ହାଇଦ୍ରାବାଦ:ଋତୁସ୍ରାବ ମହିଳାମାନଙ୍କର ପ୍ରଜନନ ସ୍ବାସ୍ଥ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଜଣେ ମହିଳାଙ୍କ ଋତୁସ୍ରାବ ଅନୁସାରେ, ସ୍ବାସ୍ଥ୍ଯ ଠିକ ଅଛିକି ନାହିଁ ଜଣାପଡିଥାଏ । କିନ୍ତୁ ଋତୁସ୍ରାବ ହେବାର 5ଦିନ କିଛି ମହିଳାଙ୍କ ପାଇଁ କଷ୍ଟଦାୟକ ହୋଇଥାଏ । ବିଶେଷକରି ଯୁବତୀମାନଙ୍କର ପେଟରେ ଯନ୍ତ୍ରଣା ହୋଇଥାଏ । ଫଳରେ କିଛି ଜଣ ଔଷଧ ଖାଇଥାଆନ୍ତି । ଯାହାଦ୍ବାରା ଶରୀର ଉପରେ ପାର୍ଶ୍ବ ପ୍ରତିକ୍ରିୟା ରହିଥାଏ । ତେବେ ଏହି ସମୟରେ ଠିକ୍ ଭାବେ ଶୋଇବା ମଧ୍ୟ ଏକ ପ୍ରକାର ଗୁରୁତ୍ବପୂର୍ଣ୍ଣ ଅଟେ । ତେବେ ଜାଣନ୍ତୁ କଣ ଉପାୟ ଆପଣାଇବା ଦ୍ବାରା ପେଟବ୍ୟଥା ଶୀଘ୍ର ଦୂର ହୋଇଥାଏ ।
ଋତୁସ୍ରାବ ସମୟରେ ଯନ୍ତ୍ରଣାକୁ ଡିସ୍ମେନୋରିଆ (Dysmenorrhea) ବୋଲି କୁହାଯାଏ । ତେବେ ଏଥିଲାଗି ପ୍ରୋଷ୍ଟାଗ୍ଲାଣ୍ଡିନ ହରମୋନ ଦାୟୀ ରହିଥାଏ । ଋତୁସ୍ରାବ ସମୟରେ ୟୁଟେରାଇନ ୱାଲ ସଙ୍କୁଚିତ ହୋଇଯାଏ । ଫଳରେ ୟୁଟେରସକୁ ରକ୍ତ ସଞ୍ଚାଳନରେ ମଧ୍ୟ ବାଧା ଉପୁଜିଥାଏ । ଠିକ ଏହି ସମୟରେ ପ୍ରୋଷ୍ଟାଗ୍ଲାଣ୍ଡିନ ହରମୋନ କ୍ଷରଣ ହୋଇଥାଏ । ଯାହା ଫଳରେ ମହିଳା ଯନ୍ତ୍ରଣା ଅନୁଭବ କରନ୍ତି । ଡିସମେନୋରିଆର ସାଧାରଣ ଲକ୍ଷଣ ହେଉଛି ବାରମ୍ବାର ଝାଡ଼ା ଲାଗିବା, ବାନ୍ତି, ମୁଣ୍ଡ ବିନ୍ଧିବା, ଯନ୍ତ୍ରଣା, କ୍ରାମ୍ପ, ଭୋକ ନ ଲାଗିବା, ଚେତାଶୂନ୍ୟ ହରାଇବା ଭଳି ସମସ୍ୟା ଦେଖିବାକୁ ମିଳିଥାଏ ।
ସର୍ବଦା ବାମ କଡକୁ ଢଳି ଶୁଅନ୍ତୁ:ଯଦି ଋତୁସ୍ରାବ ସମୟରେ ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ଚାହାଁନ୍ତି, ତେବେ ବାମ କଡକୁ ଢଳି ଶୋଇବା ଉଚିତ । ଏହା ତୁରନ୍ତ ଆରାମ ଦେଇଥାଏ । ଜଣାଶୁଣା ସ୍ତ୍ରୀ ରୋଗ ବିଶେଷଜ୍ଞ ସୁଷମା ତୋମରଙ୍କ କହିବା ଅନୁସାରେ, ଋତୁସ୍ରାବ ସମୟରେ ବାମ ପାର୍ଶ୍ବକୁ ଢଳେଇ ହୋଇ ଶୋଇବା ଦ୍ୱାରା ଗର୍ଭାଶୟରେ ରକ୍ତ ପ୍ରବାହ ବୃଦ୍ଧି ପାଇବା ସହ ଶୀଘ୍ର ହୋଇଥାଏ । ଫଳରେ ପେଟ କାଟିବା ଶୀଘ୍ର କମିଯାଇଥାଏ । ବାମ ପାର୍ଶ୍ୱରେ ଶୋଇବା ମଧ୍ୟ ଯକୃତ ଉପରେ ଚାପ ପଡ଼େ ନାହିଁ।