ଓଡିଶା

odisha

ଛୋଟ ଛୁଆ ଅଧିକ ସମୟ ସ୍ମାର୍ଟଫୋନରେ ସମୟ ବିତାଉଥିଲେ ସାବଧାନ ! ହୋଇପାରେ ସ୍ବାସ୍ଥ୍ୟ ସମସ୍ୟା

By ETV Bharat Odisha Team

Published : Dec 11, 2023, 3:11 PM IST

Smartphone Side Effects: ଯେଉଁ ଛୁଆମାନେ ପ୍ରତିଦିନ ଅଧିକ ସମୟ ଧରି ଫୋନ୍ ବ୍ୟବହାର କରନ୍ତି ସେମାନଙ୍କ ଠାରେ ଆତ୍ମହତ୍ୟା ପ୍ରବଣତା ଆଶଙ୍କା ଅଧିକ ରହିଥାଏ । ଅଧିକ ପଢନ୍ତୁ

Smartphone Side Effects
Smartphone Side Effects

ହାଇଦ୍ରାବାଦ: କୋରୋନା ପରେ ଅନ୍‌ଲାଇନ୍ କ୍ଲାସ୍ କାରଣରୁ ଛୋଟ ଛୁଆଙ୍କ କ୍ଷେତ୍ରରେ ସ୍ମାର୍ଟଫୋନ ଏବଂ ଟାବଟେଲର ବ୍ୟବହାର ବୃଦ୍ଧି ପାଇଛି । ସ୍ମାର୍ଟଫୋନ, ଲାପଟପ ଏବଂ ଅନ୍ୟାନ୍ୟ ଗ୍ୟାଜେଟ ଛୋଟ ଛୁଆଙ୍କ ଦୁନିଆ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ତେବେ ଛୁଆଙ୍କ ସହିତ ବୟସ୍କଙ୍କ କ୍ଷେତ୍ରରେ ମଧ୍ୟ ଏହା ସମାନ ହୋଇଯାଇଛି । ଘଣ୍ଟା ଘଣ୍ଟା ଧରି ଏହି ଗ୍ୟାଜେଟରେ ସମୟ ବିତାଉଛନ୍ତି ଯୁବପିଢି । ଏଭଳି ଅନେକ ଛୁଆ ରହିଛନ୍ତି ଯେଉଁମାନେ କିଛି ସମୟ ମଧ୍ୟ ଫୋନ ବିନା ରହିପାରନ୍ତି ନାହିଁ । ତେବେ ଛୁଆଙ୍କ କ୍ଷେତ୍ରରେ ଗ୍ୟାଜେଟ ବ୍ୟବହାରକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି ।

ରିପୋର୍ଟରେ କୁହାଯାଇଛି ଯେ, ସ୍ମାର୍ଟଫୋନ ନିଶା ବି ସ୍ମାର୍ଟଫୋନର ବହୁଳ ବ୍ୟବହାର ଦ୍ବାରା ଜଣେ ମାନସିକ ସ୍ତରରେ ଅସୁସ୍ଥ ହୋଇପାରେ । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁମାନେ ଦିନକୁ 4 ଘଣ୍ଟାରୁ ଅଧିକ ସମୟ ଫୋନ ବ୍ୟବହାର କରୁଛନ୍ତି, ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ ଏବଂ ସେମାନଙ୍କ ପାଇଁ ମୋବାଇଲ ଏକ ପ୍ରକାର ନିଶା ହୋଇପାରେ । ତେଣୁ ଛୋଟ ଛୁଆଙ୍କୁ ଅଧିକ ସ୍ମାର୍ଟଫୋନ ବ୍ୟବହାର ଠାରୁ ଦୂରେଇ ରଖିବା ଉଚିତ୍‌ । କୋରିଆର ହନ୍ୟାଙ୍ଗ ୟୁନିଭରସିଟି ମେଡିକାଲ୍ ସେଣ୍ଟରର ଟିମ ଜାଣନ୍ତୁ ସ୍ମାର୍ଟଫୋନର ବ୍ୟବହାର ଦ୍ବାରା ଛୋଟ ଛୁଆଙ୍କ କ୍ଷେତ୍ରରେ କେଉଁ ପ୍ରକାର ପ୍ରଭାବ ପଡେ ।

ଅଧ୍ୟୟନ ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ଯୁବପିଢିମାନଙ୍କ ମଧ୍ୟରେ ବିଶେଷକରି ନାବାଳିକା ଏବଂ କିଶୋରମାନଙ୍କ ମଧ୍ୟରେ ମୋବାଇଲ୍ ଫୋନ୍ ଏକ ପ୍ରକାର କ୍ରେଜ ସୃଷ୍ଟି କରିଛି । ଯାହା ସେମାନଙ୍କର ମାନସିକ ସ୍ବାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଉଛି । ଏହାସହିତ ଅନାନ୍ୟ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଯାଉଛି ।

ଏହା ମଧ୍ୟ ପଢନ୍ତୁ: ସ୍ମାର୍ଟଫୋନର ବିନା ଛୁଆଙ୍କୁ ପାଳିବା ଜାଣିନାହାନ୍ତି 50 ପ୍ରତିଶତ ପିତାମାତା: ରିସର୍ଚ୍ଚ

ଛୁଆଙ୍କ ସ୍ବାସ୍ଥ୍ୟ ଉପରେ ସ୍ମାର୍ଟଫୋନର ପାର୍ଶ୍ବପ୍ରତିକ୍ରିୟା:

  • ନିଦ୍ରାହୀନତା
  • ଆଖି ସମ୍ବନ୍ଧୀୟ ସମସ୍ୟା
  • ମାଂସପେଶୀ ବ୍ୟାଧି

କେତେ ଘଣ୍ଟା ଫୋନ ଦେଖିପାରିବେ ଛୁଆ: କୋରିଆର ହନ୍ୟାଙ୍ଗ ୟୁନିଭରସିଟି ମେଡିକାଲ୍ ସେଣ୍ଟରର ଟିମ ଦ୍ୱାରା ହୋଇଥିବା ଏହି ଅଧ୍ୟୟନରେ 50,000 ରୁ ଅଧିକ ଛୁଆଙ୍କ ତଥ୍ୟକୁ ସାମିଲ କରାଯାଇଥିଲା । 4 ଘଣ୍ଟାରୁ ଅଧିକ ସମୟ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଛୁଆଙ୍କର ଚାପ ସମସ୍ୟା ଦେଖାଯାଏ ବୋଲି ଏହି ଅଧ୍ଯୟନରୁ ଜଣାପଡିଛି । ଦୀର୍ଘଦିନ ଧରି ଏହି ସମସ୍ୟା ଲାଗି ରହିବା କାରଣରୁ କେତେକ କ୍ଷେତ୍ରରେ ଛୁଆଙ୍କୁ ଆତ୍ମହତ୍ୟା ଚିନ୍ତାଧାରା ଆସିଥାଏ ବୋଲି କୁହାଯାଇଛି । ତେବେ ଯେଉଁମାନେ ଦୈନିକ 1ରୁ 2 ଘଣ୍ଟା ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ସେମାନଙ୍କ ତୁଳନାରେ ଅଧିକ ଫୋନ ଦେଖୁଥିବା ଛୁଆଙ୍କର ସ୍ବାସ୍ଥ୍ୟ ସମସ୍ୟା ଅଧିକ ହୋଇଥାଏ ।

ABOUT THE AUTHOR

...view details