ଓଡିଶା

odisha

By

Published : Jan 17, 2023, 3:32 PM IST

Updated : Jan 17, 2023, 3:38 PM IST

ETV Bharat / sukhibhava

କ୍ୟାନ୍ସର ପରେ ଆଉ ଏକ ବିରଳ ରୋଗରେ ପୀଡିତ ଅଭିନେତ୍ରୀ ମମତା, ଉଡିଯାଉଛି ଚେହେରାର ରଙ୍ଗ

ପୂର୍ବରୁ କ୍ୟାନ୍ସରରେ ପୀଡିତ ହୋଇଥିବା ସାଉଥ୍‌ ଅଭିନେତ୍ରୀ ମମତା ମୋହନଦାସ ଆଉ ଏକ ବିରଳ ରୋଗରେ ହୋଇଛନ୍ତି ପୀଡିତ । ସୋସିଆଲ ମିଡିଆରେ ରୋଗ ବାବଦରେ ଜଣାଇବା ପରେ ଭାବପ୍ରବଣ ହେଲେ ଫ୍ୟାନ୍ସ । ଜାଣନ୍ତୁ କେଉଁ ରୋଗରେ ପୀଡିତ ଅଛନ୍ତି ମମତା...

Mamta Mohandas
Mamta Mohandas

ହାଇଦ୍ରାବାଦ: ଅଭିନେତା/ଅଭିନେତ୍ରୀମାନଙ୍କ ଜୀବନଶୈଳୀକୁ ଫ୍ୟାନ୍ସ ହୁଅନ୍ତୁ ଅବା ସମର୍ଥକ ଖୁବ୍ ଅନୁସରଣ କରିଥାନ୍ତି । ପ୍ରିୟର କଳାକାରଙ୍କ ଗୋଟିଏ ଗୋଟିଏ ପୋଷ୍ଟକୁ ବେଶ୍‌ ଉତ୍ସାହର ସହ ଚାହିଁ ରହନ୍ତି ଫ୍ୟାନ୍ସ । ସେମିତି ମଧ୍ୟ ସାଉଥ୍‌ର ପ୍ରସିଦ୍ଧ ଅଭିନେତ୍ରୀ ମମତା ମୋହନଦାସଙ୍କ ପୋଷ୍ଟକୁ ଅପେକ୍ଷା କରିଥିବେ ତାଙ୍କ ଫ୍ୟାନ୍ସ, ଆଉ ମମତା ମଧ୍ୟ ନିକଟରେ ସୋସିଆଲ୍ ମିଡିଆରେ କିଛି ଫଟୋ ପୋଷ୍ଟ୍ କରିଛନ୍ତି । ମାତ୍ର ସେ ଏଥର କରିଥିବା ପୋଷ୍ଟ କେବଳ ଫ୍ୟାନ୍ସ କାହିଁକି ପ୍ରତିଟି ବ୍ୟକ୍ତିଙ୍କୁ ଭାବପ୍ରବଣ କରିଦେଉଛି । କାରଣ ଫଟୋ ପୋଷ୍ଟରେ ଅଭିନେତ୍ରୀ ଜଣକ ଲେଖିଥିବା କ୍ୟାପ୍ସନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବାସ୍ତବରେ ମମତା ଏପରି ଏକ ରୋଗର ସାମ୍ନା କରୁଛନ୍ତି, ଯାହାକୁ ନେଇ ଚର୍ଚ୍ଚା ହେବା ସ୍ବାଭାବିକ । ତେବେ ମମତା ସମ୍ମୁଖୀନ କରୁଥିବା ରୋଗ କଣ, ଜାଣନ୍ତୁ...

ଖବର ମୁତାବକ, ନିକଟରେ ମମତା ଇନଷ୍ଟାଗ୍ରାମରେ କିଛି ଫଟୋ ପୋଷ୍ଟ କରି ତାଙ୍କୁ ଅଟୋୟୁମ୍ୟୁନ ରୋଗ ଭିଟିଲିଗୋ ରୋଗ ହୋଇଥିବା ଜଣାଇଛନ୍ତି । ମମତା ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ 'ରଙ୍ଗ ଉଡୁଛି' । ଅର୍ଥାତ୍ ସେ ଏପରି ଏକ ରୋଗରେ ପୀଡିତ ହୋଇଛନ୍ତି, ଯେଉଁ କାରଣରୁ ତାଙ୍କ ତ୍ବଚାର ରଙ୍ଗ ବଦଳି ଯାଉଛି । ଧୀରେ ଧୀରେ ତାଙ୍କ ରଙ୍ଗ କଳା ପଡିଯିବା ସହ ଏହା ବୃଦ୍ଧି ପାଇବାରେ ମଧ୍ୟ ଲାଗୁଛି ।

