ଓଡିଶା

odisha

ETV Bharat / sukhibhava

ସ୍ମାର୍ଟଫୋନ୍ ଅଧ୍ୟୟନରୁ ବଡ ଖୁଲାସା, ଏମିତି ବଦଳିଯାଏ ମଣିଷର ବ୍ୟବହାର !

ଜଣେ ବ୍ୟକ୍ତିର ବ୍ୟବହାର ସାଇକୋଲୋଜିକାଲ୍ ରିଦମ୍ ଉପରେ ନିର୍ଭରଶୀଳ । ମନୁଷ୍ୟର ବ୍ୟବହାର ସମ୍ପୂର୍ଣ୍ଣ ରୂପେ ଶରୀରର ଏକ ଲୟ ଚକ୍ର ଉପରେ ନିର୍ଭର କରୁଛି ବୋଲି ନିକଟରେ ସ୍ମାର୍ଟଫୋନ୍ ଆଧାରରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 18, 2023, 11:47 AM IST

ଲଣ୍ଡନ: ସ୍ମାର୍ଟଫୋନ୍ ଆଧାରିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ମାନବ ଶରୀରର ଲୟ(ସାଇକୋଲୋଜିକାଲ୍ ରିଦମ୍) ବ୍ୟବହାର ଉପରେ ପ୍ରଭାବ ପକାଇପାରେ । ଅର୍ଥାତ୍ ଜଣେ ବ୍ୟକ୍ତି କରୁଥିବା ବ୍ୟବହାର ଶରୀରରେ ଥିବା ସାଇକୋଲୋଜିକାଲ୍ ରିଦମ୍ କାରଣରୁ ହୋଇପାରେ । ନେଦରଲ୍ୟାଣ୍ଡର ଲେଡେନ ୟୁନିଭରସିଟିର ଅନୁସନ୍ଧାନକାରୀମାନେ ଶହ ଶହ ମୋବାଇଲ୍ ଫୋନ୍ ବ୍ୟବହାର ତଥ୍ୟ ବିଶ୍ଳେଷଣ କରି ଏହି ରହସ୍ୟ ଜାଣିବାକୁ ପାଇଛନ୍ତି । ସେମାନେ ଅଧ୍ୟୟନ ସମୟରେ ଏହା ଜାଣିଲେ ଯେ, ଉଭୟ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ମାନବ ଶରୀରର ସାତରୁ 52 ଦିନ ମଧ୍ୟରେ ଏକ ଲୟ ଥାଏ । ଏହି ଚକ୍ରଗୁଡିକ ଆମେ କିପରି ବ୍ୟବହାର କରୁ ତାହା ଉପରେ ପ୍ରଭାବ ପକାଇଥାଏ ।

ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ଆର୍କୋ ଘୋଷ କହିଛନ୍ତି ଯେ, "ଯଦି ଲୋକମାନେ ଭାବୁଛନ୍ତି କି ସେମାନେ କେବଳ ନିଜ ଜୀବନ ବଞ୍ଚୁଛନ୍ତି, ନିଜେ ହିଁ ନିଜର ବ୍ୟବହାରର ନିଷ୍ପତ୍ତି ନେଉଛନ୍ତି ଏହାର କୌଣସି ବ୍ୟାପକ ସଂରଚନା ନାହିଁ, ତେବେ ସେମାନେ ଭୁଲ୍ ଭାବୁଛନ୍ତି ।" NPJ ଡିଜିଟାଲ୍ ମେଡିସିନ୍ ପତ୍ରିକାର ଏକ ଆର୍ଟିକିଲରେ ବର୍ଣ୍ଣିତ ଅନୁସନ୍ଧାନରୁ ଜଣାପଡିଛି ଯେ, ଏହି ପ୍ରକାର ପାଟର୍ଣ୍ଣ ମାନସିକ ଏବଂ ସ୍ନାୟୁଗତ ଅବସ୍ଥାରେ ଦେଖାଯାଏ । ଏଥିସହ ଏହି ସମସ୍ତ ଚକ୍ର ମାନବ ଶରୀରରେ ଅନେକ ଦିନ ପର୍ଯ୍ୟନ୍ତ ରହିଥାଏ ।" କିନ୍ତୁ ନିର୍ଦ୍ଦିଷ୍ଟ କେତେ ଦିନ ପର୍ଯ୍ୟନ୍ତ ରହିଥାଏ, ସେ ବାବଦରେ ଅନୁସନ୍ଧାନ କରାଯାଇ ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଚକ୍ର ଆମ ବ୍ୟବହାରକୁ ପ୍ରଭାବିତ କରିଥାଏ । ଜଣେ ମନୁଷ୍ୟ କିପରି ବ୍ୟବହାର କରିବ ତାହା ସମ୍ପୂର୍ଣ୍ଣ ରୂପେ ଏହି ଚକ୍ର ଉପରେ ନିର୍ଭର କରେ । ଏହି ଚକ୍ର ଆମ ବ୍ୟବହାରକୁ କିପରି ପ୍ରଭାବିତ କରିଥାଏ ସେ ବାବଦରେ ଜାଣିବାର ଆବଶ୍ୟକତା ରହିଛି ବୋଲି ଅନୁସନ୍ଧାନକାରୀ ଆର୍କୋ କହିଛନ୍ତି । ଏହି ଅଧ୍ୟୟନରେ 16ରୁ 80 ବର୍ଷ ବୟସର ପ୍ରାୟ 400 ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯାଇ ଥିଲା । ସେମାନଙ୍କର ଆଣ୍ଡ୍ରଏଡ୍ ଫୋନ୍‌ରେ ଏକ ଆପ୍ ଇନଷ୍ଟଲ୍ କରାଯାଇ ଥିଲା, ଏହା ମାଧ୍ୟମରେ ଅନୁସନ୍ଧାନକାରୀ ଅଂଶଗ୍ରହଣକାରୀଙ୍କ ବ୍ୟବହାର ତଥ୍ୟକୁ ଟ୍ରାକ୍ ଏବଂ ବିଶ୍ଳେଷଣ କରିଥିଲେ ।

ଯେତେବେଳେ ଅଂଶଗ୍ରହଣକାରୀ ସକ୍ରିୟ ବାବେ ଫୋନ୍ ବ୍ୟବହାର ସହ ସ୍ବିପ୍ କିମ୍ବା ଟାଇପିଂ କରୁଥିଲେ ସେତେବେଳ ଅନୁସନ୍ଧାନକାରୀ ଟିମ୍ ଏହି ସମୟକୁ ବିଶ୍ଲେଷଣ କରିଥିଲେ । ରିସର୍ଚ୍ଚ ପରେ ଆମେ ଏକ ଆଶ୍ଚର୍ଯ୍ୟଜନକ ଆବିଷ୍କାର କରିଛୁ ବୋଲି ଅନୁସନ୍ଧାନକାରୀ କହିଛନ୍ତି । "ଆମେ ଜାଣିଲୁ ଯେ, ଅନେକ ଦିନର ଚକ୍ର ବୃଦ୍ଧ, ଯୁବକ, ମହିଳା ଏବଂ ପୁରୁଷମାନଙ୍କଠାରେ ଅତି ସାଧାରଣ ।" ଏହି ଫଳାଫଳଗୁଡିକ ମାନସିକ ରୋଗ ଏବଂ ସ୍ନାୟୁଗତ ଅବସ୍ଥା ଉପରେ ଗବେଷଣା ପାଇଁ ମଧ୍ୟ ପ୍ରଭାବ ପକାଇପାରେ । ଅଧିକନ୍ତୁ, ଘୋଷ ଜୋର ଦେଇ କହିଛନ୍ତି ଯେ, ଦୁଇ ଜଣ ବ୍ୟକ୍ତିଙ୍କର ସମାନ ଚକ୍ର ଥାଇପାରେ, କିନ୍ତୁ ସେମାନେ ଏହା ଉପରେ ସମ୍ପୂର୍ଣ୍ଣ ଭିନ୍ନ ପ୍ରତିକ୍ରିୟା ଦେଇପାରନ୍ତି । ପରବର୍ତ୍ତୀ ଅନୁସନ୍ଧାନ ହୁଏତ ଆମକୁ ଅଧିକ ସୂଚନା ଦେଇପାରିବ ବୋଲି ଆର୍କୋ କହିଛନ୍ତି ।

ABOUT THE AUTHOR

...view details