ଓଡିଶା

odisha

ETV Bharat / sukhibhava

ଷ୍ଟ୍ରୋକ୍‌ର କାରଣ କହିଲେ ଏକ୍ସପର୍ଟ, ଧୂମ୍ରପାନ ଓ ଅଧିକ ସମୟ କାମ କରୁଥିଲେ ସାବଧାନ !

ଦିନକୁ ଦିନ ବୃଦ୍ଧି ପାଉଛି ଷ୍ଟ୍ରୋକ ସମସ୍ୟା । ଧୂମ୍ରପାନ ଏବଂ ଅଧିକ ସମୟ କାମ କରିବା ଯୋଗୁଁ ଷ୍ଟ୍ରୋକ୍‌ ହୋଇପାରେ ବୋଲି ଏକ୍ସପର୍ଟ ମତ ପୋଷଣ କରିଛନ୍ତି। ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 30, 2023, 3:21 PM IST

Updated : Oct 31, 2023, 12:32 PM IST

long hours of work cause strokes
long hours of work cause strokes

ହାଇଦ୍ରାବାଦ: ବିଶ୍ବରେ ବୃଦ୍ଧି ପାଉଛି ବ୍ରେନ୍‌ ଷ୍ଟ୍ରୋକ୍‌ ସମସ୍ୟା । 50 ବର୍ଷ ପରେ ଲୋକେ ଏହି ସମସ୍ୟାର ଶିକାର ହେଉଥିବା ବେଳେ ବର୍ତ୍ତମାନ ଛୋଟ ଛୁଆ ମଧ୍ୟ ଏଥିରେ ଆକ୍ରାନ୍ତ ହେଉଛନ୍ତି । ତେବେ ଏହାର କାରଣ ନେଇ ଏକ୍ସପର୍ଟ ଏକ ଚିନ୍ତାଜନକ ମନ୍ତବ୍ୟ ଦେଇଛନ୍ତି । କମ୍ ବ୍ୟାୟାମ କରିବା, ଧୂମ୍ରପାନ ଏବଂ ନିୟମିତ ଭାବେ ସକାଳ 9ଟାରୁ 5ଟା ଯାଏଁ ବସି ରହିବା ଦ୍ବାରା ରକ୍ତଚାପ ଏବଂ ମଧୁମେହର ଆଶଙ୍କା ବୃଦ୍ଧି ପାଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ତେବେ ଏହା ଯୁବାବସ୍ଥାରେ ଷ୍ଟ୍ରୋକର କାରଣ ସାଜିପାରେ ବୋଲି କୁହାଯାଛି । କିଙ୍ଗ୍‌ ଜର୍ଜ ମେଡିକାଲ ୟୁନିଭରସିଟି(KGMU)ର ପ୍ରଫେସର ଆର କେ ଗର୍ଗଙ୍କ କହିବା ଅନୁସାରେ, 45 ବର୍ଷରୁ କମ୍‌ ବୟସ୍କଙ୍କ କ୍ଷେତ୍ରରେ ଷ୍ଟ୍ରୋକ୍‌ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରମୁଖ କାରଣ ମଧ୍ୟରୁ ଉଚ୍ଚ ରକ୍ତଚାପ ଅନ୍ୟତମ ଅଟେ ।"

ଉଚ୍ଚ ରକ୍ତଚାପ ବଢାଉଛି ଷ୍ଟ୍ରୋକ୍‌ ଆଶଙ୍କା: ପ୍ରଫେସର ଗର୍ଗଙ୍କ କହିବା ଅନୁସାରେ, "40ରୁ 50 ବର୍ଷ ବୟସ ମଧ୍ୟରେ କ୍ୟାରିଅରକୁ ଆଗକୁ ନେବା ପାଇଁ ସମସ୍ତେ କଠିନ ପରିଶ୍ରମ କରିଥାଆନ୍ତି । ଅଫିସରେ ଅତ୍ୟଧିକ ଚାପ, ଘରେ ଅନିୟମିତ ଖାଇବା ଅଭ୍ୟାସ ଏବଂ ଶାରୀରିକ ବ୍ୟାୟାମର ଅଭାବ ହେତୁ ଉଚ୍ଚ ରକ୍ତଚାପ ଏବଂ ମଧୁମେହର ଶିକାର ହୋଇଥାଆନ୍ତି । ଉଚ୍ଚ ରକ୍ତଚାପ ଷ୍ଟ୍ରୋକର ଆଶଙ୍କାକୁ ବୃଦ୍ଧି କରିଥାଏ । ତେଣୁ ସଚେତନ ନିହାତି ଆବଶ୍ୟକ ।"

ଏହା ମଧ୍ୟ ପଢନ୍ତୁ: World Stroke Day: କାହିଁକି ପାଳନ ହୁଏ ବିଶ୍ବ ଷ୍ଟ୍ରୋକ ଦିବସ? ଜାଣନ୍ତୁ, ଏହି ବର୍ଷର ଥିମ..