ସବୁଠୁ ବଡ କଥା ହେଉଛି କି, ମମତା ଲେଖିଥିବା କ୍ୟାପ୍ସନ ପ୍ରତିଟି ବ୍ୟକ୍ତିଙ୍କୁ ଭାବପ୍ରବଣ କରିଦେଇଛି, ସେ କ୍ୟାପ୍ସନରେ ଲେଖିଛନ୍ତି ଯେ, 'ପ୍ରିୟର ସୂର୍ଯ୍ୟ, ମୁଁ ଏବେ ତୁମକୁ ଆଲିଙ୍ଗନ କରୁଛି, ଯେପରି ପୂର୍ବରୁ କେବେ କରିନଥିଲି । ତେଣୁ ଏତେ ଦାଗଯୁକ୍ତ ଯେ, ମୁଁ ରଙ୍ଗ ହରାଉଛି... କୁହୁଡି ମାଧ୍ୟମରେ ତୁମର ପ୍ରଥମ କିରଣ ଦେଖିବା ପାଇଁ ମୁଁ ପ୍ରତିଦିନ ସକାଳେ ଉଠେ । ମୋତେ ସେସବୁ ଦେଇଦିଅ, ଯାହା ତୁମ ପାଖେ ଅଛି, ମୁଁ ତୁମ ନିକଟରେ କୃତଜ୍ଞ ରହିବି । ଆଜିଠାରୁ ସବୁଦିନ ପାଇଁ...।" ତେବେ ଏହି ରୋଗ କଣ, ସେ ବାବଦରେ ଜାଣନ୍ତୁ...

ଭିଟିଲିଗୋ ରୋଗ କଣ ଏବଂ ଏହା ଏହା କାହିଁକି ହୁଏ:-

ଶରୀରରେ ମେଲାନିନ ଅଭାବ ହେଲେ ଭିଟିଲିଗୋ ରୋଗ ହୋଇଥାଏ । ମେଲାନିନ ଚର୍ମ କୋଷ ମେଲାସାଇଟ୍ସରେ ପ୍ରସ୍ତୁତ ହୁଏ ଏବଂ ଏହି କାରଣରୁ ଚର୍ମର ରଙ୍ଗ ଗୋରା, କଳା କିମ୍ବା ଶ୍ୟାମଳ ହୋଇଥାଏ । ଏହି ରୋଗୀଙ୍କ ପାଇଁ ସୂର୍ଯ୍ୟକିରଣ ହାନିକାରକ ହୋଇଥାଏ ।

ଚିକିତ୍ସା:-

ଭିଟିଲିଗୋର କୌଣସି ସ୍ବତନ୍ତ୍ର ଚିକିତ୍ସା ନାହିଁ । କେତେକ କ୍ଷେତ୍ରରେ ଏହି ଦାଗ ଆପଣାଛାଏଁ ଦୂର ହୋଇଯାଇ ଥାଏ । ଯଦି ଏହା ଭଲ ନହୁଏ, ତେବେ ଡାକ୍ତରମାନେ ଉପଶମ ପାଇଁ କେତେକ ସ୍କିନ୍ ଟୋନ୍ ପ୍ରେସ୍‌କ୍ରାଇବ୍ କରନ୍ତି । ମାତ୍ରା ଏଥିରେ ରୋଗ ସମ୍ପୂର୍ଣ୍ଣ ଭଲ ହୋଯାଏ ବୋଲି କୌଣସି ନିଶ୍ଚିତତା ନାହିଁ ।

ମମତାଙ୍କ ଚଳଚ୍ଚିତ୍ର:-

ସିନେମା କ୍ୟାରିଅର ବାବଦରେ କହିବାକୁ ଗଲେ ମମତା 2005 ରେ ହରିହରନଙ୍କ ନିର୍ଦ୍ଦେଶିତ ମାଲାୟାଲମ୍ ଚଳଚ୍ଚିତ୍ର 'ମୟୁଖମ୍‌'ରେ ଡେବ୍ୟୁ କରିଥିଲେ । ସେ ମମୁଟିଙ୍କ ସହ 'ବସ୍ କଣ୍ଡକ୍ଟର'ରେ, ସୁରେଶ ଗୋପୀଙ୍କ ସହ 'ଅଦୁବୁଥମ୍ ଔର ଲଙ୍କା'ରେ (2006) ଏବଂ ଜୟରାମଙ୍କ ସହ ସେହି ବର୍ଷ 'ମଧୁଚନ୍ଦ୍ରଲେଖା'ରେ କାମ କରିଥିଲେ । ମମତା ମଧ୍ୟ ଜଣେ ପ୍ରସିଦ୍ଧ ଗାୟିକା । ମୁଖ୍ୟତଃ ମାଲାୟାଲମ୍ ସିନେମାରେ କାମ କରିବା ପରେ ସେ କିଛି ତେଲୁଗୁ, କନ୍ନଡ ଏବଂ ତାମିଲ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ସେ 2011 ରେ ବ୍ୟବସାୟୀ ପ୍ରଜିଥ ପଦ୍ମନାଭନଙ୍କୁ ବିବାହ କରିଥିଲେ । ତେବେ କହିରଖୁଛୁ ଯେ, ମମତା ପୂର୍ବରୁ କର୍କଟରେ ପୀଡିତ ହୋଇଥିଲେ । କିଛି ଦିନ ତଳେ ସେ କର୍କଟରୁ ମୁକୁଳିବା ପରେ ପୁନର୍ବାର କର୍କଟରେ ପୀଡିତ ହୋଇଥିଲେ । ବର୍ତ୍ତମାନ ଭିଟିଲିଗୋରେ ପୀଡିତ ହେବା ନିଶ୍ଚିତ ରୂପେ ଏକ ଦୃଃଖର ବିଷୟ ।

Last Updated : Jan 17, 2023, 3:38 PM IST

ABOUT THE AUTHOR

...view details