ହାଇଦ୍ରାବାଦ:ପେଟରେ ଯନ୍ତ୍ରଣା ହେଉଛି ଏକ ସାଧାରଣ ରୋଗ। ସାଧାରଣତଃ ଛୋଟଛୁଆ ଏହାର ସମ୍ମୁଖୀନ ହୋଇଥାଆନ୍ତି । ଯାହାକି ଉଭୟ ପିଲା ଏବଂ ପିତାମାତାଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇପାରେ । ଆୟୁର୍ବେଦ ପଦ୍ଧତିରେ ଛୋଟ ଛୁଆଙ୍କୁ ପେଟ ଯନ୍ତ୍ରଣାର ଚିକିତ୍ସା କରାଯାଇପାରିବ ବୋଲି କୁହାଯାଇଛି । ଯାହା ପେଟ ସମସ୍ୟା ଏବଂ ଯନ୍ତ୍ରଣା ହ୍ରାସ କରିବାରେ ବହୁତ ସହାୟକ ହୋଇପାରେ । ସାଧାରଣତଃ ଅଧିକା ଖାଇବା, ହଜମ କରିବାରେ ଅସୁବିଧା, ଅନ୍ତନଳୀରେ ସମସ୍ୟା, ଗ୍ୟାସ୍ କିମ୍ବା ଆଲର୍ଜି ଯୋଗୁଁ ପେଟ ଯନ୍ତ୍ରଣା ହୋଇଥାଏ । ପେଟ ଯନ୍ତ୍ରଣା ଯୋଗୁଁ ଛୋଟ ଛୁଆ ଅନେକ ସମସ୍ୟା ଭୋଗୁଥିବା ବେଳେ ପିତାମାତା ମଧ୍ୟ ଅଧିକ ହଇରାଣ ହରକତ ହୋଇଥାଆନ୍ତି । ତେବେ ଆୟୁର୍ବେଦିକ ଚିକିତ୍ସା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।
- ଅଦା ଏବଂ ମହୁ: ହଜମ କ୍ରିୟା ପାଇଁ ଅଦା ରାମବାଣ ଅଟେ । ଅଦା ରସ ଏବଂ ମହୁକୁ ମିଶାଇ ପେଟ ଯନ୍ତ୍ରଣାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଛୋଟ ଛୁଆଙ୍କ ପେଟ ଯନ୍ତ୍ରଣା ହେଲେ ଗୋଟିଏ ଚାମଚ ମହୁକୁ ଅଧା ଚାମଚ ଅଦା ରସ ମିଶାଇ ଦେଇପାରିବେ । ଯଦି ଛୁଆ ହଜମ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଏ ତାହାଲେ ଏହା ହଜମ କରିବାରେ ସାହାଯ୍ୟ କରିବା ସହିତ ପେଟ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ।
- ଜୁଆଣି ପାଣି: ଜୁଆଣି କିମ୍ବା କେରମ୍ ମଞ୍ଜିରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଥାଏ । ଯାହା ଗ୍ୟାସ ଏବଂ ପେଟଫୁଲା ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏକ ଚାମଚ ଜୁଆଣିକୁ ଏକ କପ ପାଣିରେ କିଛି ସମୟ ଭିଜାଇ ରଖନ୍ତୁ । ଏହାପରେ ଉକ୍ତ ପାଣିକୁ କିଛି ସମୟ ଫୁଟାନ୍ତୁ । ଏହାପରେ ପାଣିକୁ ଛାଣି କିଛି ସମୟ ଥଣ୍ଡା ହେବାକୁ ଦିଅନ୍ତୁ । ତେବେ ଖାଲି ପାଟିରେ ଜୁଆଣି ଚୋବାଇ ଖାଇପାରିବେ ।
- ପାନମହୁରୀ: ଆୟୁର୍ବେଦରେ ପାନମହୁରୀକୁ ମୁଖ୍ୟ ଉପାଦାନ ମଧ୍ୟରେ ବିବେଚନା କରାଯାଏ । ପାନମହୁରୀ ହଜମ କରିବାରେ ସାହାଯ୍ୟ କରିବା ସହିତ ପ୍ରଦାହକୁ ହ୍ରାସ କରିଥାଏ । ଏକ ଚାମଚ ପାନମଧୁରୀକୁ ପାଣିରେ ମିଶାଇ କିଛି ସମୟ ରଖନ୍ତୁ । ଏହାପରେ ଉକ୍ତ ପାନମହୁରୀକୁ ଗୁଣ୍ଡ କରି ଗରମ ପାଣିରେ ମିଶାଇ ଛୋଟଛୁଆଙ୍କୁ ଦେଇପାରିବେ ।