ଅକାମୀ ହୋଇପାରେ ଶରୀର: ହାତରେ ହଠାତ ଅସ୍ଥିରତା ଆସିବା, ଶରୀର ଅଚଳ ହେବା ଭଳିବା ଷ୍ଟ୍ରୋକର ପ୍ରାରମ୍ଭିକ ଲକ୍ଷଣ ହୋଇଥାଏ । ପ୍ରତି କଥାରେ ଦ୍ୱନ୍ଦ୍ୱ ଦେଖାଯିବା, କଥା କହିବା କିମ୍ବା ବୁଝିବାରେ ଅସୁବିଧା, ଗୋଟିଏ କିମ୍ବା ଉଭୟ ଆଖିରେ ଦୃଷ୍ଟିଶକ୍ତିରେ ସମସ୍ୟା, ଚାଲିବାରେ ହଠାତ୍ ଅସୁବିଧା, ମୁଣ୍ଡ ବୁଲାଇବା, ସନ୍ତୁଳନ ହରାଇବା କିମ୍ବା ସମନ୍ୱୟ ହରାଇବା, କୌଣସି କାରଣ ନଥାଇ ହଠାତ୍ ପ୍ରବଳ ମୁଣ୍ଡବ୍ୟଥା ହେବା ଷ୍ଟ୍ରୋକ୍‌ର ଲକ୍ଷଣ ବୋଲି କୁହାଯାଇଛି । ତେବେ ଅଫିସରେ କାର୍ଯ୍ୟରତ ବ୍ୟକ୍ତିଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ସାଧାରଣ ହୋଇଯାଇଛି ।

ମଧୁମେହ ରୋଗୀ ସତର୍କ ରହିବା ଜରୁରୀ: ପ୍ରଫେସରଙ୍କ କହିବା ଅନୁସାରେ, ଗର୍ଭବତୀ ମହିଳାମାନେ ଉଚ୍ଚ ରକ୍ତଚାପ ଏବଂ ଗର୍ଭକାଳୀନ ମଧୁମେହରେ ପୀଡିତ ରହିଥାଆନ୍ତି। ତେବେ ଏହା ବିଶେଷ ଭାବେ ଷ୍ଟ୍ରୋକର ଆଶଙ୍କାକୁ ବୃଦ୍ଧି କରିଥାଏ। ଷ୍ଟ୍ରୋକକୁ ବ୍ରେନ ଆଟାକ ମଧ୍ୟ କୁହାଯାଇଥାଏ । ମସ୍ତିଷ୍କର ଗୋଟିଏ ଭାଗରେ ରକ୍ତ ସଞ୍ଚାଳନରେ ବ୍ୟାଘାତ ଦେଖାଦେଲେ ଏହି ସମସ୍ୟା ହୋଇଥାଏ । ଧମନୀରେ ସମସ୍ୟା ଯୋଗୁଁ ରକ୍ତ ସଞ୍ଚାଳନରେ ସମସ୍ୟା ଦେଖାଯାଇଥାଏ । ଫଳରେ ରକ୍ତ ମସ୍ତିଷ୍କକୁ ପହଞ୍ଚିପାରେ ନାହିଁ । ଉଚ୍ଚ ରକ୍ତଚାପ ଏବଂ ଏବଂ ରକ୍ତ ସଞ୍ଚାଳନରେ ବାଧା ମଧ୍ୟ ବ୍ରେନ ଷ୍ଟ୍ରୋକର କାରଣ ହୋଇଥାଏ । ଯାହା ଫଳରେ କେତେକ କ୍ଷେତ୍ରରେ ରକ୍ତସ୍ରାବ ହେବାର ସମସ୍ୟା ମଧ୍ୟ ରହିଥାଏ । ତେବେ ରକ୍ତବାହିକା ଫାଟିବା କାରଣକୁ ମଧ୍ୟ ରକ୍ତସ୍ରାବ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 31, 2023, 12:32 PM IST

ABOUT THE AUTHOR

...view details