ହାଇଦ୍ରାବାଦ:ବିଳମ୍ବିତ ରାତି ଯାଏଁ ଜାଗ୍ରତ ରହିବାର ଅଭ୍ୟାସ ଅଛି କି? ରାତିରେ ଶୋଇବାରେ ଅସୁବିଧା ଅଛି କି? ସାରା ରାତି ଫୋନରେ କିମ୍ବା ଟିଭି ଦେଖିବାରେ ଅସୁବିଧା ଅଛି କି ? ଯଦି ଆପଣଙ୍କର ଉତ୍ତର ହଁ, ତେବେ ହୋଇପାରେ ଅସୁବିଧା । କାରଣ ରାତିରେ ଜାଗ୍ରତ ଥିବା ଲୋକଙ୍କ ଉପରେ ଶୀଘ୍ର ମୃତ୍ୟୁ ହେବାର ଆଶଙ୍କା ରହିଛି । ଅନେକ ଅଧ୍ୟୟନରେ ଦାବି କରାଯାଇଛି ଯେ ରାତିରେ ବିଳମ୍ବରେ ଶୋଇବା ରୋଗକୁ ଡାକି ଆଣିବାର କାରଣ ହୋଇପାରେ ।
ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ ଯେଉଁମାନଙ୍କର ରାତିରେ ଜାଗ୍ରତ ହେବାର ଅଭ୍ୟାସ ଥାଏ, ସେମାନେ ଅଳ୍ପ ବୟସରେ ହିଁ ମୃତ୍ୟୁବରଣ କରିବାର ଆଶଙ୍କା ରହିଥାଏ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାଗ୍ରତ ହୋଇ ରହିଲେ ଆୟୁଷ କମିଯାଇଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ, ଯେଉଁମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୋଇନଥାନ୍ତି ସେମାନେ ଅଧିକ ମଦ୍ୟପାନ ସହ ଧୂମ୍ରପାନ କରି ଥାଆନ୍ତି । ଯାହାକି ଶରୀରକୁ ଅନେକ କ୍ଷତି ପହଞ୍ଚାଇଥାଏ ।
ତଥ୍ୟରୁ ଖୋଲିଲା ମୃତ୍ୟୁ ରହସ୍ୟ: ପ୍ରାୟ 23,000 ଯାଆଁଳାଙ୍କ ତଥ୍ୟ ଦେଖିବା ପରେ ଅନୁସନ୍ଧାନକାରୀମାନେ ଏହା କହିଛନ୍ତି । ଏହି ସମସ୍ତ ଯାଆଁଳା 1981ରୁ 2018 ପର୍ଯ୍ୟନ୍ତ ଫିନଲ୍ୟାଣ୍ଡ ଟ୍ୱିନ୍ କୋହର୍ଟ ଅଧ୍ୟୟନରେ ଅଂଶଗ୍ରହଣ କରିଥିଲେ । ଏଥିମଧ୍ୟରୁ 8,728 ଜଣଙ୍କର ମୃତ୍ୟୁ ଘଟିଛି । ଯେତେବେଳେ ମୃତ୍ୟୁ ତଥ୍ୟ ବିଶ୍ଳେଷଣ କରାଯାଇଥିଲା, ସେତେବେଳେ ଆଶ୍ଚର୍ଯ୍ୟଜନକ ତଥ୍ୟ ମିଳିଲା। ଏହା ଦେଖାଗଲା ଯେ ଯେଉଁମାନେ ସକାଳୁ ଶୀଘ୍ର ଉଠନ୍ତି ସେମାନଙ୍କ ତୁଳନାରେ ରାତିରେ ବିଳମ୍ବରେ ଶୋଉଥିବା ଲୋକଙ୍କ ମୃତ୍ୟୁ ସଂଖ୍ୟା 9 ପ୍ରତିଶତ ଅଧିକ ଅଟେ ।