ଓଡିଶା

odisha

ETV Bharat / sukhibhava

ଦୃଷ୍ଟିଶକ୍ତି ହ୍ରାସ କରେ ଧୂମ୍ରପାନ: ବିଶେଷଜ୍ଞ - ଦୃଷ୍ଟିଶକ୍ତି ହ୍ରାସର ମୁଖ୍ୟ କାରଣ

ଶରୀରର ବିଭିନ୍ନ ମୁଖ୍ୟ ସମସ୍ୟା ପାଇଁ ଧୂମ୍ରପାନ ଦାୟୀ । ଜାଣନ୍ତୁ ଧୂମ୍ରପାନ ଦ୍ବାରା ଶରୀରରେ କି କି କ୍ଷତି ଘଟିଥାଏ ଏବଂ ଏଥିରୁ କିପରି ମୁକ୍ତି ପାଇବେ ।

ଦୃଷ୍ଟିଶକ୍ତି ହ୍ରାସକରେ ଧୂମ୍ରପାନ: ବିଶେଷଜ୍ଞ
ଦୃଷ୍ଟିଶକ୍ତି ହ୍ରାସକରେ ଧୂମ୍ରପାନ: ବିଶେଷଜ୍ଞ

By

Published : Jun 5, 2022, 4:54 PM IST

ହାଇଦ୍ରାବାଦ:ଧୂମ୍ରପାନ ମୁଖ୍ୟତଃ କର୍କଟ, ହୃଦରୋଗ, ଫୁସଫୁସ ରୋଗର କାରଣ ହୋଇଥାଏ । ଏହା ଦୃଷ୍ଟିଶକ୍ତି ହରାଇବାରେ ମଧ୍ୟ ଏକ ପ୍ରମୁଖ କାରଣ ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ । ଗ୍ଲୋବାଲ୍ ଆଡଲ୍ଟ୍ ତମାଖୁ ସର୍ଭେ ଇଣ୍ଡିଆ ଅନୁଯାୟୀ ଭାରତରେ ପ୍ରାୟ 267 ନିୟୁତ ବୟସ୍କ ବ୍ୟକ୍ତି ତମାଖୁ ବ୍ୟବହାର କରୁଛନ୍ତି ।

ଅନେକ ଗବେଷଣା ଅଧ୍ୟୟନରୁ ଜଣାପଡିଛି ଯେ, ଧୂମ୍ରପାନ ଆଖିରେ ଥିବା Maculaର ଅବନତି ଘଟାଇପାରେ(କେନ୍ଦ୍ରୀୟ ଦୃଷ୍ଟିକୋଣ ପାଇଁ ଦାୟୀ) । ଧୂମ୍ରପାନକାରୀମାନେ ବୟସ ସମ୍ବନ୍ଧୀୟ ମାକୁଲାର ଡିଜେରେସନ୍(age-related macular degeneration) ହେବାର ଆଶଙ୍କା ପାଞ୍ଚରୁ ଛଅ ଗୁଣ ଅଧିକ । AMD ହେଉଛି ଏକ ଆଖି ରୋଗ ଯାହା ବ୍ୟକ୍ତିର କେନ୍ଦ୍ରୀୟ ଦୃଷ୍ଟିଶକ୍ତି ନଷ୍ଟ କରିଥାଏ ।

ଧୂମ୍ରପାନ କରିବା ଦ୍ବାରା ଆଖିରେ ଦାଗ ସୃଷ୍ଟି ହୋଇଥାଏ, ଯାହା ଯନ୍ତ୍ରଣାଦାୟକ ହୋଇଥାଏ । ଧୂମ୍ରପାନ କାରଣରୁ ଆଖିର ତିନୋଟି ଆଖି ଅବସ୍ଥା ବୃଦ୍ଧିରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି, ତାହା ହେଉଛି AMD, ମୋତିଆବିନ୍ଦୁ ଏବଂ ଗ୍ଲୁକୋମା । ମୁମ୍ବାଇର ରେଟିନା କେନ୍ଦ୍ରର ସିଇଓ ଭିଟ୍ରୋରେଟିନାଲ୍ ସର୍ଜନ ଡକ୍ଟର ଅଜୟ ଡୁଡାନି କହିଛନ୍ତି ଯେ, ମାକୁଲା(ରେଟିନାର ଏକ ଅଂଶ)ରୁ ଲ୍ୟୁଟିନ ହ୍ରାସ ହେବା ସହିତ ରେଟିନାକୁ କ୍ଷତି ପହଞ୍ଚିଥାଏ । ଧୂମ୍ରପାନ କରିବା ଦ୍ୱାରା 10 ବର୍ଷ ଆଗୁଆ AMD ହେବାର ଆଶଙ୍କା ଥାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ତମାଖୁ ସେବନ ଭାରତରେ ମୃତ୍ୟୁ ଓ ରୋଗର ଏକ ପ୍ରମୁଖ କାରଣ । ଏହି କାରଣରୁ ପ୍ରତିବର୍ଷ ପ୍ରାୟ 1.35 ମିଲିୟନ ବ୍ୟକ୍ତିଙ୍କ ପ୍ରାଣ ଯାଉଛି । ତମାଖୁ ଉତ୍ପାଦନକାରୀ ତଥା ଉତ୍ପାଦକ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି । ବିଭିନ୍ନ ତମାଖୁ ଦ୍ରବ୍ୟ ଦେଶରେ ବହୁତ କମ୍ ମୂଲ୍ୟରେ ଉପଲବ୍ଧ । ଭାରତରେ ତମାଖୁ ବ୍ୟବହାରର ସବୁଠାରୁ ବ୍ୟାପକ ରୂପ ହେଉଛି ଧୂମପାନହୀନ ତମାଖୁ ଏବଂ ସାଧାରଣତଃ ବ୍ୟବହୃତ ଦ୍ରବ୍ୟଗୁଡ଼ିକ ହେଉଛି ଖଇନି, ଗୁଟଖା, ତମାଖୁ ଏବଂ ଜର୍ଦ୍ଦା । ବିଡି, ସିଗାରେଟ୍ ଏବଂ ହୁକା ସାହାଯ୍ୟରେ ଧୂମ୍ରପାନ ସଂଖ୍ୟା ବୃଦ୍ଧି ପାଉଥିବା ତଥ୍ୟରୁ ପ୍ରକାଶ ।

