ଓଡିଶା

odisha

ଗୋଟିଏ ଦିନରେ କେତେ ପରିମାଣର କେଉଁ ଫଳ ଓ ପନିପରିବା ଖାଇବେ ସୂଚାଇବ Android App

By

Published : Dec 30, 2022, 6:12 PM IST

ଏଣିକି ଦିନକୁ କେତେଥର କେଉଁ ଖାଦ୍ୟ ଖାଇବେ ସେଥିରେ ସାହାଯ୍ୟ କରିବ ଆଣ୍ଡ୍ରଏଡ୍ ଆପ୍(Smart 5 a day app to help people eat fruits vegetables right amount) । ଅଧିକ ପଢନ୍ତୁ

Etv BharatAndroid App
Etv BharatAndroid App

ଲଣ୍ଡନ: ଏଣିକି ଆପଣଙ୍କ ଡାଏଟ୍ ରୁଟିନ୍‌ରେ କେଉଁ ଖାଦ୍ୟ ଖାଇବେ ସେଥିରେ ସାହାଯ୍ୟ କରିବ ଆଣ୍ଡ୍ରଏଡ୍ ଆପ୍(Android health app) । ଦିନକୁ ପାଞ୍ଚଥର ଉପଯୁକ୍ତ ପରିମାଣର ଫଳ ଏବଂ ପନିପରିବା ଖାଇବାରେ ସାହାଯ୍ୟ କରିପାରୁଥିବା ଏକ ନୂତନ ଆଣ୍ଡ୍ରଏଡ୍ ଆପ୍ ପ୍ରସ୍ତୁତ କରିଛନ୍ତି ଏକ ଅନୁସନ୍ଧାନକାରୀ ଟିମ୍ । ଇଂଲଣ୍ଡର ବୋର୍ନମାଉଥ୍ ୟୁନିଭରସିଟି(Bournemouth University UK) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଏହି ଆପ୍ ଉପଭୋକ୍ତାମାନଙ୍କୁ ସେମାନେ ପରାମର୍ଶିତ ନିର୍ଦ୍ଦେଶାବଳୀ ପୂରଣ କରୁଛନ୍ତି କି ନାହିଁ ସୂଚାଇ ଦେବ ।

ବୋର୍ନମାଉଥ୍ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନ ପ୍ରଫେସର କ୍ୟାଥରିନ୍ ଆପଲେଟନ୍ କହିଛନ୍ତି, "ପ୍ରାୟ ସମସ୍ତେ ଜାଣନ୍ତି ଯେ, ସେମାନେ ଦିନକୁ ପାଞ୍ଚଥର ଖାଇବା ଉଚିତ୍ । କିନ୍ତୁ ଅନେକ ଲୋକ ଜାଣନ୍ତି ନାହିଁ ସେମାନେ କେତେ ଖାଇବା ଉଚିତ୍ ଏବଂ ସ୍ବାସ୍ଥ୍ୟ ପାଇଁ ଏହା କେତେ ଆବଶ୍ୟକ ? ସେହିପରି ଅନେକ ଲୋକଙ୍କୁ 5 ଥର ଭିନ୍ନଭିନ୍ନ ଖାଦ୍ୟ ଖାଇବା ଆବଶ୍ୟକ ତାହା ଜଣା ନାହିଁ ।

ଏହା ମଧ୍ୟ ପଢନ୍ତୁ:-କାହିଁକି ସ୍ତନପାନ କରାଉଥିବା କିଛି ମହିଳାଙ୍କ କମ୍ କ୍ଷୀର ଉତ୍ପାଦନ ହୁଏ ? ଜାଣିଛନ୍ତି କି

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଫଳ ଏବଂ ପନିପରିବା କମ୍ ଖାଇବା ଦ୍ବାରା କମ୍ ବୁଦ୍ଧି ହୋଇଥାଏ । ଆମେ ଦିନରେ ପାଞ୍ଚଟି ଭିନ୍ନ ଜିନିଷ ଖାଇବା ଆବଶ୍ୟକ। 11ରୁ 18 ବର୍ଷ ବୟସ ପରାମର୍ଶିତ ପରିମାଣ ଖାଦ୍ୟ ଖାଇ ଥାଆନ୍ତି । ଇଂଲଣ୍ଡର ପବ୍ଲିକ ହେଲ୍‌ଥ ଆକଳନରୁ ଜଣାପଡିଛି ଯେ, ବୟସ୍କମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଏବଂ 11ରୁ 18 ବର୍ଷ ବୟସର 12 ପ୍ରତିଶତ ପିଲା ପରାମର୍ଶିତ ପରିମାଣ ଖାଦ୍ୟ ଖାଆନ୍ତି । ଏହି ଆପ୍ ନିର୍ଦ୍ଦିଷ୍ଟ ପରିମାଣର ଏବଂ ଆବଶ୍ୟକୀୟ ଫଳ ଏବଂ ପନିପରିବା ଖାଇବାରେ ସହାୟକ ହେବ(Smart 5 a day app to help people eat fruits vegetables right amount) ।

ଏହା ମଧ୍ୟ ପଢନ୍ତୁ:-ଆସନ୍ତା ବର୍ଷ ପହିଲାରୁ 49ଟି ଫୋନରେ କାମ କରିବନି ହ୍ବାଟ୍ସଆପ୍

ପ୍ରଥମେ ଉପଭୋକ୍ତାମାନଙ୍କୁ ସେମାନେ ଖାଇଥିବା ଫଳ କିମ୍ବା ପନିପରିବା ଚୟନ କରିବାକୁ କୁହାଯିବ ଏବଂ ତା’ପରେ ସେମାନେ କେତେ ଖାଇଲେ ତାହା ସେଠାରେ ଏଣ୍ଟ୍ରି କରିବେ । ଏହି Smart 5 a Day app ତାପରେ ସେମାନଙ୍କୁ କହିବ ଯେ, କେତେ ଖାଦ୍ୟ ଗ୍ରହଣ କରାଯିବା ଆବଶ୍ୟକ। ଆଣ୍ଡ୍ରଏଡ୍ ଫୋନ୍ ପାଇଁ ଗୁଗୁଲ୍ ପ୍ଲେ ଷ୍ଟୋରରେ Smart 5 a Day app ଉପଲବ୍ଧ ।

ABOUT THE AUTHOR

...view details