ହାଇଦ୍ରାବାଦ: ଧୂମ୍ରପାନ ସାଧାରଣତଃ ଶରୀର ପାଇଁ ହାନିକାରକ ହୋଇଥାଏ । କିନ୍ତୁ ଗର୍ଭବତୀ ମହିଳାଙ୍କୁ ଏହା ଅଧିକ କ୍ଷତି ପହଞ୍ଚାଇଥାଏ । ଏକ ନୂତନ ଅଧ୍ୟୟନର ଅନୁସନ୍ଧାନରୁ ଜଣାପଡିଛି ଯେ ଯେଉଁ ମହିଳାମାନେ ପ୍ରଥମ ଗର୍ଭଧାରଣ ଆରମ୍ଭରେ ଧୂମପାନ କରୁଛନ୍ତି, ସେମାନେ ଧୂମପାନ ନ କରୁଥିବା ଲୋକଙ୍କ ତୁଳନାରେ ଦ୍ବିତୀୟ ଗର୍ଭଧାରଣରେ ଆଶା କରାଯାଉଥିବା ଠାରୁ ଛୋଟ ଶିଶୁ ଜନ୍ମ ହେବାର ସମ୍ଭାବନା ଅଧିକ ରହିଛି ।ଏହାସହିତ ଦ୍ବିତୀୟ ଥର ଗର୍ଭବତୀ ହେବା ଉପରେ ଏହା ପ୍ରଭାବ ପକାଇଥାଏ ବୋଲି ରିପୋର୍ଟରୁ ଜଣାପଡ଼ିଛି ।
ଗର୍ଭବତୀ ମହିଳା ଧୂମପାନ କରୁଥିଲେ ଏହା ଅଧିକାଂଶ ସେମାନଙ୍କ ନବଜାତର ଓଜନ କମାଇଥାଏ । ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଯେଉଁ ମହିଳା ପ୍ରଥମ ଗର୍ଭଧାରଣ ସମୟରେ ଧୂମପାନ କରିନଥାନ୍ତି ସେମାନଙ୍କ କ୍ଷେତ୍ରରେ ବିଶେଷ ସମସ୍ୟା ପରିଲକ୍ଷିତ ହୋଇନଥାଏ । ଗର୍ଭଧାରଣ କିଛି ମାସ ପରେ ଧୂମପାନ କଲେ ମଧ୍ୟ ଗର୍ଭଧାରଣ ଆରମ୍ଭରୁ କରାଯାଉଥିବା ଧୂମପାନଠାରୁ ଏହାର ପ୍ରଭାବ କମ ରହିଥାଏ । ଯେଉଁ ମହିଳା ପ୍ରଥମ ଓ ଦ୍ବିତୀୟ ଗର୍ଭଧାରଣ ଆରମ୍ଭରୁ ଦିନକୁ ୧୦ରୁ ଅଧିକ ସିଗାରେଟ ବ୍ୟବହାର କରେ ସେମାନଙ୍କ କ୍ଷେତ୍ରରେ ଗର୍ଭଧାରଣର ସମୟସୀମା(Small for Gestational Age) ହ୍ରାସ ପାଇଥାଏ ।
ଏହା ବି ପଢନ୍ତୁ: Plant-Based Foods: ପ୍ରତି ସପ୍ତାହରେ ଖାଆନ୍ତୁ ଏହି ୪ଟି ଉଦ୍ଭିଦଜାତ ଖାଦ୍ୟ