ଏକ ଚକ୍ଷୁ ହସ୍ପିଟାଲ ନିର୍ଦ୍ଦେଶକ ତଥା ପରାମର୍ଶଦାତା ଡକ୍ଟର ଗଣେଶ ପିଲେ କହିଛନ୍ତି ଯେ, ଧୂମ୍ରପାନ ଆପଣଙ୍କ ଆଖି ଦୃଷ୍ଟିଶକ୍ତି ପାଇଁ ଯେତିକି ଖରାପ, ଏହା ଆପଣଙ୍କ ଶରୀରର ଅନ୍ୟ ଅଂଶ ପାଇଁ ମଧ୍ୟ ଖରାପ । ଅନେକ କ୍ଷେତ୍ରରେ ଏହା ଚିକିତ୍ସା ନହେବା କିମ୍ବା ଠିକ୍ ସମୟରେ ଚିକିତ୍ସା କରା ନ ଗଲେ ଗୁରୁତର ଦୃଷ୍ଟିଶକ୍ତି ହରାଇପାରେ ।

ଏଥିସହ, ତମାଖୁ ଧୂଆଁ ଆଖିର ଚାରିପାଖରେ ଥିବା ଟିସୁ ଉପରେ ମଧ୍ୟ ପ୍ରଭାବ ପକାଇପାରେ ଯାହା ଆଖିପତା ବ୍ୟାଧି ସୃଷ୍ଟି କରେ ଏବଂ ଆଖି ତଳେ ଫୁଲିଯାଏ । ରେଟିନା ରୋଗ ଦ୍ବାରା ଦୃଷ୍ଟି ଶକ୍ତି ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟ ହୋଇପାରିବ ନାହିଁ । ଏହିପରି ଅଧିକାଂଶ ମାମଲା ଚିରଦିନ ପାଇଁ ଦୃଷ୍ଟିହୀନ କରିଦେଇ ପାରେ ।

ଧୂମ୍ରପାନ କରିବା ଦ୍ବାରା ମଧୁମେହ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଛି । ଏପରିକି ଧୂମ୍ରପାନ ଠୁ ନିବୃତ୍ତ ନ ରହିଲେ ମଧୁମେହ ଚିକିତ୍ସାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇପାରେ । ଡାକ୍ତର କହିଛନ୍ତି ଯେ, "ସିଗାରେଟରେ ଥିବା ରାସାୟନିକ ପଦାର୍ଥ ଆପଣଙ୍କ ଶରୀରର କୋଷକୁ କ୍ଷତି ପହଞ୍ଚାଇଥାଏ । ଏହା ଦ୍ବାରା କୋଷଗୁଡିକ ଇନସୁଲିନକୁ ପ୍ରତିକ୍ରିୟା ବନ୍ଦ କରିଦିଏ କାରଣ ନିକୋଟିନ୍ ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ବଢାଇଥାଏ। ଫଳରେ ମଧୁମେହର ଚିକିତ୍ସା କଷ୍ଟକର ହୋଇପଡେ ।"

ତେବେ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ, ପ୍ରଥମେ ଧୂମ୍ରପାନ ଠାରୁ ଦୂରେଇ ରହିଲେ ଶାରୀରିକ ଅସୁସ୍ଥତାକୁ ମାତ୍ ଦେଇପାରିବା । ଦୃଷ୍ଟି ଶକ୍ତି ହ୍ରାସକୁ ରୋକିବା ପାଇଁ ଅନ୍ୟାନ୍ୟ ଜିନିଷ, ଯେପରିକି ନିୟମିତ ଚକ୍ଷୁ ଯାଞ୍ଚ, ସୁସ୍ଥ ଖାଦ୍ୟ ଖାଇବା ଏବଂ ସବୁଜ ପତ୍ରଯୁକ୍ତ ପନିପରିବା, ଫଳ ଏବଂ ଭିଟାମିନ୍ C, E, ଏବଂ ବିଟା କାରୋଟିନ୍ ସହିତ ଅଧିକ ଖାଦ୍ୟ ଗ୍ରହଣ କରିବା ଉଚିତ୍ । ତେବେ ଯାଇ ରକ୍ତଚାପ ଏବଂ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ସହ ସୁସ୍ବାସ୍ଥ୍ୟ ବଜାୟ ରଖିପାରିବା ।

@IANS

ABOUT THE AUTHOR

...view details