର୍ଯ୍ୟ (ମସ୍ତିଷ୍କ ବିକାଶ)ରେ 5.2 ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଥିବାବେଳେ ସିଷ୍ଟୋଲିକ୍ ରକ୍ତଚାପରେ 3.6 ପ୍ରତିଶତ ହ୍ରାସ ଘଟିଛି । ମୋଟ ଆଣ୍ଟିଅକ୍ସିଡାଣ୍ଟ କ୍ଷମତାରେ 10.2 ପ୍ରତିଶତ ବୃଦ୍ଧି ଘଟିଥିବା ନଜର ଆସିଥିଲା । ସେନ୍‌ ଡିଏଗୋ ଷ୍ଟେଟ୍‌ ୟୁନିଭର୍ସିଟିରେ ସ୍କୁଲ ଅଫ ଏକ୍ସରସାଇଜ ଆଣ୍ଡ୍‌ ନ୍ୟୁଟ୍ରେସନ ପ୍ରଫେସର ଶିରିନ ହୋସ୍‌ମାଣ୍ଡ କହିଛନ୍ତି ଯେ, "ଏହି ଅଧ୍ୟୟନରୁ ଜଣାପଡିଛି ଯେ ଷ୍ଟ୍ରବେରୀ ଖାଇବା ଦ୍ୱାରା ମସ୍ତିଷ୍କର ବିକାଶ ଏବଂ ଉଚ୍ଚ ରକ୍ତଚାପ, ଏବଂ ହୃଦଘାତର ଆଶଙ୍କାକୁ କମ କରିଥାଏ। । ବୟସ୍କଙ୍କ କ୍ଷେତ୍ରରେ ଖାଦ୍ୟରେ ଷ୍ଟ୍ରବେରୀ ଯୁକ୍ତ କରିବାର ଆବଶ୍ୟକତା ରହିଛି ।"

ହୃଦୟରୋଗ ପାଇଁ ଫଳପ୍ରଦ ଷ୍ଟ୍ରବେରୀ:ଷ୍ଟ୍ରବେରୀରେ ଅନେକ ପ୍ରକାର ପୋଷକ ତତ୍ତ୍ବ ଭରପୁର ରହିଛି । ଆମକୁ ଦୈନିକ ଆବଶ୍ୟକ ହେଉଥିବା ଭିଟାମିନ୍-ସି ଆବଶ୍ୟକତାର ଶତ ପ୍ରତିଶତ ଯୋଗାଇବା ସହିତ ଷ୍ଟ୍ରବେରୀରେ ହୃଦୟ-ସୁସ୍ଥ ପୋଷକ ତତ୍ତ୍ୱ ଯେପରିକି ଫୋଲେଟ୍, ପୋଟାସିୟମ୍, ଫାଇବର, ଫାଇଟୋଷ୍ଟେରଲ୍ ଏବଂ ପଲିଫେନୋଲ୍ ଥାଏ। ଆମେରିକାରେ ଆୟୋଜିତ ଆମେରିକୀୟ ସୋସାଇଟି ଅଫ୍ ନ୍ୟୁଟ୍ରିସନ୍ (ASN) ର ବାର୍ଷିକ ବୈଠକ ନ୍ୟୁଟ୍ରେସନ 2023 ରେ ଏହି ଅନୁସନ୍ଧାନଗୁଡିକ ଉପସ୍ଥାପିତ ହୋଇଥିଲା। ପୂର୍ବ ପରୀକ୍ଷଣରେ ଷ୍ଟ୍ରବେରୀ ହୃଦ୍ ରୋଗର ନିରାକରଣ ପାଇଁ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି।

ଏହା ମଧ୍ୟ ପଢନ୍ତୁ: Strawberry Benefits: ଖାଦ୍ୟରେ ସାମିଲ କରନ୍ତୁ ଷ୍ଟ୍ରବେରୀ, ହୃଦୟ ସ୍ବାସ୍ଥ୍ୟରେ ଆଣିବ ଉନ୍ନତି

ଆଲଜାଇମର ଓ ଡିମେନ୍ସିଆର ଆଶଙ୍କା କମ:କ୍ଲିନିକାଲ୍ ଏବଂ ଜନସଂଖ୍ୟା ଆଧାରିତ ଅଧ୍ୟୟନଗୁଡ଼ିକ ମଧ୍ୟ ଷ୍ଟ୍ରବେରୀ ବ୍ୟବହାର ଏବଂ ମସ୍ତିଷ୍କ ସ୍ୱାସ୍ଥ୍ୟ ମଧ୍ୟରେ ରହଥିବା ସମ୍ବନ୍ଧକୁ ନେଇ ମଧ୍ୟ ଅନୁସନ୍ଧାନ କରାଯାଇଛି। ଋଷ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଅଧ୍ୟୟନରେ, ଷ୍ଟ୍ରବେରୀ ଏବଂ ପେଲାରଗୋନିଡିନ ହେଉଛି ଏକ ବାୟୋକେମିକାଲ। ଏହା ମୁଖ୍ୟତଃ ଷ୍ଟ୍ରବେରୀରେ ମିଳିଥାଏ, ଆଲଜାଇମର ଡିମେନ୍ସିଆର ଆଶଙ୍କା ହ୍ରାସ କରିପାରେ ମଧ୍ୟ ଷ୍ଟ୍ରବେରୀ ସହାୟକ। ସ୍ୱାସ୍ଥ୍ୟ ବୃତ୍ତିଗତ ଅଧ୍ୟୟନ ସହିତ ଦୀର୍ଘକାଳୀନ ପର୍ଯ୍ୟବେକ୍ଷଣ ଅଧ୍ୟୟନରୁ ଜଣାପଡିଛି ଯେ ଷ୍ଟ୍ରବେରୀ ମସ୍ତିଷ୍କ ବିକାଶ ପାଇଁ ଲାଭଦାୟକ ଅଟେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details